ଏସବିଆଇ ଆକାଉଣ୍ଟ ହୋଲ୍ଡରଙ୍କ ଲାଗି ବଡ ଖବର, ଏଟିଏମରୁ ଆଉ ବାହାରିବନି ୨ ହଜାର ଟଙ୍କାର ନୋଟ୍

Published By : Prameya-News7 Bureau | October 05, 2019 IST

ମୁମ୍ବାଇ:  ଯଦି ଆପଣ ବି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ର ଗ୍ରାହକ ତେବେ ଆପଣଙ୍କ ଲାଗି ବଡ ଖବର। ଏବେ ଏସବିଆଇ ବ୍ୟାଙ୍କ ଏଟିଏମରୁ ଆଉ ୨ ହଜାର ଟଙ୍କା ନୋଟ ମିଳିପାରିବ ନାହିଁ। ଧିରେ ଧିରେ ବ୍ୟାଙ୍କ ବି ନଗଦ ନେଣଦେଣରେ ଏହି ନୋଟ ଦେବା ବନ୍ଦ କରିବ। ଛୋଟ ନୋଟର ପ୍ରଚଳନ ବୃଦ୍ଧି ଲାଗି ଏସବିଆଇ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି।

{"id":166653}

ବଡ ନୋଟ୍ ବନ୍ଦ କରିବା ଲାଗି ଏସବିଆଇଙ୍କ ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଥିବା ଏଟିଏମରୁ ଏବେ ୨ହଜାର ଟଙ୍କା ନୋଟ ରହୁଥିବା କ୍ୟାସେଟ୍ ହଟାଇବା ଆରମ୍ଭ ହୋଇଯାଇଛି। ପ୍ରଥମେ ୨ ହଜାର ଓ ପରେ ୫ଶହ ଟଙ୍କା ନୋଟ ବି ମିଳିବା ବନ୍ଦ ହେବ। ଏଟିଏମରୁ କେବଳ ୧ଶହ ଓ ୨ଶହ ଟଙ୍କା ଉଠାଣ ହୋଇପାରିବ ବୋଲି ଜଣାପଡିଛି।

{"id":166654,"width":580,"height":435}

ସେପଟେ ଏସବିଆଇ ଏବେ ଫ୍ରିୱିଡ୍ରାଲ ସୀମା ମଧ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏଥିରେ ଜଣେ ଗ୍ରାହକ ଏଟିଏମ କାର୍ଡରେ ମାସିକ ୧୨ ଥର ପର୍ଯ୍ୟନ୍ତ ବିନା କୌଣସି ଦେୟରେ ଟଙ୍କା ୱିଡ୍ର କରିପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ କିଛି ସହରରେ ଏହି ସୁବିଧା ମିଳୁଛି। ପରେ ମେଟ୍ରୋସିଟି ମାନଙ୍କରେ ବି ଗ୍ରାହକଙ୍କୁ ଏହି ଫ୍ରି ୱିଡ୍ରାଲର ସୁବିଧା ପାଇବେ। ତେବେ ମେଟ୍ରୋ ସହରରେ ମାସିକ ୧୦ଥର ଏଭଳି ୱିଡ୍ରର ସୁବିଧା ମିଳିପାରିବ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.