ରାତିରେ ଶୋଇବାବେଳେ ବାଦାମତେଲ ଏହି ଯାଗାରେ ଲଗାନ୍ତୁ : ତା’ପରେ ଦେଖନ୍ତୁ କମାଲ୍

Published By : Prameya-News7 Bureau | February 23, 2019 IST

ଯୁବକଯୁବତୀମାନେ ଚାହିଁଥାଆନ୍ତି ତାଙ୍କ ତ୍ବଚା ଦାଗହୀନ,ସଫା ଏବଂ ଗୋରା ହେବା ସହ ସୁନ୍ଦର ହେଉ। କିନ୍ତୁ ଆଜିକାଲି ଖରାପ ଖାଦ୍ୟ-ପେୟ,ବଢ଼ୁଥିବା ତାପମାତ୍ରା,ପ୍ରଦୂଷଣ,ଧୂଳି,ମାଟି କାରଣରୁ ତ୍ବଚାର ପ୍ରାକୃତିକ ଚମକ ହଜିଯାଉଛି। ଏବଂ ତ୍ବଚାରେ ବିଭିନ୍ନ ପ୍ରକାରର ଦାଗ,କୁଞ୍ଚନ ଏବଂ ଡାର୍କ ସର୍କଲ ହୋଇଥାଏ। ଯାହା ଆମ ତ୍ବଚାର ସୈାନ୍ଦର୍ଯ୍ୟକୁ କମ୍ କରିଥାଏ। ହଜିଯାଇଥିବା ଚମକକୁ ଫେରାଇ ଆଣିବା ପାଇଁ ଆସନ୍ତୁ ଜାଣିବା କେତେକ ସହଜ ଉପାୟ।

ଏହି ଉପାୟ ପାଇଁ ଆମକୁ ବାଦାମ ତେଲର ଆବଶ୍ୟକତା ପଡ଼ିବ। ଆପଣଙ୍କୁ ଏଥିପାଇଁ ଶୁଦ୍ଧ ବାଦାମ ତେଲ ବ୍ୟବହାର କରିବାକୁ ପଡ଼ିବ। ବାଦାମ ତେଲରେ ପ୍ରଚୁର ପରିମାଣରେ ଭିଟାମିନ୍-ଏ,ଭିଟାମିନ୍-ବି,ଭିଟାମିନ୍-ଇ ରହିଥାଏ। ଯାହା ତ୍ବଚାର ପୋଷଣ ପାଇଁ ଅପରିହାର୍ଯ୍ୟ। ଏହା ତ୍ବଚାର ରଙ୍ଗକୁ ମଧ୍ୟ ଗୋରା କରିଥାଏ। ବାଦାମ ତେଲ ପ୍ରୟୋଗ କରିବା ଦ୍ବାରା ଆଖି ତଳେ ହୋଇଥିବା ଡାର୍କ ସର୍କଲ ଦୂର ହୋଇଥାଏ। ଏବଂ ତ୍ବଚାରେ ବ୍ରଣର ଦାଗ,ଚର୍ମ କୁଞ୍ଚନ ଭଲ ହୋଇଯାଇଥାଏ। ପ୍ରତିଦିନ ଏହି ତେଲକୁ ରାତିରେ ତ୍ବଚାରେ ଲଗାଇବା ଦ୍ବାରା ଆପଣଙ୍କ ତ୍ବଚାର ରଙ୍ଗ ଗୋରା ହୋଇଥାଏ ଏବଂ ସୁନ୍ଦର ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.