ଗୁରୁବାର ଏହି ଧାତୁର ବାସନ କରନ୍ତୁ ବ୍ୟବହାର : ସମସ୍ତ ସମସ୍ୟା ହେବ ଦୂର

Published By : Prameya-News7 Bureau | July 09, 2020 IST

ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା ମଧ୍ୟ କରାଯାଇଥାଏ। ଗୁରୁ ଗ୍ରହ ବୃଦ୍ଧି,ଜ୍ଞାନ,ଧର୍ମ ଏବଂ ସୁଖ-ସମୃଦ୍ଧିର କାରକ ହୋଇଥାଏ। ଏହାକୁ ବୈବାହିକ ଜୀବନ ଏବଂ ଭାଗ୍ୟର କାରକ ମଧ୍ୟ କୁହାଯାଇଥାଏ। କୁହାଯାଏ ଯେ ଗୁରୁବାର ଦିନ ଯଦି ବୃହସ୍ପତି ସହ ଜଡ଼ିତ କୌଣସି ବିଶେଷ ଉପାୟ କରାଯାଏ ତେବେ ଜାତକକୁ ବଡ଼ ଲାଭ ପ୍ରାପ୍ତି ହୋଇଥାଏ। ଗୁରୁ ସହ ଜଡ଼ିତ ଏହି ଉପାୟ ଦ୍ବାରା ଆପଣଙ୍କ ଭାଗ୍ୟ ଚମକି ପାରେ।

{"id":298265,"width":593,"height":459,"sizeSlug":"large"}

ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ଗୁରୁବାର ଦିନ ପିତ୍ତଳ ବାସନର ଉପଯୋଗ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପୂଜା-ପାଠରେ ପିତ୍ତଳ କିମ୍ବା ତମ୍ବା ବାସନର ପ୍ରୟୋଗ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣଙ୍କ ଭାଗ୍ୟ ସୁପ୍ତ ରହିଛି ତେବେ ଆପଣଙ୍କୁ ଗୁରୁବାର ପିତ୍ତଳ ବାସନ ବ୍ୟବହାର କରିବା ଉଚିତ୍। ପିତ୍ତଳ ପାତ୍ରରେ ମୁଠାଏ ଚଣା ଡାଲି ବତୁରାଇ ରଖି ଦିଅନ୍ତୁ। ସକାଳେ ଉଠି ଏହି ଡାଲିକୁ ଗୁଡ଼ରେ ମିଶାଇ ଗାଈକୁ ଖୁଆନ୍ତୁ। ଗୁରୁବାର ଏହି ଉପାୟ ଦ୍ବାରା ଆପଣଙ୍କ ସୁପ୍ତ ଭାଗ୍ୟ ଜାଗି ଉଠିବ।

{"id":298266,"width":591,"height":394,"sizeSlug":"large"}

ଯଦି ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଗୁରୁବାର ଯେ କୌଣସି ପିତ୍ତଳ ବାସନରେ ଶୁଦ୍ଧ ଦେଶୀ ଘିଅକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଚଢ଼ାଇବା ଉଚିତ୍। ଏହା ପରେ ଏହି ଘିଅକୁ ପ୍ରସାଦ ଭାବେ ଅଭାବୀଙ୍କୁ ବିତରଣ କରିବା ଉଚିତ୍ ଏବଂ ନିଜ ପାଇଁ ଅଳ୍ପ ରଖିବା ଉଚିତ୍। ଯଦି ଏହି ଉପାୟ ପ୍ରତି ଗୁରୁବାର ଦିନ କରିବେ ତେବେ ଆପଣଙ୍କୁ କେବେ ବି ଟଙ୍କାର ଅଭାବ ହେବ ନାହିଁ।

{"id":298268,"width":591,"height":332,"sizeSlug":"large"}

ଶୁକ୍ରବାର ଦିନ ଧନ ଦେବୀ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ। କିନ୍ତୁ ଯଦି ଗୁରୁବାର ପିତ୍ତଳ ପାତ୍ରରେ ଘିଅ ଦୀପ ମାଆଙ୍କ ସମକ୍ଷରେ ଜଳାଇବେ ଏବଂ ତାଙ୍କୁ ନିଷ୍ଠାର ସହ ପୂଜା-ଅର୍ଚ୍ଚନା କରିବେ ତେବେ ଆପଣଙ୍କ ଧନ ସମ୍ପତ୍ତି ବୃଦ୍ଧି ହେବ। ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ କୃପା କରିବେ।

{"id":298269,"width":590,"height":443,"sizeSlug":"large"}

ଯଦି ଜୀବନରେ କୌଣସି ଜିନିଷକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହାକୁ ଦୂର କରିବା ପାଇଁ ପିତ୍ତଳ ପାତ୍ରରେ ଦହି ଭର୍ତ୍ତି କରି ନିଜ ବେଡରୁମରେ ବେଡ ତଳେ ରଖନ୍ତୁ। ପର ଦିନ ସକାଳେ ଏହି ଦହିକୁ କୌଣସି ଗଛର ମୂଳରେ ପକାନ୍ତୁ। ଏହି ଉପାୟ ଆପଣଙ୍କ ସମସ୍ତ ଚିନ୍ତାକୁ ଦୂର କରିବାରେ ଲାଭଦାୟକ ସାବ୍ୟସ୍ତ ହେବ। ମନୋବାଞ୍ଛିତ ଫଳ ପାଇବା ପାଇଁ ଗୁରୁବାର ପିତ୍ତଳ କଳସରେ ଚଣା ଡାଲି ଭରି ଶ୍ରୀହରିଙ୍କୁ ଅର୍ପଣ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.