ୟୁଜର୍ସ କହିଲେ ବଦଳି ଗଲେ ରାନୁ ମଣ୍ଡଳ, ଏହା ଥିଲା କାରଣ, ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ୮/୧୧: ବର୍ତ୍ତମାନ ସମୟରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ରାନୁ ମଣ୍ଡଳ ଗୋଟେ ପରେ ଗୋଟେ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ତାଙ୍କର ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି। ଷ୍ଟେସନରେ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ବନିଥିବା ରାନୁଙ୍କ ବ୍ୟବହାର ଦିନକୁ ଦିନ କଢ଼ା ହେବାକୁ ଲାଗିଛି। ସୋସିଆଲ ମିଡିଆର ରାଣୀ ରାନୁ ନିକଟରେ ତାଙ୍କ ପ୍ରଂଶସକଙ୍କୁ ଦୁର୍ବ୍ୟବହାର କରିଥିଲେ। କିନ୍ତୁ ଏଥର ସୋସିଆଲ ମିଡିଆରେ ରାନୁଙ୍କ ଗୀତ ଭାଇରାଲ ହୋଇ ନାହିଁ ବରଂ ଗଣମାଧ୍ୟମ ସାମ୍ନାରେ ସେ କିଭଳି ଭାବେ ଉତ୍ତର ରଖିଛନ୍ତି ତାହାର ଭିଡିଓ ଭାଇରାଲ ହୋଇଛି।

କିଛି ଦିନ ତଳେ ରାନୁଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କ ସହ ସେଲଫି ନେବାକୁ ଆସିଥିବା ଜଣେ ମହିଳାଙ୍କୁ ରାନୁ ଅଜବ ପ୍ରକାର ବ୍ୟବହାର କରିଥିଲେ। ଏହି ଘଟଣାର କିଛି ଦିନ ପରେ ରାନୁଙ୍କ ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ ଭିଡିଓରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ସେ ଅଜବ ଢ଼ଙ୍ଗରେ ଦେଇଛନ୍ତି।

wp:core-embed/instagram {"url":"https://www.instagram.com/p/B4mLIj5Brxi/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B4mLIj5Brxi/?utm_source=ig_web_copy_link
/wp:core-embed/instagram

ରାନୁଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ଆପଣ ଯାହା ସ୍ବପ୍ନ ଦେଖିଥିଲେ ତାହା ବାସ୍ତବରେ ପରିଣତ ହୋଇଛି କି? ଏହି ସମୟରେ ରାନୁ ପପ୍‌କନ ଖାଉଥିଲେ। ହୁଏତ ସାମ୍ବାଦିକଙ୍କ ପ୍ରଶ୍ନ ରାନୁ ଶୁଣି ପାରି ନଥିଲେ। ସେଥିଲାଗି ରାନୁ ନିଜର ମୁହଁକୁ ବିକୃତ କରି କହିଥିଲେ କଣ କହୁଛନ୍ତି ଶୁଭି ନାହିଁ। ତାଙ୍କ ମୁହଁର ହାବଭାବରୁ ଜଣା ପଡ଼ୁଥିଲା କି ରାନୁ ଆଗଭଳି ଆଉ ନାହାନ୍ତି। ତାଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଛି। ତାଙ୍କର ପୂର୍ବ ସାକ୍ଷାତାକାର ଏବଂ ବର୍ତ୍ତମାନର ସାକ୍ଷାତାକାର ଭିତରେ ଆକାଶ ପାତଳ ପାର୍ଥକ୍ୟ ରହିଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।  ଏନେଇ ସୋସିଆଲ ମିଡିଆର ୟୁଜର୍ସ ରାନୁଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି ‘ରାନୁ ମଣ୍ଡଳ ବଦଳି ଗଲେ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.