ମେହେନ୍ଦିରେ କରନ୍ତୁ ଏହି ଉପାୟ, ବୁଢା ହେବା ପର୍ଯ୍ୟନ୍ତ କେଶ ରହିବ ଘନ କଳା ଓ ମଜଭୁତ
17/07/2019 at 7:45 PM

ବୟସାଧିକ୍ୟରେ କେଶପାଚିବା ସାଧାରଣ କଥା, ହେଲେ ଅସମୟରେ ପାଚିବା ଓ ଉପୁଡିବା ସମସ୍ୟାରେ ପରିଣତ ହୋଇଛି। ଲୋକେ ଏଥିରୁ ମୁକ୍ତି ପାଇବା ଲାଗି ବଜାରରେ ମିଳୁଥିବା ରଙ୍ଗ କିଣି ଲଗାଉଛନ୍ତି। ହେଲେ ଏହାସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଏବେ କେଶ ପାଚିବାର ମୁଖ୍ୟ କାରଣ ଜୀବନ ଶୈଳୀ ଓ ପ୍ରଦୂଷଣ। ଛୋଟ ପିଲାଙ୍କ ଚୁଟିବି ପାଚିବା ଦେଖାଯାଉଛି। ତେବେ ଏଠାରେ ଏକ ଘରୋଇ ଉପାୟ କରିବାକୁ ପରାମର୍ଶ ଦିଆଯାଇପାରେ। ମଞ୍ଜୁଆତୀ ବା ମେହେନ୍ଦୀର ଏହି ଉପାୟ ଆପଣଙ୍କ କେଶକୁ ବୁଢା ହେବାପର୍ଯ୍ୟନ୍ତ ରଖିବ କଳା ଓ ଘନ। ଜାଣନ୍ତୁ ଉପାୟଟି କଣ।

ଏଥି ନିମନ୍ତେ ଘର ପାଖ ଆଖରେ ଥିବା ମଞ୍ଜୁଆତି ଗଛର ପତ୍ର ତୋଳି ସୁଖେଇ ଗୁଣ୍ଡ କରି ବ୍ୟବହାର କରାଯାଇ ପାରେ ଅଥବା ବଜାରରେ ମିଳୁଥିବା ରେଡିମେଡ୍ ମେହେନ୍ଦି ବି ଉପଯୋଗ କରାଯାଇପାରେ। ଗୋଟିଏ ପାତ୍ରରେ ମେହେନ୍ଦି ବା ସୁଖିଲା ମଞ୍ଜୁଆତି ପତ୍ର ରଖି ସେଥିରେ ବାଦାମ ତେଲ ମିସାନ୍ତୁ। ମିଶ୍ରଣ ପ୍ରସ୍ତୁତ ହୋଇଗଲେ କିଛି ସମୟ ଚୁଲିରେ ବସେଇ ଭଲକର ମିସାନ୍ତୁ । ତେଲ ଓ ମେହେନ୍ଦି ମିଶ୍ରଣ ଭଲ କରି ରାନ୍ଧି ହୋଇଗଲେ ଓହ୍ଲେଇ ଥଣ୍ଡା କରନ୍ତୁ। ତା ପରେ ହାତରେ ହେଉ ବା ବ୍ରସରେ ଭଲ କରି ଚୁଟି ସହିତ ମୂଳରେ ମାଲିସ କରନ୍ତୁ।

ଚୁଟିକୁ ସୁଖିବାକୁ ଛାଡି ଦିଅନ୍ତୁ। ଚୁଟି ଭଲ କରି ସୁଖିଯିବା ପରେ ମୁଣ୍ଡଧୋଇ ଗାଧୋଇ ପଡନ୍ତୁ। ସପ୍ତାହରେ ଅନୁନ୍ୟ ଥରଟିଏ ଏହି ପ୍ରୟୋଗ କରନ୍ତୁ। ଗୋଟିଏ ମାସ କରିବା ପରେ ଦେଖିବେ ଆପଣଙ୍କ କେଶ କିପରି ମୂଲାୟମ ଓ ଘନ କୃଷ୍ଣ ହୋଇ ଯାଇଛି। ଥରଟିଏ ଚୁଟି ତାର ନିଜର ପ୍ରଥମ ଅବସ୍ଥାକୁ ଫେରି ଆସିଲେ ପରେ ମାସରେ ଥରଟିଏ ବି କଲେ ଚଳିବ। ଆଉ ଆପଣଙ୍କୁ ବଜାରରୁ ରଙ୍ଗ କିଣି ଥରକୁ ଥର ଲଗାଇବାକୁ ପଡିବନି।