ଶୀତ ଆରମ୍ଭ ହେଲେ ଶୁଷ୍କ ହୋଇଯାଏ ତ୍ୱଚା: କରନ୍ତୁ ଏହି ଉପାୟ, ଆସିବ ଗ୍ଲୋ

Published By : Prameya-News7 Bureau | November 09, 2021 IST

ଭୁବନେଶ୍ୱର ୦୯/୧୧ : ଶୀତଦିନ ଆରମ୍ଭ ହେବା ସହ ସବୁଠାରୁ ବଡ ସମସ୍ୟା ହେଉଛି ଶୁଖିଲା ଚର୍ମ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର କୋଲ୍ଡ କ୍ରିମ୍ ବ୍ୟବହାର କରନ୍ତି । ତଥାପି କିଛି ଲୋକଙ୍କ ଚର୍ମ ଏହି କାରଣରୁ ଶୁଖିଲା ଦେଖାଯାଏ। ଯଦି ଆପଣଙ୍କ ଚର୍ମ ଶୁଖିଲା ଓ ଶୀତଦିନେ ଆହୁରି ଶୁଖିଲା ହୋଇଯାଉଛି, ତାହେଲେ ବର୍ତ୍ତମାନ ଏହାର ଯତ୍ନ ନେବା ଆରମ୍ଭ କରନ୍ତୁ । ଚେହେରାରେ ଉଜ୍ଜ୍ୱଳତା ବଜାୟ ରଖିବାର ସବୁଠାରୁ ଭଲ ଉପାୟ ହେଉଛି ରାତିରେ ଅଲିଭ୍ ଅଏଲ ଲଗାଇବା ।

ଅଲିଭ୍ ଅଏଲ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଖାଦ୍ୟ ସହ ଏହା ଚର୍ମ ଓ ଚୁଟିରେ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କ ଚର୍ମରେ ବାର୍ଦ୍ଧକ୍ୟର ଲକ୍ଷଣକୁ ଶୀଘ୍ର ଆଣିବାକୁ ଦିଏନାହିଁ । ଏହା ସହ ଶୀତଦିନେ ଏହାକୁ ମୁହଁରେ ଲଗାଇଲେ ଆପଣଙ୍କ ତ୍ୱଚା ଶୁଖିଲା ହୁଏ ନାହିଁ ।

ଅଲିଭ୍ ଅଏଲରେ ଭିଟାମିନ୍ ଏ, ଡି, ଇ ଓ କେ ଥାଏ। ଏହା ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ। ଅଲିଭ୍ ଅଏଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଥାଏ। ଏହା ଚର୍ମ ପାଇଁ ସର୍ବୋତ୍ତମ ମଶ୍ଚରାଏଜର ଅଟେ । ଏହା ଚର୍ମ ଓ କେଶରେ ଉଜ୍ଜ୍ୱଳତା ଆଣିଥାଏ ।

{"id":541262,"sizeSlug":"full","linkDestination":"none"}

ଯଦି ଆପଣଙ୍କ ଚର୍ମ ବହୁତ ଶୁଖିଲା ତାହେଲେ ଆପଣ ସିଧାସଳଖ ଚର୍ମ ଉପରେ ଅଲିଭ୍ ତେଲ ଲଗାଇ ପାରିବେ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହା ଲଗାଇବା ପରେ ଶୁଖଲା ଲାଗୁଛି ତାହେଲେ ମୁହଁ ଧୋଇବା ପରେ ଏହାକୁ ଲଗାନ୍ତୁ। ଏହା ଆପଣଙ୍କ ଚର୍ମର ଶୁଷ୍କତାକୁ ଶୋଷିବ। ଆପଣ ଅଲିଭ୍ ତେଲକୁ ମେକଅପ୍ ରିମୁଭର୍ ଭାବେ ମଧ୍ୟ ବ୍ୟବହାର କରିପାରିବେ ।

ଅଲିଭ୍ ତେଲ ଶୁଖିଲା ଚର୍ମ ପାଇଁ ଭଲ କିନ୍ତୁ ଏହାକୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଏହାକୁ ହାଲୁକା ଭାବରେ ପ୍ରୟୋଗ କଲେ ଆପଣ ଏହାକୁ ଟିସ୍ୟୁ ପେପର ମାଧ୍ୟମରେ ମଧ୍ୟ ପୋଛି ପାରିବେ । ଯଦି ଆପଣ କୌଣସି ଆଲର୍ଜି ଅନୁଭବ କରୁଛନ୍ତି ତେବେ ଏହାର ବ୍ୟବହାର କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.