Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ସୁଶାନ୍ତଙ୍କୁ ଦେଖିଲେ , ଲାଗେ ସେ ଜଣେ ଭଲ ମଣିଷ, କୋର୍ଟଙ୍କ ଶୁଣାଣି ବେଳେ ଏପରି ରଖିଥିଲେ ବିବୃତ୍ତି

8/01/2021 at 1:02 PM

ମୁମ୍ବାଇ ୦୮।୦୧: ଦିବ୍ୟଙ୍ଗତ ଅଭିନେତା ସୁଶାନ୍ତଙ୍କୁ ପ୍ରଂଶସା କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିନେତାଙ୍କ ମୁହଁ ଦେଖିଲେ, କେହି ବି କହିପାରିବେ ଯେ, ସେ ଜଣେ ଭଲ ଲୋକ । ଏପରିକି ସେ ଜଣେ ଭଲ ଅଭିନେତା ବୋଲି କୋର୍ଟ ମଧ୍ୟ କହିଛନ୍ତି ।

ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗ ଆଧାରରେ ପ୍ରିୟଙ୍କା ଓ ମିଟୁଙ୍କ ନାମରେ ବାନ୍ଦ୍ରା ପୁଲିସ ଗତବର୍ଷ ସେପ୍ଟେମ୍ବରରେ ଏହି ମାମଲା ରୁଜୁ କରିଥିଲା । ଯାହାକୁ ନେଇ ଶୁଣାଣି ଜାରି ରହିଛି । ସୁଶାନ୍ତଙ୍କ ଦୁଇ ଭଉଣୀ ପ୍ରିୟଙ୍କା ସିଂହ ଓ ମିଟୁ ସିଂହ ସେମାନଙ୍କ ବିରୋଧରେ ରୁଜୁ ଏଫଆଇଆର ରଦ୍ଦ କରିବାକୁ କରିଥିବା ଆବେଦନ ଉପରେ ଶୁଣାଣି କରିବା ଅବସରରେ ବିଚାରପତି ଏସ୍‌.ଏସ୍‌. ସିନ୍ଦେ ଏବଂ ଏମ୍‌.ଏସ୍‌ କାର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିନେତା ସୁଶାନ୍ତଙ୍କ ବିଷୟରେ ଏପରି କଥା କହିଛନ୍ତି । ଅନ୍ୟ ପଟେ ମାମଲାରେ ନିଜ ରାୟକୁ ମଧ୍ୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।

ସୁଶାନ୍ତଙ୍କ ପାଇଁ ମେଡିକାଲ ପ୍ରେସକ୍ରିପସନ୍‌ ଜାଲିଆତି କରିବା ଅଭିଯୋଗରେ ତାଙ୍କର ଦୁଇ ଭଉଣୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଯାହାର ମାମଲା କୋର୍ଟରେ ଶୁଣାଣି ଚାଲିଛି । ତେବେ ଏହି ମାମଲାର ଶୁଣାଣି କରି ମାନ୍ୟବର ବିଚାରପତି ସିନ୍ଦେ କହିଛନ୍ତି ଯେ, ମାମଲା କିଛି ବି ହେଉନା କାହିଁକି , ଅଭିନେତା ସୁଶାନ୍ତଙ୍କ ମୁହଁ ଦେଖିଲେ ସେ ଜଣେ ନିରୀହ ଲୋକ ବୋଲି କେହି ବି କହିପାରିବେ । ସେ ଜଣେ ଭଲ ମଣିଷ ମଧ୍ୟ, ତାଙ୍କୁ ସମସ୍ତେ ଭଲ ପାଉଥିଲେ ।  ବିଶେଷକରି ‘ଏମ୍‌ଏସ୍‌ ଧାନି: ଦି ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମରେ ତାଙ୍କ ଚରିତ୍ର ଅତି ନିପୁଣୀୟ ଥିଲା ।  

   Related Posts