Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଏହି ଜିନିଷକୁ ବ୍ୟବହାର କଲେ ଚନ୍ଦାପଣରୁ ପାଇବେ ମୁକ୍ତି: ଜାଣନ୍ତୁ କ’ଣ

15/12/2018 at 2:24 PM

ଭଲ ବାଳ କିଏ ଚାହିଁନଥାଏ। କିନ୍ତୁ ବର୍ତ୍ତମାନ ଆମ ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକ ବାଳ ଝଡ଼ିବା ସମସ୍ୟା ଭୋଗୁଛନ୍ତି। କେତେକ ଲୋକଙ୍କ ଏପରି ବାଳ ଝଡ଼ୁଛି ଯେ ମୁଣ୍ଡରେ ଚାନ୍ଦ ଦେଖାଯାଉଛି। ଏମିତିରେ ବି ୫୦ରୁ ୧୦୦ ଟି ବାଳ ପ୍ରତିଦିନ ଝଡ଼ିଥାଏ କିନ୍ତୁ ପ୍ରତିଦିନ ଯଦି ୧୦୦ଟି ବାଳ ଝଡ଼େ ତେବେ ଏହା ଚନ୍ଦାପଣର ପ୍ରାଥମିକ ଲକ୍ଷଣ।

ଆର୍ୟୁବେଦରେ ଏପରି କେତେକ ହର୍ବାଲ୍ ଜିନିଷ ରହିଛି ଯାହା ଦ୍ବାରା ଆପଣ ବାଳ ଝଡ଼ିବା ସମସ୍ୟାକୁ କମ୍ କରିପାରିବେ। ଆସନ୍ତୁ ଜାଣିବା ଏହି ଉପାୟଗୁଡ଼ିକ ବିଷୟରେ

ଅଳସିର ଔଷଧୀୟ ଗୁଣ ବିଷୟରେ ଆମେ ସମସ୍ତେ ଜାଣିଛୁ। ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍‌ ଆପଣଙ୍କ ବାଳକୁ ମଜବୁତ କରିଥାଏ ବହୁତ ଜଲଦି ବଢ଼ିବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଏହା ନଷ୍ଟ ହୋଇଯାଇଥିବା ବାଳକୁ ମଧ୍ୟ ସଜାଡ଼ିଥାଏ।ପ୍ରତିଦିନ ଅଳସୀ ଖାଇବା ଦ୍ବାରା ଆପଣଙ୍କ ବାଳ ସୁସ୍ଥ ରହିବ।

ପ୍ରଥମେ ଗୋଟିଏ ଚାମଚ ଅଳସୀ ମଞ୍ଜିକୁ ୫ମିନିଟ୍ ଯାଏଁ ଭାଜନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ। ପ୍ରତିଦିନ ସକାଳେ ଖାଲି ପେଟରେ ଏହି ପାଉଡରକୁ ଖାଆନ୍ତୁ।

ଆପଣ ଚାହିଁଲେ ଦହି ସହ ଅଳସୀକୁ ଖାଇପାରିବେ। ଗୋଟିଏ ଚାମଚ ଦହି ସହ ଅଳସୀ ପାଉଡର  ପ୍ରତିଦିନ ଖାଇପାରିବେ।

ଆପଣ ଚୁଟି ମୂଳରେ ଅଳସୀ ତେଲ ଲଗାଇପାରିବେ। ଏହା ଆପଣଙ୍କ ବାଳକୁ  ପୋଷକ ଯୋଗାଇଥାଏ।ଏହା ରୂପି ସମସ୍ୟାକୁ ମଧ୍ୟ ଦୂର କରିଥାଏ।

   Related Posts