Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଉଦ୍ଧବ ସରକାରଙ୍କ ଫତଓ୍ଵା: ମରାଠିରେ କାମ କରନ୍ତୁ, ନଚେତ୍ ବେତନ ବୃଦ୍ଧି ବନ୍ଦ

30/06/2020 at 6:29 PM

ମୁମ୍ବାଇ ୩୦।୦୬: ମହାରାଷ୍ଟ୍ରରେ ଶିବସେନା କ୍ଷମତାକୁ ଆସିବା ସହିତ ରାଜ୍ୟରେ ‘ମରାଠି ବିମର୍ଶ’ ପୁଣି  ଥରେ ଆରମ୍ଭ ହୋଇ ଯାଇଛି। ରାଜ୍ୟରେ ସାଧାରଣ ପ୍ରଶାସନ ବିଭାଗ ମରାଠି ଭାଷାରେ କାମ କରିବା ନେଇ ସର୍କୁଲାର ଜାରି କରିଛନ୍ତି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସମସ୍ତ କର୍ମଚାରୀ ମରାଠି ଭାଷା ବ୍ୟବହାର କରନ୍ତୁ। ଖୋଦ୍ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ହିଁ ଏହି ବିଭାଗ ରହିଛି। ଏଥିରେ ଏହା ସ୍ପଷ୍ଟ ଯେ, ‘ମରାଠି ମନୁଷ’ର ବିଚାରଧାରାକୁ ପ୍ରୋତ୍ସାହନ  ଦେଉଥିବା ଶିବସେନା ହିଁ ଏହି ବିଚାରରେ ପଛରେ ରହିଛି।

ଏହି ସଂଦର୍ଭରେ ରାଜ୍ୟ ସରକାର ଜାରି କରିଥିବା ସର୍କୁଲାରରେ ସ୍ପଷ୍ଟ କରିଛନ୍ତି, ସମସ୍ତ ସରକାରୀ କାର୍ଯ୍ୟାଳୟ, ମନ୍ତ୍ରଣାଳୟ, ଡିଭିଜନାଲ ଦପ୍ତର ଓ ସ୍ଥାନୀୟ କାର୍ଯ୍ୟାଳୟରେ ସମସ୍ତ କାଗଜପତ୍ର କାମରେ ମରାଠି ଭାଷା ବ୍ୟବହାର କରାଯାଉ। ଏମିତି ନକଲେ କର୍ମଚାରୀଙ୍କୁ ଚେତାବନୀ ଦିଆଯାଇପାରେ କିମ୍ବା ଦରମା ବୃଦ୍ଧି କରାଯାଇନପାରେ।

ମନ୍ତ୍ରଣାଳୟ ସର୍କୁଲାରରେ କହିଛି ଯେ, ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତେବେ ଯାଇ ମୁକ୍ତି ମିଳିବ ଯେବେ ମରାଠି ବ୍ୟବହାର କରିନଥିବାର ଉପଯୁକ୍ତ କାରଣ ଦର୍ଶାଯିବ। ସର୍କୁଲାରରେ କିଛି ସରକାରୀ ଯୋଜନାର ବିଜ୍ଞାପନ ଓ ସ୍ଲୋଗାନ୍ସକୁ  ହିନ୍ଦୀ ଓ ଇଂରାଜୀରେ ଲେଖାଯିବା ଉପରେ ମଧ୍ୟ ବିଚାର କରାଯାଇଛି। କୁହାଯାଇଛି ଯେ, ଏହି ସଂଦର୍ଭରେ ପୂର୍ବରୁ ମଧ୍ୟ ସର୍କୁଲାର  ଜାରି କରାଯାଇଛି ମାତ୍ର ଏହାର ପାଳନ କରାଯାଇ ନାହିଁ।

କ୍ୟାବିନେଟ୍‌ ବୈଠକ ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ବୈଠକରେ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ଯେ, ସମ୍ବନ୍ଧିତ ବିଭାଗ ଏହି ଆଦେଶ ପାଳନ କରନ୍ତୁ। ପୂର୍ବତନ ମୁଖ୍ୟ ସଚିବ ମହେଶ ଜାଗଡେ ଏହି ନିଷ୍ପତ୍ତିକୁ ସ୍ଵାଗତ କରି କହିଛନ୍ତି ଯେ, ଯଦି ଆପଣ ମହାରାଷ୍ଟ୍ରରେ କାମ କରୁଛନ୍ତି, ତେବେ ଆପଣଙ୍କୁ ମରାଠିରେ କଥା କହିବା ଉଚିତ୍। ଗତ ସରକାର ମଧ୍ୟ ଚେତାବନୀ ଦେଇଥିଲେ, ହେଲେ କିଛି ଫରକ ପଡିନଥିଲା। ଏବେ ଲାଗୁଛି ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି।  

   Related Posts