Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଟ୍ରୋଲ୍ ହେଲେ ବିରାଟ, ୟୁଜର କହିଲେ- ‘କୋହଲି ଅଧିକ ଛୁଟି ନିଅନ୍ତୁ, ରାହାଣେ ଦଳକୁ ସମ୍ଭାଳି ଦେବେ’

29/12/2020 at 3:33 PM

ମେଲବର୍ଣ୍ଣ,୨୯/୧୨:   ମେଲବର୍ଣ୍ଣ ଟେଷ୍ଟରେ ଭାରତ ୮ ଓ୍ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହାପରେ ଚ୍ୱିଟରରେ ପ୍ରଶଂସକମାନେ ନିଜ ଅନ୍ଦାଜରେ ଖୁସି ମନାଇଛନ୍ତି । ସୋସିଆଲ ମିଡିଆରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କଠୁ ଆରମ୍ଭ କରି ସମସ୍ତେ ଏହି ଐତିହାସିକ ବିଜୟରେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପିତୃତ୍ୱ ଅବକାଶ ନେଇ ଛୁଟିରେ ଥିବା ବିରାଟଙ୍କ ବଦଳରେ ନେତୃତ୍ୱ ନେଇଥିବା ଆଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ଶୁଭେଚ୍ଛାର ସୂଅ ଛୁଟିଛି । ତେବେ ଫ୍ୟାନ୍ସମାନେ ଭାରତୀୟ ଦଳକୁ ପ୍ରଶଂସା କରିବା ସହ ବିରାଟଙ୍କୁ ଟ୍ରୋଲ କରିଛନ୍ତି ।

ଭାରତ ମ୍ୟାଚ୍ ଜିତିବା ପରେ ବିରାଟ ଟ୍ୱିଟରରେ ଲେଖିଥିଲେ ଯେ, ଏହା ଏକ ଦମଦାର ବିଜୟ । ଦଳର ସମସ୍ତ ଖେଳାଳି ଭଲ ପ୍ରୟାସ କରିଥିଲେ । ରାହାଣେଙ୍କ ପାଇଁ ଏହାଠୁ ବଡ ଖୁସି ଆଉ କିଛି ନହୋଇପାରେ । ତାଙ୍କ ନେତୃତ୍ୱରେ ଦଳ ଆହୁରି ଭଲ କରିବ ।

ବିରାଟଙ୍କ ଏହି ଟ୍ୱିଟ୍ ପରେ ସମାଲୋଚକମାନେ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । କିଛି ୟୁଜର କହିଛନ୍ତି ଯେ, ବିରାଟ ଆହୁରି କିଛି ଦିନ ଛୁଟି ନେଇଯାଆନ୍ତୁ । ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ବିରାଟ ନବଜାତକ ଶିଶୁର ଧ୍ୟାନ ରଖନ୍ତୁ, ଦଳକୁ ରାହାଣେ ସମ୍ଭାଳି ନେବେ ।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆଠୁ ଲଜ୍ଜାଜନକ ପରାଜୟର ସାମ୍ନା କରିଥିଲା । ଏହାପରେ ଦଳ ପାଇଁ ମେଲବର୍ଣ୍ଣ ଟେଷ୍ଟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଥିଲା । ଏହି ମ୍ୟାଚରେ ବିରାଟ ମଧ୍ୟ ଅନୁପସ୍ଥିତ ଥିଲେ । ତାଙ୍କ ବଦଳରେ ରାହାଣେ ଦଳର ମଙ୍ଗ ସମ୍ଭାଳିଥିଲେ ।

   Related Posts