Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ମହଙ୍ଗା ପଡିଲା ଛାତ୍ରନେତ୍ରୀଙ୍କୁ, ସୋସାଲ ମିଡିଆରେ ଘେରିଲେ ଲୋକେ

5/10/2019 at 4:06 PM

ନୂଆଦିଲ୍ଲୀ : ମୋବ ଲିଞ୍ଚିଂ ପ୍ରସଙ୍ଗରେ ଏକ ଟ୍ୱିଟ୍ ରେ ମନ୍ତବ୍ୟଦେବା ଜେଏନୟୁ ଛାତ୍ରନେତ୍ରୀ ତଥା ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ନେତ୍ରୀ ଶେହଲା ରଶିଦଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି।  ଏଥିଲାଗି ସୋସାଲ ମିଡିଆ ୟୁଜର ତାଙ୍କୁ ଏବେ ଖୁବ୍ ଟ୍ରୋଲ କରୁଛନ୍ତି। ମୋବ ଲିଞ୍ଚିଂ ପ୍ରସଙ୍ଗରେ ପ୍ରଧାମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିବା ଯୋଗୁ ଲୋକଙ୍କ ବିରୋଧରେ ମୋକଦ୍ଦମା ରୁଜୁ ନେଇ ଏକ ଟ୍ୱିଟ୍ ରେ ଶେହଲା ରିଟ୍ୱିଟ୍ କରିଥିଲେ।

ଶେହେଲା ତାଙ୍କ ପ୍ରତିକ୍ରିୟାରେ ଲେଖିଥିଲେ ‘ସମ୍ବିଧାନର କୌଣସି ଅନୁଚ୍ଛେଦ, ଆଇପିସିର କୌଣସି କ୍ଲଜ, କୌଣସି ରାଜ୍ୟର ଆଇନ ଅଥବା ସଂସଦରେ ଏଭଳି କୌଣସି ଆଇନ ନାହିଁ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରିବା ଜରୁରୀ ଉଲ୍ଲେଖ ଅଛି । ତଥାପି  ମଣୀରତ୍ନମ, ଅଦୂର ଓ ଅନ୍ୟ ୪୭ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ତେବେ ଏହା ଯଦି ଫାଶିବାଦ ନୁହେଁ ଆମକୁ ଫାଶିବାଦର ପରିଭାଷା ବଦଳାଇବକୁ ହେବ। ଯେଉଁ ଗତିରେ ଦେଶ କ୍ଷମତାବାଦ ଆଡକୁ ଗତି କରୁଛି ତାହା ବାସ୍ତବିକ ଭୟାନକ‘।

ଶେହଲାଙ୍କ ରିଟ୍ୱିଟ୍ ରେ ୟୁଜର ପୁରା ଖପ୍ପା ହୋଇଯାଇଛନ୍ତି। ଜଣେ ୟୁଜର ଉଲ୍ଲେଖ କରିଛନ୍ତି ‘ତାହାଲେ ତୁମେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁଛ, ଏ ସମ୍ବଦ୍ଧ କ’ଣ ସୂଚିତ କରୁଛି?’ସେହିପରି ଅନ୍ୟ ଜଣେ ୟୁଜର ଉଲ୍ଲେଖ କରିଛନ୍ତି   ‘ସମ୍ବିଧାନର କୌଣସି ଅନୁଚ୍ଛେଦ, ଆଇପିସିର କୌଣସି କ୍ଲଜ, କୌଣସି ରାଜ୍ୟର ଆଇନ ଅଥବା ସଂସଦରେ ଏଭଳି କୌଣସି ଆଇନ  ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାର ଅଧିକାର ବି ଦେଇନି, କାରଣ ସେ ୧୩୦ କୋଟି ଭାତୀୟଙ୍କ ପ୍ରଧାନମନ୍ତ୍ରୀ। ତେବେ କିଛି ୟୁଜର ଶେହଲାଙ୍କ ସହିତ ଏକମତ ଥିବା ବି ଏହି ଟ୍ୱିଟ୍ ବାର୍ତ୍ତାରୁ ଜଣାପଡିଛି।  

   Related Posts