Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌ର ପାସ୍‌ଓ୍ବାର୍ଡ ପଚାରିଲେ ୟୁଜର୍ସ, ଉତ୍ତରରେ ମିଳିଲା କୌତୁକିଆ ଉତ୍ତର

8/03/2020 at 3:11 PM

ନୂଆଦିଲ୍ଲୀ୮/୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଉପଲକ୍ଷେ ୭ ମହିଳା ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌ର  ଆକାଉଣ୍ଟକୁ ବ୍ୟବହାର କରୁଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌ ଆକାଉଣ୍ଟରେ ୟୁଜର୍ସ ଅଜବ ପ୍ରକାର ପ୍ରଶ୍ନ  କରିଥିଲେ। ଯେତେବେଳେ ସ୍ନେହା ମୋହନଦାସ ନାମକ ଯୁବତୀ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍‌ର ହ୍ୟାଣ୍ଡଲ କରୁଥିଲେ ଧ୍ରୁବ ସିଂହ ନାମକ  ଜଣେ ୟୁଜର୍ସ ଆକାଉଣ୍ଟର ପାସ୍‌ଓ୍ବାର୍ଡ କେତେ ବୋଲି ପ୍ରଶ୍ନ କରିଥିଲେ। ଏହି ୟୁଜର୍ସଙ୍କ ପ୍ରଶ୍ନରେ ମୋଦି ମଧ୍ୟ ଏକ କୌତୁକିଆ ଉତ୍ତର  ରଖିଥିଲେ। ମୋଦି କହିଥିଲେ ପାସ୍‌ଓ୍ବାର୍ଡ ହେଉଛି ନ୍ୟୁ ଇଣ୍ଡିଆ।

ରବିବାର ମାର୍ଚ୍ଚ ୮ ତାରିଖରେ ମହିଳାମାନଙ୍କ ଉଦ୍ଦେଶ୍ୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ସମର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆ ଛାଡ଼ିବା ନେଇ ମୋଦିଙ୍କର ଟ୍ବିଟ୍ ଆସିବା ପରେ ଯେଉଁ କଲ୍ପନାଜଳ୍ପନା ପ୍ରକାଶ ପାଇଥିଲା ଆଜି ସେଥିରେ ଟ୍ବିଷ୍ଟ ଆଣିଛି ମୋଦିଙ୍କ ନୂଆ ଟ୍ବିଟ୍।

ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ବ ମହିଳା ଦିବସରେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସେହି ମହିଳାମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ ଯେଉଁମାନଙ୍କର ଜୀବନଶୈଳୀ  ଆମକୁ ପ୍ରେରଣା ଦେଇଆସିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଛାଡ଼ିବା ନେଇ ଟ୍ବିଟ୍ ଆସିବା ପରେ ସାରା ଦେଶରେ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା।

   Related Posts