କେବଳ ଘର ନୁହେଁ ବାସ୍ତୁରେ ସମ୍ମୁଖ ପ୍ରତି ମଧ୍ୟ ଦିଅନ୍ତୁ ଧ୍ୟାନ, ନଚେତ ଛାଇଯିବ ଦୁଃଖର ବାଦଲ

Published By : Prameya-News7 Bureau | May 02, 2019 IST

ସମସ୍ତଙ୍କର ସ୍ବପ୍ନ ହସଖୁସିର ଏକଘର। ଏଣୁ ନିଜ ପାଇଁ ଘରଟିଏ ତିଆରି କରିବା ବେଳେ ସମସ୍ତେ ବାସ୍ତୁପ୍ରତି ବିଶେଷ ଗୁରୁତ୍ବ ଦେଇଥାନ୍ତି । ଘରର କେଉଁ ଦିଗରେ ରୋଷେଇ ହେବ, କେଉଁଠି ଶୋଇବା ଘର, ବୈଠକ ଘର କିପରି ହେବା ଆବଶ୍ୟକ ସମସ୍ତେ ଏଥିପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି । ହେଲେ ଭୁଲି ଯାଆନ୍ତି ଘରର ସମ୍ମୁଖ କଥା। ଘର ଦ୍ବାର ମୁହଁରେ ବଡଗଛ, ବିଦ୍ୟୁତ ଖୁଣ୍ଟ, ଡଷ୍ଟବିନ ଓ ରାସ୍ତା ଏବଂ ଘରର ପ୍ଲିନ୍ଥ ଉଚ୍ଚତା କେତେ ହେବା ଦରକାର ସେକଥା ପ୍ରାୟ ଲୋକେ ଭୁଲି ଯାଆନ୍ତି । ସେହିଭଳି କିଛି ଲୋକ ବାଗବଗିଚା ସଉକରେ ଘର ସମ୍ମୁଖ ବଗିଚାରେ ଏମିତି ଗଛଲତା ଲଗାଇ ଦିଅନ୍ତି ଯାହା ଘରର ଅନ୍ତେବାସୀଙ୍କ ପାଇଁ ଡାକି ଆଣେ ବିପଦ। ଏଣୁ ଘର ଭିତର ପରି ଆସନ୍ତୁ ଜାଣିବା ବାହାରର ବାସ୍ତୁ କିପରି ହେବା ଆବଶ୍ୟକ।

{"id":109925}

ଘର ବଗିଚାରେ ଯେପରି କଣ୍ଟା ଓ ଖୀର ଝରୁଥିବା ବୃକ୍ଷଲତା ନ ରହେ
ଘର ସମ୍ମୁଖର ବଗିଚା ସଜାଇବା ଅନେକଙ୍କ ସଉକ । ଏହି ସଉକରେ ଲୋକେ ନାନା ବୃକ୍ଷଲତା ରୋପଣ କରନ୍ତି । ଏଥିରେ କିଛି ଲୋକେ କାକ୍ଟସ, ସିଜୁ ଭଳି ଗଛ ଲଗାଇଥାନ୍ତି । ଏଭଳି ବୃକ୍ଷଲତା  ବାସ୍ତୁଦୋଷର କାରଣ ହୁଅନ୍ତି । ଘର ବଗିଚାରେ ଯେପରି ଏଭଳି କଣ୍ଟକପୂର୍ଣ୍ଣ ବା ଖୀର ଝରୁଥିବା ବୃକ୍ଷଲତା ନ ରହେ ସେଥିପ୍ରତି ଗୃହସ୍ବାମୀ ଯତ୍ନବାନ ହେବା ଦରକାର। ଏଭଳି ବୃକ୍ଷଲତାଙ୍କ ଯୋଗୁ ଗୃହ ସ୍ବାମୀଙ୍କର ଅନେକ ଶତ୍ରୁ ସୃଷ୍ଟି ହୋଇଥାନ୍ତି। ଗୃହରେ କଳହ, ଅଶାନ୍ତିର ପରିବେଶ ସୃଷ୍ଟି ହୁଏ, କେବେ କେବେ ଗୃହସ୍ବାମୀ ଗୁରୁତର ଅସୁସ୍ଥ ମଧ୍ୟ ହେବାର ନଜିର ରହିଛି । ଏଣୁ ଘର ସମ୍ମୁଖ ବଗିଚା ପ୍ରତି ବାସ୍ତୁରେ ଅଧିକ ଧ୍ୟାନ ଦିଆଯାଇଥାଏ । 

{"id":109930,"width":585,"height":780}

ନିର୍ମାଣ ସାମଗ୍ରୀ ଗଦାଇ ରଖିବା
ଲୋକେ ଘର ତିଆରି କରିବା ବେଳେ ଘର ସମ୍ମୁଖରେ ବାଲି,ଗୋଡି, ଇଟା, ପଥର ଆଦି ଗଦାଇଥାନ୍ତି । ଏଥିରୁ ଅନେକ ସାମଗ୍ରୀ ଘର ତିଆରି କାମରେ ଲାଗିଯାଏ ଓ ଅନେକ ବଳକା ରହିଯାଏ । ତେବେ ଅଦରକାରୀ ସାମଗ୍ରୀ ଏତେ ପରିମାଣରେ ଗଦାହୋଇ ରହିଥାଏ ଯାହାକୁ ଘର ତିଆରି ପରେ ବି ଗୃହସ୍ବାମୀ ହଟାଇବାକୁ ଧ୍ୟାନ ଦେଇ ପାରନ୍ତିନି । ତେବେ ଏଭଳି ସାମଗ୍ରୀ ଘର ସମ୍ମୁଖରେ ଗଦାହୋଇ ରହିବା ଦ୍ବାରା ନୂଆ ଘରେ ବାସ୍ତୁଦୋଷ ସୃଷ୍ଟି କରିଥାଏ । ବେଳେ ବେଳେ ପଡିଶା ଘର ଅଥବା ସମ୍ମୁଖ ଘରର ଲୋକେ ସେମାନଙ୍କ ନିର୍ମାଣ ସାମଗ୍ରୀକୁ ଆପଣଙ୍କ ଘର ସମ୍ମୁଖ ରାସ୍ତା ପାର୍ଶ୍ବରେ ଗଦାଇ ଥାନ୍ତି। ଯାହା ସେମାନେ ପରେ ହଟାଇବାକୁ ଧ୍ୟାନ ଦିଅନ୍ତିନି । ଏଭଳି ସାମଗ୍ରୀ ଗଦା ହୋଇ ରହିବା ଦ୍ବାରା ଏହାର ସିଧା ପ୍ରଭାବ ଆପଣଙ୍କ ପରିବାରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ଆପଣଙ୍କର ହେଉଥିବା କାମ ଅଟକି ଯାଏ । ଯେଉଁଥିପାଇଁ ପାରିବାରିକ ଅଶାନ୍ତି ସୃଷ୍ଟି ହୁଏ । ଏଣୁ ଘର ସମ୍ମୁଖରେ ଆପଣ ହୁଅନ୍ତୁ କି ଆପଣଙ୍କ ପଡୋଶୀ ଯେପରି ନିର୍ମାଣ ସାମଗ୍ରୀ ଠୁଳ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ।

{"id":109924}

ଘର ସମ୍ମୁଖରୁ ଡଷ୍ଟବିନ ହଟାନ୍ତୁ 
ଘର ପାଚେରୀ ବାହାରେ ଡଷ୍ଟବିନ ରହିଲେ ଘର ଲୋକଙ୍କୁ ଅଳିଆ ଆବର୍ଜନା ଫିଙ୍ଗିବା ପାଇଁ ସୁବିଧା ହୁଏ । ଏଣୁ ଅନେକ ଲୋକ ନିଜ ସୁବିଧା ପାଇଁ ଘର ସମ୍ମୁଖରେ ଡଷ୍ଟବିନେ ରଖନ୍ତି । ଯାହା ପରୋକ୍ଷରେ ସେମାନଙ୍କ ଘରେ ବାସ୍ତୁଦୋଷ ସୃଷ୍ଟି କରେ ତାହା ହୁଏତ ଅନେକ ଜାଣି ନଥିବେ। ଏଥିରୁ ବିପରୀତ ଶକ୍ତି ସୃଷ୍ଟି ହେବା ସହ ଘର ଓ ପରିବାର ଲୋକଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରିଥାଏ । ପରିବାରରେ ଲୋକେ ଅସୁସ୍ଥ ରହିବା ସହ ଅନର୍ଥ ସୃଷ୍ଟି ହୁଏ  ।ଏଣୁ ଘର ସମ୍ମୁଖରୁ ଡଷ୍ଟବିନ ହଟାଇବା ସହ ଯେପରି ଅଳିଆ ଜମା ନ ହୁଏ ସଫାସୁତୁରା ପ୍ରତି ଧ୍ୟାନ ଦେବା ଆବଶ୍ୟକ।

{"id":109921}

ଘର ଆଗରେ ବଡ ଗଛ ଥିଲେ
ଘର ସମ୍ମୁଖରେ ବଡ ବୃକ୍ଷ ଥାଏ ଓ ଗଛର ଡାଳପତ୍ର ଯଦି ଘରକୁ ଛାଇ କରୁଥାଏ ତେବେ ବାସ୍ତୁ ଅନୁସାରେ ଏହା ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରେ। ଏଭଳି ଅବସ୍ଥାରେ ବଡ ଗଛ ଥିଲେ ଘରେ ଦୁଃଖ ବଢିବଢି ଚାଲେ । ଏଣୁ ଘର ସମ୍ମୁଖରୁ ବଡ ଗଛ ହଟାଇ ଦେବା ଦରକାର ନଚେତ କାଟି ସଜେଇଦେବା ଦରକାର ଜାହା ଘରର ଶୋଭାବର୍ଦ୍ଧନ କରିବା ଭଳି ହେଉଥିବା ।

{"id":109919,"width":582,"height":431}

ବିଦ୍ୟୁତ ଖୁଣ୍ଟ ଥିଲେ
ଘର ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ ବାସ୍ତୁରେ ବିପଦଜନକ ପରିସ୍ଥିତି  ସୃଷ୍ଟି କରେ। ବିଦ୍ୟୁତ ଖୁଣ୍ଟ ଏଭଳି ଅବସ୍ଥାରେ ଥିଲେ ଘରର ଉନ୍ନତିରେ ପ୍ରତିବନ୍ଧକ ହୁଏ । ସେହିପରି ମୁଖ୍ୟ ଦ୍ବାର ସମ୍ମୁଖରେ ବିଦ୍ୟୁତ ଖୁଣ୍ଟକୁ ବାସ୍ତୁରେ ଅଶୁଭ ଭାବେ ଗ୍ରହଣ କରାଯାଏ। ନୂଆ ଘର କିଣୁଥିଲେ କି ପୁରୁଣା ଘର ମୁଖ୍ୟ ଦ୍ବାର ସମ୍ମୁଖରେ ବିଦ୍ୟୁତ ଖୁଣ୍ଟର ଅବସ୍ଥିତି ନିରୀକ୍ଷଣ କରି ତୁରନ୍ତ ପଦକ୍ଷେପ ନିଆଯିବା ଦରକାର

{"id":109920,"width":579,"height":212}

ଘର ରାସ୍ତାରୁ ନିଚାରେ ଥିଲେ
ଆପଣ ଯେଉଁ ଘରେ ରହୁଛନ୍ତି ସେହି ଘରର ଏରୁଣ୍ଡି ବନ୍ଧ ସର୍ବଦା ସମ୍ମୁଖ ରାସ୍ତାଠାରୁ ଉଚ୍ଚରେ ରହିବା ଦରକାର। ନଚେତ ଗୁରୁତର ବାସ୍ତୁଦୋଷ ସୃଷ୍ଟି ହୁଏ । ଏଭଳି ଘରେ ଲୋକେ ସର୍ବଦା ସ୍ବାସ୍ଥ୍ୟ ସମସ୍ୟାରେ ଘେରି ରହିଥାନ୍ତି । ଗୃହରେ ଅଶାନ୍ତିର ବାତାବରଣ ଲାଗି ରହିବା ସହ ଆର୍ଥିକ ଓ ସାମାଜିକ ଉନ୍ନତି ପ୍ରଭାବିତ ହୋଇଥାଏ । ଏଣୁ ଏଭଳି ଘରେ ନ ରହିବା ଭଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.