ଟିମ୍‌ ଇଣ୍ଡିଆର ପରାଜୟ: ୟୁଜର୍ସ କହିଲେ, କପିଲ ଦେବ ଯାହା କହିଥିଲେ ଠିକ୍ କଥା...

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ୧/୩: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଜାରି । କ୍ରାଏଷ୍ଟଚର୍ଚ୍ଚରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ଟିମ୍ ପରାଜୟର ଦ୍ବାର ଦେଶରେ । ପୂର୍ବରୁ ପ୍ରଥମ ଟେଷ୍ଟ ହାରି ଭାରତ ସିରିଜ୍‌ରେ ୧-୦ରେ ପଛୁଆ ଅଛି ।ଏହା ଆଗରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦିନିଆ ସିରିଜ୍ ହାରିସାରିଛି ଟିମ୍ । କେବଳ ଗସ୍ତ ଆରମ୍ଭରୁ ଟି-୨୦ ସିରିଜ୍‌ରେ କ୍ଲିନ୍ ସ୍ବିପ୍ କରିଥିଲା ଭାରତୀୟ ଟିମ୍।

ଟି-ଟ୍ବେଣ୍ଟିରେ ଦମ୍‌ଦାର ପ୍ରଦର୍ଶନ। ସିରିଜକୁ ୫-୦ରେ ପୋଛିନେଲା ଟିମ୍ ଇଣ୍ଡିଆ । ହେଲେ ତା ପରେ ଓ୍ବାନଡେ ଏବଂ ଟେଷ୍ଟ ସିରିଜ୍‌ରେ ଆରମ୍ଭ ହୋଇଗଲା ଟିମ୍ ଇଣ୍ଡିଆର ପତନ । ତିନିଟି ୱାନଡେ ମ୍ୟାଚ୍‌ରେ ଲଗାତର ହାରିଲା ଟିମ୍ ଇଣ୍ଡିଆ। ଫେବ୍ରୁଆରୀ ୫ରେ ହାମିଲଟନ୍‌ରେ ପ୍ରଥମ ୱାନ ଡେରେ ଟିମ୍ ଇଣ୍ଡିଆକୁ ୪ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ ।ଏହାପରେ ଫେବ୍ରୁଆରୀ ୮ରେ ଅକଲ୍ୟାଣ୍ଡରେ ଦ୍ବିତୀୟ ୱାନଡେରେ ନ୍ୟୁଜିଲାଣ୍ଡ ୨୨ ରନ୍‌ରେ ବିଜୟ ହାସଲ କଲା ।

ଫେବ୍ରୁଆରୀ ୧୧ରେ ମାଉଣ୍ଟ ମାଉଙ୍ଗନୁଇରେ ନ୍ୟୁଜିଲାଣ୍ଡ ୫ ୱିକେଟରେ ହାରିଯାଇଛି । ଏହାପରେ ଫେବ୍ରୁଆରୀ ୨୧ରୁ ହୋଇଥିବା ୱେଲିଂଟନ୍ ଟେଷ୍ଟରେ ୧୦ ୱିକେଟରେ ପରାଜିତ ହୋଇଥିଲା ଭାରତୀୟ ଟିମ୍ । ଆଉ ଏବେ ଚାଲିଥିବା କ୍ରାଏଷ୍ଟଚର୍ଚ୍ଚ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୬ ୱିକେଟ ହରାଇ ୯୦ ରନ୍ କରିଛି । ପୂର୍ବରୁ ପ୍ରଥମ ଇନିଂସରେ ମାତ୍ର ୭ ରନ୍ ଲିଡ୍ ନେଇଥିବା ଭାରତୀୟ ଟିମ୍ ଏବେ ହାତରେ ଆଉ ମାତ୍ର ୪ ୱିକେଟ୍ ଥାଇ ପରାଜୟ ଦିଗରେ ଆଗଉଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଋଷଭ ପନ୍ଥ ୧ ରନ୍ ଓ ହନୁମା ବିହାରୀ ୫ ରନ୍ କରି ନଟ୍ ଆଉଟ୍ ଅଛନ୍ତି ।

କ୍ୟାପଟେନ କୋହଲି ମାତ୍ର ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟ ଟପ୍ ଅର୍ଡର ବ୍ୟାଚ୍ସମ୍ୟାନ୍ କିଛି କାରନାମା ଦେଖାଇ ପାରିନାହାନ୍ତି । ତେବେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡରେ କାହିଁକି ଏପରି ଖରାପ ପ୍ରଦର୍ଶନ ଜାରି ରଖିଛି । କଣ ଏହା ୯୦ ଦଶକର ସେହି ଭାରତୀୟ ଟିମ୍ ଭଳି ହୋଇଗଲା ଯାହାକି ବିଦେଶ ଗସ୍ତରେ ସବୁବେଳେ ପରାଜୟର ମୁହଁ ଦେଖୁଥିଲା ।ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ଭିତରେ କଳ୍ପନାଜଳ୍ପନା ଲାଗି ରହିଛି ।

ଭାରତୀୟ ଟିମ୍ କେବଳ ବ୍ୟାଟିଂରେ ଫେଲ୍ ମାରୁଛି ତାହା ନୁହେଁ ବରଂ ବୋଲିଂ ଓ ଫିଲଡିଂରେ ମଧ୍ୟ କିଛି ଦମଦାର ପ୍ରଦର୍ଶନ ଦେଖାଇ ପାରିନାହିଁ ।ତେବେ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ  କହିବା ଅନୁସାରେ ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳିଙ୍କ ସ୍ଥାନ ପକ୍କା ରହୁନଥିବାରୁ ସେମାନେ ଦମଦାର ପ୍ରଦର୍ଶନ କରିପାରୁନାହାନ୍ତି । ଟିମ୍‌ରେ ଲଗାତର ପ୍ରଦର୍ଶନକୁ କପିଳ ଦେବ ନାପସନ୍ଦ କରିଛନ୍ତି । ଟିମ୍ ଇଣ୍ଡିଆରେ ପରାଜୟ ପରେ କପିଲ ଦେବଙ୍କ କଥାକୁ ମନେ ପକାଇ ଦେଲେ ୟୁଜର୍ସ।

ପ୍ରାୟ ପ୍ରତି ମ୍ୟାଚ୍‌ରେ ଭାରତର ଗୋଟିଏ ଗୋଟିଏ ନୂଆ ଟିମ୍ ଖେଳୁଛି । ଟିମ୍‌ରେ କେହି ସ୍ଥାୟୀ ନୁହନ୍ତି । ଏଥିଯୋଗୁଁ ସେମାନେ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି । କେ ଏଲ୍ ରାହୁଲଙ୍କ ଭଳି ଦମଦାର ପ୍ରଦର୍ଶନ କରୁଥିବା ବ୍ୟାଟ୍ସମ୍ୟାନ୍ ଟେଷ୍ଟ ଟିମ୍‌ରେ ସାମିଲ କରାନଯିବାକୁ ମଧ୍ୟ କପିଲ ସମାଲୋଚନା କରିଛନ୍ତି । ୱେଲିଂଟନ୍‌ରେ ପ୍ରଥମ ଟେଷ୍ଟକୁ ମାତ୍ର ୪ ଦିନ ଭିତରେ ୧୦ ୱିକେଟରେ ହାରିଥିଲା ଭାରତ ।ଆଉ ଏବେ କ୍ରାଏଷ୍ଟଚର୍ଚ୍ଚ ଟେଷ୍ଟ ୩ ଦିନ ଭିତରେ ହାରିଯିବାର ଆଶଙ୍କା ।ଘରୋଇ ପିଚ୍‌ରେ ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ଟିମ୍ ବିଦେଶ ମାଟିରେ କାହିଁକି ହଠାତ୍ ଚିତ୍ ପଟାଙ୍ଗ ମାରୁଛି ତାକୁ ନେଇ ପୁଣି ଥରେ ଆରମ୍ଭ ହୋଇଯାଇଛି ପୋଷ୍ଟମର୍ଟମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.