ବିଗ୍‌ବସ୍‌-୧୫ର ଆରମ୍ଭରୁ ବୟକଟ୍ ଦାବି କଲେ ୟୁଜର୍ସ : ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ କହିଲେ...

Published By : Prameya-News7 Bureau | October 03, 2021 IST

ମୁମ୍ବାଇ ୦୩/୧୦: ପୁଣି ବିବାଦରେ ମୋଷ୍ଟ କଣ୍ଟ୍ରଭର୍ସିଆଲ୍‌ ଶୋ’ ବିଗ୍‌ ବସ୍‌। ଏହି ଶୋ ପ୍ରଥମ ଦିନରେ ପ୍ରିମିୟର ଶୋ ଆରମ୍ଭ ହେଉଣୁ ବିଗ୍‌ ବସ୍‌-୧୫କୁ ବୟକଟ କରିବାକୁ ଦାବି ଉଠିଛି। ସୋସିଆଲ ମିଡିଆରେ ଏନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି।

ଗତ ଆଜି ଠାରୁ ବିଗ୍‌ ବସ୍‌-୧୫ ଆରମ୍ଭ ହେବ। ଗତ କାଲି ଶୋ’ର ପ୍ରିମିୟର ନାଇଟ୍‌ ରହିଥିଲା । ତେବେ ଏହା ଶୋ ପୂର୍ବରୁ ବିଗ୍‌ ବସ୍‌-୧୫କୁ ବୟକଟ୍‌ କରିବା ପାଇଁ ଦାବି ଉଠିଛି। ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହାକୁ ବୟକଟ କରିବା ପାଇଁ କହିଛନ୍ତି। ଏଥିସହ ସୋସିଆଲ ମିଡିଆରେ #Boycott Big Boss-15 ଟ୍ରେଣ୍ଡ କରୁଛି।

wp:html
/wp:html

ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କାରଣ ଦେଖାଇ ଏହାକୁ ବୟକଟ କରିବାକୁ କିଛି ୟୁଜର୍ସ ଦାବି କରିଛନ୍ତି। ସେହିପରି ଆଉ କେତେଜଣ ଭିନ୍ନ ଭିନ୍ନ କାରଣ ଦର୍ଶାଛନ୍ତି। ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବିଗ୍‌ ବସ୍‌ ଏଣ୍ଟ୍ରିକୁ ନେଇ ମଧ୍ୟ କିଛି ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଶୋ’ର ହୋଷ୍ଟ କ୍ରିମିନାଲ ହୋଇଥିବା ବେଳେ ଏଥର ପ୍ରତିଯୋଗୀ ମଧ୍ୟ କ୍ରିମିନାଲ। ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ମିଳୁ।’ ସେହିପରି ଆଉ ଜଣେ ଲେଖିଛନ୍ତି, ‘ବିଗ୍‌ ବସ୍‌ ଏବଂ ପୂରା ବଲିଉଡକୁ ପୂର୍ବରୁ ଆମେ ବୟକଟ କରିଛୁ।

wp:html /wp:html

କିନ୍ତୁ ରିୟାଙ୍କ ନାମ ଅପଡେଟ୍‌ ଆସୁଥିବା ବେଳେ କୁହା ଯାଉଥିଲା ଯେ ନିର୍ଦ୍ଦେଶକ ଅଭିନେତ୍ରୀଙ୍କୁ ୩୫ ଲକ୍ଷ ଟଙ୍କା ଦେଇଥିବା ନେଇ ମଧ୍ୟ ଗୁଜବ ଉଠିଥିଲା । ହେଲେ ପରେ ଜଣା ପଡିଥିଲା ଯେ ସେ ଏହି ଅଫରକୁ ପ୍ରତ୍ୟାଖାନ କରି ଦେଇଥିଲେ । ହେଲେ ରିୟା ଏନେଇ ସ୍ପଷ୍ଟ କରିଛନ୍ତି କି ସେ ଏହି ଶୋରେ ପ୍ରତିଯୋଗୀ ଭାବେ ଆସିବେ ନାହିଁ । ଏହା ସହ ସେପଟେ ଭିନ୍ନ ଭିନ୍ନ କାରଣ ନାଁ ନ ନେଇ ସଲମାନ ଖାନ୍‌ଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି।

wp:html
/wp:html

ସୂଚନା ମୁତାବକ, ରିଆଲିଟି ଶୋ’ ବିଗ୍‌ ବସ୍‌କୁ ବହୁ ଦିନ ଧରି ସଲମାନ ଖାନ୍‌ ହୋଷ୍ଟ କରି ଆସୁଛନ୍ତି। ତାଙ୍କ ହୋଷ୍ଟିଂ ଷ୍ଟାଇଲ୍‌କୁ ଫ୍ୟାନ୍‌ ପସନ୍ଦ ମଧ୍ୟ କରନ୍ତି। ଗତ କାଲି ଠାରୁ ବିଗ୍‌ ବସ୍‌ ସଜିନ୍‌ ୧୫ ଆରମ୍ଭ ହୋଇଛି। ଗତ କାଲି ଏହି ପ୍ରିମିୟର ନାଇଟ୍‌ରେ ଅଭିନେତା ରଣବୀର ସିଂହ ଯୋଗ ଦେଇଛନ୍ତି । ସେ ନିଜ ଶୋ’ ‘ବିଗ୍‌ ପିକ୍‌ଚର’ର ପ୍ରମୋସନ ପାଇଁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.