AC ଚଲାଇଲେ ମଧ୍ୟ ବଢିବନି ବିଦ୍ୟୁତ୍ ବିଲ୍, ଜାଣନ୍ତୁ ଉପାୟ

Published By : Prameya-News7 Bureau | May 29, 2020 IST

ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ଥାନେ ସ୍ଥାନେ ଅତ୍ୟଧିକ ଗ୍ରୀଷ୍ମ ଜନଜୀବନକୁ ଅତିଷ୍ଠ କରିପକାଇଛି। ଏଥିରେ ଗରମରୁ ବର୍ତ୍ତିବା ଲାଗି ଲୋକେ ଫ୍ୟାନ, କୁଲର ଓ ଏୟାର କଣ୍ଡିସନର(ଏସି)ର ଉପଯୋଗ କରୁଛନ୍ତି। ତେବେ ଏସି ଚଳାଇଲେ  ବିଦ୍ୟୁତ ବିଲ୍‌ ବଢିଯିବା ଆଶଙ୍କାରେ ଅନେକ  ଘରେ ଏସି ରଖି ମଧ୍ୟ ଚଳାଉ ନାହାନ୍ତି। ଗରମରୁ ରକ୍ଷା ପାଇବାକୁ ଆପଣ ଘରେ ଏସି  ଚଳାନ୍ତୁ ଓ ଇଲେକ୍ଟ୍ରି ବିଲ ମଧ୍ୟ କମ୍ ଦିଅନ୍ତୁ। ଜାଣନ୍ତୁ କ’ଣ କଲେ କମିବ ଆପଣଙ୍କ ବିଦ୍ୟୁତ ବିଲ୍।

{"id":278159,"width":577,"height":361,"sizeSlug":"large"}

ପ୍ରତିକୂଳ ପାଗ ଏବେ ସାରା ବିଶ୍ୱକୁ ପ୍ରଭାବିତ କରିଛି। ବର୍ଷାରେ ଅତ୍ୟଧିକ ବର୍ଷା, ଶୀତରେ ଶୂନ୍ୟ ଡିଗ୍ରି ଥଣ୍ଡା ଓ ଗରମରେ ୫୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ତାତି ଏବେ ସାଧାରଣ କଥାରେ ପରିଣତ ହେଲାଣି। ଏଣୁ ଅତିରିକ୍ତ ପାଗରେ ଅସୁସ୍ଥତାରୁ ବଞ୍ଚିବା ଲାଗି ଘରେ ଏସି ଥିଲେ ନିହାତି ବ୍ୟବହାର କରନ୍ତୁ। ଯଦି ବିଦ୍ୟୁତ ବିଲ୍ ବଢିଯିବାର ଆଶଙ୍କା କରୁଛନ୍ତି ତେବେ ନିମ୍ନରେ ପ୍ରଦତ୍ତ ଟିପସ୍ ଆପଣେଇଲେ ବିଦ୍ୟୁତ ବିଲ୍ ମଧ୍ୟ କମ୍ ଆସିବ।

{"id":278161,"sizeSlug":"large"}

ଘରେ ବାତାନୁକୂଳିତ ଯନ୍ତ୍ରକୁ ୨୨ରୁ ୨୪ ଡିଗ୍ରି ସେଲସିୟରେ ସେଟ୍ କରନ୍ତୁ। ଫଳରେ ବିଦ୍ୟୁତ ଖର୍ଚ୍ଚ ବଢିବ ନାହିଁ। ଏସି ଲାଗି ୨୪ ଡିଗ୍ରି ସେଣ୍ଟିଗ୍ରେଡକୁ ଆଦର୍ଶ ତାପମାନ ନିର୍ଦ୍ଧାରିତ କରାଯାଇଛି। ଏସିକୁ ଅଟୋ ମୋଡରେ ସେଟ୍‌ କରନ୍ତୁ। ଯେପରି କକ୍ଷର ତାପମାତ୍ରା ନିର୍ଦ୍ଧିଷ୍ଟ ସ୍ତରରେ ପହଞ୍ଚିବା ପରେ କମ୍ପ୍ରେସର ଆପେ ଆପେ ବନ୍ଦ ହୋଇଯିବ ଓ ବଢିଲେ ପୁଣି ଏସି ଚାଲିବାରେ ଲାଗିବ।

{"id":278160,"sizeSlug":"large"}

ଘରେ ବାତାନୁକୂଳିତ ଯନ୍ତ୍ର ଥିଲେ ତାର ନିୟମିତ ରକ୍ଷଣାବେକ୍ଷଣ କରନ୍ତୁ। ଏସି ଯେତିକି ସଫା ରହିବ ତାର କୁଲିଂ କ୍ଷମତା ମଧ୍ୟ ସେତେ ଅଧିକ ହେବ। ଫିଲ୍ଟରରେ ଆବର୍ଜନା ଜମି ରହିଲେ କମ୍ପ୍ରେସରକୁ ଅଧିକ କାମ କରିବାକୁ ପଡିବ ଫଳରେ ବିଦ୍ୟୁତ ଖର୍ଚ୍ଚ ବଢିବ। ଘରେ ଏସି ଚଳାଇବା ବେଳେ ପଙ୍ଖା ମଧ୍ୟ ଚଳାନ୍ତୁ। ଫଳରେ ଏସିରୁ ବାହାରୁଥିବା ଶୀତଳ ପବନ ଖୁବ୍ ଶୀଘ୍ର ଘରର ସବୁ କୋଣକୁ ପହଞ୍ଚିପାରିବ। ସେହିପରି ରୁମର ଗରମ ମଧ୍ୟ ଜଲଦି ବାହାରି ଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.