ସୁଶାନ୍ତ ମୃତ୍ୟୁ ମାମଲା: ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା କେକେ ସିଂହ

Published By : Prameya-News7 Bureau | September 30, 2020 IST

ପାଟଣା ୩୦/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତରେ ବିଳମ୍ବ ହେବାରୁ ସୁଶାନ୍ତଙ୍କ ବାପା କେକେ ସିଂହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଜି ଭେଟିଛନ୍ତି। ନୀତିଶଙ୍କ ବାସଭବନରେ ତାଙ୍କ ପରିବାର ଲୋକ ସୁଶାନ୍ତ ମୃତ୍ୟୁ ମାମଲା ତଦନ୍ତ ବାବଦରେ ଆଲୋଚନା କରିଛନ୍ତି।

ସୁଶାନ୍ତଙ୍କ ବାପା କେକେ ସିଂହ, ତାଙ୍କ ଭଉଣୀ ଓ ଭିଣୋଇ ମଧ୍ୟ ନୀତିଶଙ୍କୁ ଦେଖା କରିଛନ୍ତି। ସିବିଆଇ ତଦନ୍ତ ମଧ୍ୟରେ ପ୍ରଥମଥର ପାଇଁ ସୁଶାନ୍ତଙ୍କ ପରିବାର ନୀତିଶ କୁମାରଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ତାଙ୍କ ଘରଲୋକ କେହି ନୀତିଶଙ୍କୁ ଭେଟି ନ ଥିଲେ । ସୁଶାନ୍ତଙ୍କ ତଦନ୍ତ ମାମଲାରେ ବିଳମ୍ବ ହେବାରୁ ଦୁଃଖରେ ସେମାନେ ନୀତିଶ ପାଖକୁ ଯାଇଛନ୍ତି।

{"id":336672,"width":581,"height":436,"sizeSlug":"large"}

ଏହା ପୂର୍ବରୁ ଓକିଲ ବିକାଶ ସିଂହ ମଧ୍ୟ ତଦନ୍ତ ବିଳମ୍ବକୁ ନେଇ ଟ୍ବିଟ୍ କରିଥିଲେ। ତଦନ୍ତ ମାମଲାକୁ ବଦଳା ଯାଉଥିବା ସେ ଅଭିଯୋଗ କରିଥିଲେ। ତଦନ୍ତକୁ ଡ୍ରଗ୍ସ ମାମଲାରେ ଯୋଡା ଯାଇ ଏହାକୁ ବିଳମ୍ବ କରାଯାଉ ଥିବା ସେ ଦାବି କରିଥିଲେ। ଏହା ସହ ଏମ୍ସ ଡାକ୍ତରଙ୍କ ଅନୁସାରେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିଥିଲେ ବିକାଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.