Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ମଧ୍ୟସ୍ଥତାରେ ବିବାଦର ସମାଧାନ କରନ୍ତୁ, କୋର୍ଟ ଚକ୍କରରେ ସମୟ ବରବାଦ କରନ୍ତୁ ନାହିଁ: ପ୍ରଧାନ ବିଚାରପତି

4/12/2021 at 4:42 PM

ହାଇଦ୍ରାବାଦ ୦୪।୧୨: ଶେଷ ସମୟରେ ହିଁ କୋର୍ଟର ସାହାରା ନେବା ଉଚିତ୍। ଏମିତି କହିଛନ୍ତି ଦେଶର ପ୍ରଧାନ ବିଚାରପତି ଏନଭି ରମନା। ଏଠାରେ ମଧ୍ୟସ୍ଥତା କେନ୍ଦ୍ରର ଉଦଘାଟନ ସମାରୋହକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି କହିଛନ୍ତି, କୋର୍ଟ ଯିବା ପୂର୍ବରୁ ପ୍ରଥମେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ କରିବା ଉଚିତ୍।

ଏନଭି ରମନା କହିଛନ୍ତି, ମଧ୍ୟସ୍ଥତା ମାଧ୍ୟମରେ ଅଳ୍ପ ସମୟରେ ସମସ୍ୟାର ସମାଧାନ ମିଳିପାରିବ। ବର୍ଷ ବର୍ଷ ଧରି କୋର୍ଟ କଚେରୀ ଚକ୍କରରେ ସମୟ ବରବାଦ୍ କରିବା ଉଚିତ୍ ନୁହେଁ। ସଂପତ୍ତିର ଭାଗବଣ୍ଟା ପରିବାରର ସଦସ୍ୟଙ୍କ ଦ୍ଵାରା ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ କରାଯିବା ଉଚିତ୍। ଏହା ବ୍ୟତୀତ ସେ ବିଭିନ୍ନ ନ୍ୟାୟାଳୟରେ ପଡି ରହିଥିବା ମାମଲାର ଶୀଘ୍ର ସମାଧାନ ଉପରେ ମଧ୍ୟ ଜୋର ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି କହିଛନ୍ତି, ମହାଭାରତରେ ମଧ୍ୟ ମଧ୍ୟସ୍ଥତା ଉଲ୍ଲେଖ ରହିଥିଲା। ଆମକୁ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ କରିବା ଉଚିତ୍। ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ମଧ୍ୟସ୍ଥତାର ଉଦ୍ୟମ କରିଥିଲେ। ଯେ ପର୍ଯ୍ୟନ୍ତ ସମ୍ଭବ ମହିଳାଙ୍କୁ ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବା ଉଚିତ୍। ହାଇଦ୍ରାବାଦ ଅନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ରର ସ୍ଥାପନା ଅବସରର ଏହା କହିଛନ୍ତି ପ୍ରଧାନ ବିଚାରପତି ଏନଭି ରମନା। ସେ ହାଇଦ୍ରାବାଦର ମଧ୍ୟସ୍ଥତା କେନ୍ଦ୍ରର ତୁଳନା ସିଙ୍ଗାପୁର ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଲଣ୍ଡନ ଇଣ୍ଟରନ୍ୟାସନାଲ ସେଣ୍ଟରପରି ମଧ୍ୟସ୍ଥତା ସଂସ୍ଥା ସହ କରିଛନ୍ତି।

   Related Posts