ଯୋଗ ଶିଖିବା ଲାଗି ଆଶ୍ରମକୁ ଯାଉଥିଲେ , ବିଧାୟକଙ୍କ ସହ ହେଲା ପ୍ରେମ, ଏବେ ସେ ଅଛନ୍ତି ଲୋକସଭା ସଦସ୍ୟା, ସେ କିଏ ଜାଣନ୍ତୁ

Published By : Prameya-News7 Bureau | November 02, 2019 IST

ମୁମ୍ବାଇ୨/୧୧: ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯାହାଙ୍କ ସଂପର୍କରେ ପୂର୍ବରୁ ଆପଣ ସବୁ ଜାଣିଥିବେ। କାହିଁକି ନା ଏହି ଅଭିନେତ୍ରୀ ବଡ଼ ପରଦା ବହୁତ ଥର ନଜର ଆସିଛନ୍ତି। ଏହି ଅଭିନେତ୍ରୀ ଯୋଗ ଶିଖିବା ପାଇଁ ଆଶ୍ରମ ଯାଉଥିଲେ। ସେଠାରେ ଜଣେ ବିଧାୟକଙ୍କ ସହ ତାଙ୍କର ପ୍ରେମ ହୋଇଥିଲା। କିଛି ମାସ ପରେ ଉଭୟଙ୍କ ପ୍ରେମ ସଂପର୍କ ବିବାହରେ ପରିଣତ ହୋଇଥିଲା। ଆମେ ଯେଉଁ ଅଭିନେତ୍ରୀଙ୍କ କଥା କହୁଛୁ ସେ ହେଉଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ନବନୀତ କୌର।

ନବନୀତ ବହୁ ତେଲୁଗୁ ଫିଲ୍ମରେ ନଜର ଆସିଛନ୍ତି। ତାଙ୍କର ନିଖୁଣ ଅଭିନୟ ଲାଗି ଦର୍ଶକ ତାଙ୍କୁ ବେଶ ପସନ୍ଦ କରନ୍ତି। ଫିଲ୍ମ ଦୁନିଆରେ ତାଙ୍କର ବହୁ ସୁନାମ ରହିଛି। ତଥାପି  ନବନୀତ ରାଜନୀତିରେ ପାଦ ଥାପି ସାରିଛନ୍ତି। ଏବେ ସେ ଲୋକସଭା ସଦସ୍ୟା ହୋଇ ସାରିଛନ୍ତି।

{"id":178284,"width":562,"height":374}

ଯୋଗଗୁରୁ ରାମ ଦେବଙ୍କ ଆଶ୍ରମକୁ ଯୋଗ ଶିଖିବା ପାଇଁ ନବନୀତ କୌର ଯାଉଥିଲେ। ସେଠାରେ ବଡ଼ନେରାର ବିଧାୟକ ରବି ରାଣାଙ୍କ ସହ ତାଙ୍କର ଭେଟ ହୋଇଥିଲା। ପ୍ରଥମେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇ ବାହା ବେଦୀରେ ଶେଷ ହୋଇଥିଲା। ୨୦୧୧ ମସିହା ଫ୍ରେବୃଆରୀ ୩  ତାରିଖରେ ନବନୀତଙ୍କୁ ବିଧାୟକ ରବି ରାଣା ଗଣ ବିବାହ କରିଥିଲେ।

{"id":178283,"width":538,"height":746}

ବର୍ତ୍ତମାନ ନବନୀତ କୌର କୌଣସି ଫଲ୍ମରେ ନଜର ଆସୁ ନାହାନ୍ତି। କାରଣ ତାଙ୍କ ଦାୟିତ୍ବ ଭାର ବଢ଼ି ଯାଇଛି। କାହିଁକି ନା ଏବେ ସେ ଲୋକସଭା ସଦସ୍ୟା ହୋଇ ସାରିଛନ୍ତି। ୨୦୧୯ ମସିହା ସାଧାରଣ ନିର୍ବାଚନରେ ଅମରାବତୀ ଲୋକସଭା ଆସନରେ ସେ ବିଜୟ ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.