Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମାତ୍ରାଧିକ ହେଡଫୋନ ବ୍ୟବହାର କରନ୍ତୁ ନାହିଁ : ହୋଇପାରେ ଶ୍ରବଣଜନିତ ସମସ୍ୟା

26/10/2021 at 4:13 PM

ଭୁବନେଶ୍ୱର୨୬/୧୦ : ଆଜିକାଲି ପ୍ରାୟ ଲୋକ ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ ବା ଗାଡ଼ି ଚଲାଇଲାବେଳେ କିମ୍ବା ଅଫିସରେ। କିନ୍ତୁ ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି । ଯେତେବେଳେ ଆମ କାନ ୮୫ ଡେସିବେଲ୍ରୁ ଅଧିକ ଭଲ୍ୟୁମ ଶୁଣିଥାଏ । ସେତେବେଳେ ଭିତର କାନର କୋଷଗୁଡ଼ିକ ଡେମେଜ ହେବା ଆରମ୍ଭ କରିଥାଏ। ଜଣାପଡ଼ୁଛି ଯେ ଅଧିକ ହେଡଫୋନ ବ୍ୟବହାର କରୁଥିବା ଲୋକଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କ ଠାରୁ କମ। ଅବଶ୍ୟ କିଛି ଲୋକ କେବଳ ଖୁସି ପାଇଁ ହେଡ ଫୋନ ବ୍ୟବହାର କରନ୍ତି । ଯଦି ଅତି ଆବଶ୍ୟକ ଅଛି ତାହେଲେ କିଛି ନିୟମ ପାଳନ କରି ଏହାର ବ୍ୟବହାର କରନ୍ତୁ ।

ହେଡ ଫୋନରେ ବ୍ୟାକ ଗ୍ରାଉଣ୍ଡ ଆବାଜକୁ କାଟିବା ପାଇଁ ନଏଜ କ୍ୟାନ୍ସେଲେସନ ଫିଚର ଥାଏ । ଯଦି ଆପଣ କୌଣସି ଗହଳିପୂର୍ଣ୍ଣ ସ୍ଥାନରେ କାମ କରୁଥାଆନ୍ତି ତେବେ ଏଭଳି ହେଡଫୋନ ହିଁ ନିଅନ୍ତୁ ।

ଏହା ଆପଣଙ୍କ କାନକୁ ଆରାମ ଦେଇଥାଏ। ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ହେଡଫୋନ ଲଗାଇ କାମ କରନ୍ତି ସେମାନେ ଏହି ନିୟମକୁ ପାଳନ କରିବା ନିହାତି ଜରୁରି। ଏହି ନିୟମ ଅନୁସାରେ ଆପଣଙ୍କ ଡିଭାଇସର ଭଲ୍ୟୁମ ୬୦ପ୍ରତିଶତରୁ ଅଧିକ ହୋଇ ନଥାଏ। ସେହିପରି ୬୦ ମିନିଟରେ ଥରେ ହେଡଫୋନକୁ କାନରୁ ବାହାରକରି କାନକୁ ଆରାମ ଦେବା ଆବଶ୍ୟକ।

କାନକୁ କୌଣସି ସଂକ୍ରମଣରୁ ବଞ୍ଚାଇବାପାଇଁ ହେଡଫୋନକୁ ସବୁବେଳେ ସଫା ରଖନ୍ତୁ। ନିଜ ହେଡଫୋନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ହେଡ ଫୋନ ସଫା କରିବା ସମୟରେ ଏହାର ସ୍ପଞ୍ଜ ଗୁଡ଼ିକ ଓଦା କରନ୍ତୁନାହିଁ। ନହେଲେ ସାଉଣ୍ଡ କ୍ୱାଲିଟି ଖରାପ ହେବ।

ହେଡଫୋନ କାନରେ ସେଟ କରିବା ପରେ ହିଁ ଆବାଜ ଦିଅନ୍ତୁ। କିଛି ଲୋକ ଅଧିକ ଭଲ୍ୟୁମ ସେଟ କଲା ପରେ କାନରେ ହେଡଫୋନ ଦିଅନ୍ତି। ଯାହା ଦ୍ୱାରା କାନ ଖରାପ ହୋଇଥାଏ।

   Related Posts