ବ୍ଲେଡ୍ ବ୍ୟବହାର କରୁଥିବା ଲୋକେ ସତର୍କ ହୋଇଯାଆନ୍ତୁ : ନଚେତ୍ ଅସୁବିଧାରେ ପଡ଼ିବେ
15/02/2019 at 5:09 PM

ଜୟପୁର ୧୫/୨: ବ୍ଲେଡର ବ୍ୟବହାର ସମସ୍ତେ କୈାଣସି ନା କୈାଣସି କାରଣ ପାଇଁ କରିଥାଆନ୍ତି। ଖାସ୍ କରି ପୁରୁଷଙ୍କ ଶେଭିଙ୍ଗ୍ ପାଇଁ ଏହା ବହୁଳ ଭାବେ ବ୍ୟବହୃତ ହୋଇଥାଏ। ପୁରୁଷମାନେ ଅତି ସହଜରେ ଏହାକୁ ବ୍ୟବହାର କରି ଥାଆନ୍ତି।
ସମସ୍ତେ ଏହାକୁ ଉପଯୋଗ କରିଥାଆନ୍ତି କିନ୍ତୁ ଏହା କେତେ ମାତ୍ରାରେ ଘାତକ ସାବ୍ୟସ୍ତ ହୋଇଥାଏ ତାହା ବହୁତ ଅଳ୍ପ ଲୋକ ଜାଣିଥିବେ। ତେବେ ଚାଲନ୍ତୁ ଏହା ପ୍ରୟୋଗ କରିବା ଦ୍ବାରା କ’ଣ ଘଟିଥାଏ।

ଅଧିକାଂଶ ଲୋକେ ଏହାର ଧାର ସରିବା ଯାଏଁ ଏହାକୁ ବ୍ୟବହାର କରନ୍ତି। ଏହା ବ୍ୟବହାର କରିବା ଦ୍ବାରା ଖଣ୍ଡିଆ ହେବା,ପୋଡ଼ିବା,ଭାତୁଡ଼ି ହେବା ଏବଂ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ ଯାହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ।

ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ବ୍ଲେଡ୍ ଖରାପ ହୋଇ ଯାଇଥାଏ । ଏହା ଲୁହାରେ ପ୍ରସ୍ତୁତ ହୋଇଥିବା ଯୋଗୁଁ ଆପଣଙ୍କୁ ଆଘାତ ଲାଗିଥାଏ। ଏହା ଯୋଗୁଁ ସ୍କିନ୍ ଆଲର୍ଜି ମଧ୍ୟ ହୋଇଥାଏ। କିଛି ଦିନ ପୂର୍ବରୁ ଖବର ମିଳିଥିଲା ଜଣେ ବ୍ୟକ୍ତି ଅତ୍ୟଧିକ ବ୍ଲେଡ୍ ବ୍ୟବହାର କରିବା ଫଳରେ ତାଙ୍କ ଚର୍ମ ଖରାପ ହୋଇଯାଇଥିଲା।