ଗର୍ଭନିରୋଧକ ପାଇଁ ଖାଆନ୍ତୁ ଏହି ଜିନିଷ : ହେବେନାହିଁ ଗର୍ଭବତୀ

Published By : Prameya-News7 Bureau | March 05, 2019 IST

ଯଦି ଆପଣ ଗର୍ଭବତୀ ହେବାକୁ ଚାହୁଁନାହାନ୍ତି ଏବଂ ଏଥିପାଇଁ ଆପଣ ଯଦି ଗର୍ଭନିରୋଧକ ବଟିକା ନେବାପାଇଁ ଚାହୁଁଛନ୍ତି ତେବେ ରହିଯାଆନ୍ତୁ। ଗର୍ଭଧାରଣକୁ ରୋକିବା ପାଇଁ ବିଭିନ୍ନ ଉପାୟ ରହିଛି। ଗର୍ଭନିରୋଧକ ବଟିକାର ଅନେକ ପାର୍ଶ୍ବ ପ୍ରତିକ୍ରିୟା ରହିଛି। ଯଦି ଆପଣ ଏହାକୁ ବ୍ୟବହାର ନ କରି ପ୍ରାକୃତିକ ଉପାୟରେ ଗର୍ଭଧାରଣକୁ ରୋକିବାକୁ ଚାହୁଁଛନ୍ତି ତେବେ ଆୟୁର୍ବେଦରେ ଏହାର ସମାଧାନ ରହିଛି। ଏହି ଉପାୟକୁ ପ୍ରୟୋଗ କରିବା ପୂର୍ବରୁ ନିଜ ପରିବାର ଡାକ୍ତର ଏବଂ ଆୟୁର୍ବେଦ ବିଶେଷଜ୍ଞଙ୍କଠୁ ପରାମର୍ଶ ନେବା ଉଚିତ୍। ଆୟୁର୍ବେଦରେ କ୍ୟାଷ୍ଟର ମଞ୍ଜିକୁ ସବୁଠୁ ଉତ୍ତମ ଗର୍ଭନିରୋଧକ ଭାବେ ଜଣା ଯାଇଥାଏ।

{"id":90826,"width":594,"height":397}

 ଏହାକୁ ବ୍ୟବହାର କରିବା ପାଇଁ ସବୁଠୁ ପ୍ରଥମେ କ୍ୟାଷ୍ଟର ମଞ୍ଜିକୁ ଫୁଟାନ୍ତୁ। ଏହା ପରେ ଏଥିରେ ଥିବା ଧଳା ମଞ୍ଜିକୁ ବାହାର କରନ୍ତୁ। ଏହି ମଞ୍ଜିକୁ ଏକ ଗ୍ଲାସ୍ ପାଣିରେ ମିଶାଇ ପିଇ ଦିଅନ୍ତୁ। ଆପଣ ଶାରିରୀକ ସମ୍ପର୍କ ସ୍ଥାପନ କରିବାର ୭୨ଘଣ୍ଟା ମଧ୍ୟରେ ଗର୍ଭନିରୋଧ ପାଇଁ କ୍ୟାଷ୍ଟର ମଞ୍ଜିକୁ ବ୍ୟବହାର କରି ପାରିବେ। ଏହା ଏକ  ଗର୍ଭନିରୋଧକ ବଟିକାର କାମ କରିବ। ଯଦି କୈାଣସି ମହିଳା ପିରିୟଡର ୩ଦିନ ପର୍ଯ୍ୟନ୍ତ ଏହି ମଞ୍ଜି ସେବନ କରିବେ ତେବେ ମାସେ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ।

{"id":90827,"width":594,"height":395}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.