ଆର୍ଥିକ ସମସ୍ୟା ଦୂର କରିବା ପାଇଁ କରନ୍ତୁ ଏହି ସରଳ ଉପାୟ

Published By : Prameya-News7 Bureau | January 03, 2019 IST

ଭୁବନେଶ୍ୱର ୩/୧ : ଜୀବନରେ ଅର୍ଥର ଭୂମିକା ସବୁଠାରୁ ଉପରେ | ଟଙ୍କା ଥିଲେ ପାଖରେ ସବୁ ସମସ୍ୟା ଦୂର ହୋଇଥାଏ | ଧନ ବିନା ଜୀବନରେ ଅନେକ କାମ ଅଟକି ଯାଇଥାଏ | ସେଥିପାଇଁ ଧନପ୍ରାପ୍ତି ପାଇଁ ସମସ୍ତେ ଅନେକ ପ୍ରୟାସ କରିଥାନ୍ତି | କିନ୍ତୁ ବେଳେବେଳେ ଭାଗ୍ୟ ସହଯୋଗ କରିନଥାଏ | ବାସ୍ତୁଶାସ୍ତ୍ରର ଏକ ସହଜ ଉପାୟ ଦ୍ୱାରା ପରିବାରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଧନପ୍ରାପ୍ତି ମଧ୍ୟ ହୋଇଥାଏ | ଆସନ୍ତୁ ଜାଣିବା କେତେକ ସହଜ ଉପାୟ :

କର୍ମଜୀବୀ ନିଜ ଘରର ଉତ୍ତର ଦିଗରେ ୧୧ଟି ହଳଦିଆ କଉଡ଼ିକୁ ସବୁଜ କପଡାରେ ବାନ୍ଧି ଲୁଚେଇଦେଲେ କୁବେର ମହାରାଜ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କୁ ମାଲେମାଲ କରିଦେବେ |

ଛାତ୍ରଛାତ୍ରୀ ଯଦି ନକାରାତ୍ମକ ଶକ୍ତି ଏବଂ ଖରାପ ସଂଗତିରୁ ରକ୍ଷା ପାଇବା ପାଇଁ ଚାହୁାନ୍ତି ତାହେଲେ ଏକ ହଳଦିଆ କଉଡ଼ିକୁ ବେକରେ ଡେଉଁରିଆ ଭଳି ବାନ୍ଧିଦେବେ | କଉଡ଼ି ବେକରେ ବାନ୍ଧିଲେ ଆପଣଙ୍କୁ କୌଣସି ପ୍ରକାର ଖରାପ ଶକ୍ତି ଛୁଇଁ ପାରିବନାହିଁ | ନକାରାତ୍ମକ ଶକ୍ତି ଆପଣଙ୍କ କିଛି କ୍ଷତି ଘଟି ପାରିବନାହିଁ |

{"id":70099}

ମହିଳାମାନେ ମା' ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପୂଜା ପାଠ କରିଥାନ୍ତି | ମା' ଲକ୍ଷ୍ମୀଙ୍କ ସହ ୧୧ଟି କଉଡ଼ି ମଧ୍ୟ ପୂଜା କରିଥାନ୍ତି | ୧୧ଟି କଉଡ଼ିକୁ ହଳଦିଆ କପଡାରେ ବାନ୍ଧି ଟ୍ରେଜେରିରେ ରଖିଦେବେ | ଏଭଳି ଉପାୟରେ ଆପଣଙ୍କ ଟ୍ରେଜେରିରେ ସବୁବେଳେ ଟଙ୍କା ମହଜୂତ ରହିବ |

{"id":70105,"width":585,"height":293}

ଘରେ ସୁଖ ସମୃଦ୍ଧି ପାଇଁ ଘରର ମୁଖ୍ୟ ଦ୍ୱାରାରେ ୧୧ଟି କଉଡ଼ି ନାଲି କପଡାରେ ବାନ୍ଧି ଟାଙ୍ଗିଦେବେ | ଏହା ପ୍ରଭାବରେ ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.