ପପୁଙ୍କର ମାନସିକ ବିକୃତି ! ରାନୁ ମଣ୍ଡଳଙ୍କ କମେଡି କରିବା ପରେ ମତ ରଖିଲେ ଦର୍ଶକ

Published By : Prameya-News7 Bureau | August 27, 2019 IST

ଭୁବନେଶ୍ୱର -  ରାନୁ ମଣ୍ଡଳଙ୍କୁ ପରିହାସ କରି ଭିଡିଓ କରିବା ପପୁଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହେଲାଣି  । ଏଥିପାଇଁ ସାମାଜିକ ଗଣମାଧ୍ୟମରେ ପପୁଙ୍କୁ ଟ୍ରୋଲ କରାଯାଇଛି । ପୋଷ୍ଟର ବିବାଦରୁ ଏବେ ନିସ୍ତାର ପାଇ ନଥିବା ବେଳେ ରାନୁଙ୍କୁ ନେଇ ଏପରି କମେଡି କରିବା ପରେ ଦର୍ଶକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି । ଦିନେ ସାଧାରଣର ଏତେ ଉଚ୍ଚସ୍ଥାନକୁ ଉଠିଥିବା ପପୁ କିପରି ରାନୁଙ୍କ ପରି ଜଣେ ଅସାଧାରଣ ପ୍ରତିଭାବନ କଳାକାରଙ୍କୁ ଏକ ପ୍ରକାର ପରିହାସ କରୁଛନ୍ତି ତାକୁ ପ୍ରଶ୍ନ କରିଛନ୍ତି । ପପୁଙ୍କୁ ଅନେକ  ଟ୍ରୋଲ କରିବା ସହ ତାଙ୍କର ମାନସିକ ବିକୃତି ଘଟିଛି ବୋଲି କହିଛନ୍ତି । ଏହାକୁ ଏକ ହଜାରରୁ ଅଧିକ ଲୋକ ସେୟାର କରି ସାରିଲେଣି । ବିଭନ୍ନ ସାମାଜିକ ଗଣମାଧ୍ୟମରେ ଏହାକୁ ସେୟାର କରାଯିବା ସହ ପପୁଙ୍କର କାମକୁ ନାପସନ୍ଦକରାଯାଇଛି ।

{"id":149601}

ରାନୁ ମଣ୍ଡଳ ଷ୍ଟେସନରେ ଗୀତ ଗାଇ ନିଜର ଗୁଜରାଣ ମେଣ୍ଟାଉଥିଲେ । ସୋସିଆଲ୍‌ ମିଡିଆର ଏକ ଭାଇରାଲ୍‌ ଭିଡିଓ ତାଙ୍କ ପ୍ରସିଦ୍ଧି ଆଣି ଦେଇଥିଲା । ଲତା ମଞ୍ଜେସକର୍‌ଙ୍କ ଗୀତ ଗାଉଥିବା ରାନୁଙ୍କୁ ଏବେ ସିନେମାରେ ଗୀତ ଗାଇବା ପାଇଁ ସୁଯୋଗ ମିଳିଛି ।

{"id":149592,"align":"left","width":203,"height":181}

ଗତ କିଛିଦିନ ତଳେ ସିନେମା ପୋଷ୍ଟରେ ମହିଳାଙ୍କ ଅସମ୍ମାନ କରିବା ଅଭିଯୋଗରେ ପପୁଙ୍କ ନାମରେ ଥାନାରେ ଅଭିଯୋଗ ଦାୟର କରାଯାଇଥିଲା , ଦୁତୀ ଚାନ୍ଦଙ୍କ ବିରୋଧରେ ମନ୍ତବ୍ୟ ଦେବା ପ୍ରସଙ୍ଗରେ ମଧ୍ୟ ତାଙ୍କୁ ସମାଲୋଚନା କରାଯାଇଥିଲା ଏବେ । ରାନୁ ମଣ୍ଡଳଙ୍କୁ ନକଲ କରିବା ପ୍ରସଙ୍ଗରେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି । ଜଣେ କଳାକାର ହୋଇ ଆଉଜଣେ କଳାକାରଙ୍କୁ ପରିହାସ କରିବା ଠିକ୍ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।

{"id":149602}
wp:core-embed/facebook {"url":"https://www.facebook.com/100027338703784/videos/364155674505720/","type":"video","providerNameSlug":"facebook","className":""}
https://www.facebook.com/100027338703784/videos/364155674505720/
/wp:core-embed/facebook

ପପୁଙ୍କର ଭାଇରାଲ୍ ହୋଇଥିବା ଭିଡିଓରେ ସେ ଏକ ଶାଢୀ ପିନ୍ଧି ରାନୁଙ୍କ ଲୋକପ୍ରିୟ ଗୀତ ତେରି ମେରି ...... ଗୀତକୁ ଗାଉଥିବା ଶୁଣିବାକୁ ମିଳିଛି । ଏଥିରେ ଆଉଜଣେ କଳାକାର ହିମେଶ ରେଶମେୟାଙ୍କୁ ଅନୁକରଣ କରିଛନ୍ତି ।

{"id":149593}

ସୂଚନା ଯୋଗ୍ୟ ଟ୍ରେନରେ ଗୀତ ଗାଇ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଙ୍କୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓ ବେଶ୍ ପ୍ରସିଦ୍ଧି ଆଣି ଦେଇଥିଲା ।। ପ୍ରଥମେ ରାନୁ ପଶ୍ଚିମ ବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଜୀବନଯାପନ କରୁଥିଲେ। ପୁରୁଣା ଗୀତ ଗାଇ ସେ ରେଲୱେ ଷ୍ଟେସନରେ ଅନେକ ଲୋକଙ୍କ ମନ ଶାନ୍ତ କରୁଥିଲେ। କିଛି ଲୋକ ଗୀତ ଶୁଣିବା ପାଇଁ ଠିଆ ହୋଇଯାଉଥିଲେ ତ ଆଉ କିଛି ନଦେଖି ଚାଲିଯାଉଥିଲେ।ରାନୁ ବିଶେଷକରି ଲତା ମଙ୍ଗେସକରଙ୍କ ଗୀତ ଗାଆନ୍ତି। ତେବେ ଷ୍ଟେସନରେ ଗୀତ ଗାଉଥିବା ବେଳେ ଅତିନ୍ଦ୍ର ଚକ୍ରବର୍ତ୍ତୀ ସେଠାରେ ଉପସ୍ଥିତ ଥିଲେ। ଷ୍ଟେସନରେ ଗୀତ ଗାଉଥିବା ସମୟରେ ଅତିନ୍ଦ୍ର ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍ବୁକ୍ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ।‘ଏକ୍  ପ୍ୟାର୍ କା ନଗ୍ମା’ ଗୀତ ଗାଇ ରାତାରାତି ଷ୍ଟାର ହୋଇଗଲେ ରାନୁ।ଧୀରେ ଧୀରେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବାକୁ ଲାଗିଲା। ଭୋକ ମେଣ୍ଟାଇବା ପାଇଁ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ଏବେ ବହୁତ ବଡ ବଡ ଅଫର୍ସ ଆସିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.