ଏୟାରଟେଲ କରିଲା ସମସ୍ତଙ୍କ ଛୁଟି, ଗ୍ରାହକଙ୍କୁ ଦେବ ୩୩ ଜିବିର ଫ୍ରି ଡାଟା, ଲୋକଙ୍କ ମଧ୍ୟ ସୃଷ୍ଟି ହୋଇଛି ହଇଚଇ

Published By : Prameya-News7 Bureau | July 29, 2019 IST

ଏବେ ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଏକ ଦମଦାର ପ୍ରସ୍ତାବ ଆଣିଛି। ଏୟାରଟେଲର ଅପରେଟର ଅଧିକ ୟୁଜର୍ସ କରିବା ପାଇଁ ଓ ଗ୍ରାହକଙ୍କୁ ଖୁସି କରିବା ଲାଗି ଏକ ନିଆରା ପଦକ୍ଷେପ ନେଇଛି। ରିଲାଏନ୍ସ ଜିଓର ଅଫରରୁ ଏୟାରଟେଲ ଟିକେ ପଛରେ ରହିଥିଲା ସତ କିନ୍ତୁ ଏବେ ଅଫର ମାମଲାରେ ଜିଓଠାରୁ ଆଗକୁ ଯିବାଲାଗି ଚେଷ୍ଟା କରୁଛି ଏୟାରଟେଲ। ଏୟାରଟେଲ ଅପରେଟର ବଜାରରେ ନିଜ ସ୍ଥାନ ହାସଲ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି।

{"id":138655}

ଏବେ କିଛି ଦିନ ହେବ ଏୟାରଟେଲ ନିଜ ସ୍ମାର୍ଟଫୋନ୍‌ ପ୍ଲାଟଫର୍ମରେ ଗ୍ରାହକଙ୍କ ପାଇଁ ଧନ୍ୟବାଦ ଆପ୍‌ ଲଂଚ କରିଛି। ପ୍ରକୃତରେ ଏହା ଏୟାରଟେଲ ଆପ୍‌ର ଅପଡେଟେଡ୍‌ ଭର୍ସନ ଯାହା ଉଭୟ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ରିଚାର୍ଜର ପୋର୍ଟାଲ। ଏୟାରଟେଲ୍‌ ସେହି ସବସ୍କ୍ରାଇବର୍‌ସଙ୍କୁ ଖାସ ଅଫର ଦେଉଛି ଯେଉଁମାନେ ଏହି ଆପ୍‌ ଦ୍ବାରା ରିଚାର୍ଜ କରାଉଛନ୍ତି। ବର୍ତ୍ତମାନ ଏହା ୩୯୯ ଟଙ୍କାର ପିରିଅଡ ପ୍ଲାନ ସହ ଭିନ୍ନ ଭିନ୍ନ ଲାଭ ଦେଉଛି। ୩୯୯ ଟଙ୍କାର ଯୋଜନା ଅନେକ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ ସତ କିନ୍ତୁ ଯେଉଁମାନେ ବେଶୀ ସମୟ ଇଣ୍ଟନେଟରେ କାମ କରୁଥିବେ ତାଙ୍କ ପାଇଁ ଦିନକୁ ୧ଜିବି ଡାଟା ବହୁତ କମ ।  

{"id":138656,"width":569,"height":378}

ଏହି ପ୍ଲାନ୍‌ରେ ଅନଲିମିଟେଡ୍‌ କଲ ଓ ପ୍ରତିଦିନ ୧୦୦ଟି ଫ୍ରି ମେସେଜ କରିବାର ସୁବିଧା ମଧ୍ୟ ଅଛି। କିନ୍ତୁ ଯଦି ଗ୍ରାହକ ଏୟାରଟେଲ ଧନ୍ୟବାଦ ଆପ୍‌ ବ୍ୟବହାର କରନ୍ତି ତାହେଲେ ଫ୍ରି ଡାଟା ପାଇବେ। ଏୟାରଟେଲ ବହୁତ ଆଗରୁ ଏହି ଯୋଜନା ଉପଲପବ୍ଧ କରାଇଛି। ଗ୍ରାହକ ଏହି ଆପ୍‌ରୁ ରିଚାର୍ଜ କଲେ ତାଙ୍କୁ ଅଧିକ ଲାଭ ମିଳିବ। ଭୋଡାଫୋନ୍‌ ମଧ୍ୟ ନିଜ ଗ୍ରାହକଙ୍କୁ ଆପ୍‌ ଏକ୍‌ସକ୍ଲୁସିଭ୍‌ ଅଫର ଦେଇ ଏମିତି ଫାଇଦା କରାଏ। ହେଲେ ରିଲାଏନ୍ସ ଜିଓ ପାଖରେ ନିଜ ଗ୍ରାହକ ପାଇଁ ଏମିତି କୌଣସି ଯୋଜନା ନାହିଁ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.