ଦୋକାନକୁ ଯିବାକୁ ଲାଜ, ଅନ-ଲାଇନରେ ବଢୁଛି କଣ୍ଡୋମ ବିକ୍ରି.. କିଏ ସବୁ ଗ୍ରାହକ ଆସନ୍ତୁ ଜାଣିବା

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ : ଏକବିଂଶ ଶତାବ୍ଦୀରେ ବି ଭାରତ ଏଭଳି କିଛି ପ୍ରସଙ୍ଗରେ ରକ୍ଷଣଶୀଳତା ଅବଲମ୍ବନ କରୁଛି ଯାହା ଏବେ ଦେଶରେ ଅନଲାଇନ ଷ୍ଟୋର ଲାଗି ଲାଭଦାୟକ ସାବ୍ୟସ୍ତ ହାଇଛି। ଭାରତୀୟମାନେ ଆଜି ବି ସେକ୍ସ ଓ ତତ୍ ସମ୍ବଦ୍ଧିତ ଶିକ୍ଷାରୁ ଦୂରତା ଅବଲମ୍ବନ କରୁଛନ୍ତି। ଏଣୁ ଏଭଳି କୌଣସି ଆବଶ୍ୟକତା ପୁରଣ ଲାଗି ଲୋକେ ସାଧାରଣ ଷ୍ଟୋର ଅପେକ୍ଷା ଏବେ ଅଧିକ ଅନଲାଇନ କିଣାକିଣି ଉପରେ ନିର୍ଭର କରୁଥିବା ଏକ ଇ-କମର୍ସ ସାଇଟ୍ ସୂତ୍ରରୁ ଜଣାପଡିଛି।

ଏଥିରେ ଅନ-ଲାଇନ ଷ୍ଟୋରରେ କଣ୍ଡୋମର ସର୍ବାଧିକ ବିକ୍ରି ବଢିଥିବା ଜଣାପଡିଛି। ଗତବର୍ଷ ତୁଳନାରେ ଚଳିତବର୍ଷ କଣ୍ଡୋମ ବିକ୍ରି ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ଏହି ସାଇଟ୍ ର ମୁଖପାତ୍ର କହିଛନ୍ତି। ଏଥିରେ ଦେଶର ନନ ମେଟ୍ରୋ ସହରରୁ ଏଭଳି ଅର୍ଡର ଅଧିକ ପରିମାଣରେ ମିଳୁଥିବା ବେଳେ ଛୋଟଛୋଟ ସହରର ଲୋକେ ଏଭଳି ଉତ୍ପାଦ ଲାଗି ଅନଲାଇନ ଷ୍ଟୋର ଉପରେ ନିର୍ଭର କରୁଥିବା ଜଣୁପଡିଛି।

ତେବେ ଦେଶରେ ସେକ୍ସ ଓ ଏଭଳି ଏଜୁକେଶନକୁ ନେଇ ଲୋକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସଚେତନତା ସୃଷ୍ଟି ହୋଇ ପାରିନଥିବା ଏଥିରୁ ସ୍ପଷ୍ଟ ହୋଇଥିବା ବେଳେ ସାଧାରଣ ଦୋକାନ ବଜାରରୁ ଲୋକେ ଏଭଳି ସାମଗ୍ରୀ କ୍ରୟ କରିବାରେ ଆଜି ବି ଶାହସ ସଞ୍ଚୟ କରିପାରୁନଥିବା ଜଣାପଡିଛି ।

ଇ-କମସର୍ସ ଷ୍ଟୋରର ମୁଖପାତ୍ରଙ୍କ ଅନୁସାରେ ଇମ୍ଫାଲ, ମୋଗା, ଆଇଜଲ,ଅଗରତାଲା, ଏର୍ଣ୍ଣାକୁଲମ, ମାଲାପୁରମ, ସିଲଂ, ସିଲଚର, ଉଦୟପୁର, ହିସାର,ନାଗଁ,ବର୍ଦ୍ଧମାନ, ଦିବ୍ରୁଗଡ, କାନପୁର ଓ ଅହମ୍ମଦନଗର ଆଦି ଥ୍ରୀ-ଟାୟର ସହରାଞ୍ଚଳର ଲୋକେ ବି ଏଭଳି ଅନଲାଇନ ଷ୍ଟୋର ଉପରେ ନିର୍ଭର କରୁଛନ୍ତି। ଏଭଳି ସହରାଞ୍ଚଳର ପ୍ରାୟ ୫୦ ପ୍ରତିଶତ  ଚାହିଦା ଏବେ ଅନଲାଇନ ଷ୍ଟୋରରୁ ପୁରଣ ହେଉଥିବା ମୁଖପାତ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.