Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବାବାଙ୍କୁ ନୋଟିସ୍ : ଥଣ୍ଡା କାଶ ଔଷଧ ପାଇଁ ମିଳିଥିଲା ଲାଇସେନ୍ସ, କରୋନା ଔଷଧ ତିଆରି ପାଇଁ କିଏ ଦେଲା ଅନୁମତି ? ଦିବ୍ୟ ଫର୍ମାସୀକୁ ଜବାବ୍ ମାଗିଲେ USDC

24/06/2020 at 4:15 PM

ନୂଆଦିଲ୍ଲୀ ୨୪/୦୬ : କରୋନା ଭାଇରସ ଔଷଧ ବାହାର କରିଥିବା ଦାବି କରିଥିବା ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦିକ ସଂସ୍ଥା ଦିବ୍ୟ ଫର୍ମାସୀ ବର୍ତ୍ତମାନ ଅଡୁଆରେ ପଡିଯାଇଛି | କମ୍ପାନୀକୁ ଥଣ୍ଡା କାଶ ଔଷଧ ତିଆରି କରିବାକୁ ମିଳିଥିଲା ଲାଇସେନ୍ସ କିନ୍ତୁ ପତାଞ୍ଜଳୀ କରୋନା ଔଷଧ ତିଆରି କରିବାକୁ ଦାବି କରିଥିଲା | ଏହାକୁ ଆଧାର କରି ବର୍ତ୍ତମାନ ନୋଟିସ ଜାରି କରାଯାଇଛି | ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲର (USDC)ଦିବ୍ୟ ଯୋଗ ଫର୍ମାସୀକୁ ନୋଟିସ ଜାରି କରିଛନ୍ତି | ନୋଟିସରେ ପଚରା ଯାଇଛି ଯେ ଦିବ୍ୟ ଯୋଗ ଫର୍ମାସୀ କରୋନା ଔଷଧ ତିଆରି କରିଥିବା ଦାବି କରୁଛି ତାର ଆଧାର କଣ ? ଫର୍ମାସୀ କରୋନା କିଟ ତିଆରି କରିବାକୁ ଅନୁମତି କେଉଁଠାରୁ ନେଇଥିଲା | ପୁଣି କିଟର ପ୍ରଚାର ପ୍ରସାର ପାଇଁ ଅନୁମତି କାହିଁକି ନେଇନଥିଲା ଫର୍ମାସୀ | ପତାଞ୍ଜଳୀ ଡ୍ରଗ ଆଣ୍ଡ କଣ୍ଟ୍ରୋଲର ଆକ୍ଟ-୧୯୪୦ ଧାରା ୧୭୦ ନିୟମ ଉଲଂଘନ କରି ଭ୍ରମ ପ୍ରଚାର କରିଥିବା କୁହାଯାଉଛି |

ଷ୍ଟେଟ ଡ୍ରଗ୍ସ ଓ କଣ୍ଟ୍ରୋଲର (USDC)ଦିବ୍ୟ ଯୋଗ ଫର୍ମାସୀକୁ ପଠାଇଥିବା ନୋଟିସରେ କୁହାଯାଇଛି ଯେ କେହି ମଧ୍ୟ ଏହିଭଳି ମ୍ୟାଜିକାଲ ଟ୍ରିଟମେଣ୍ଟର ଦାବି କରିପାରିବେ ନାହିଁ | ତେବେ ରାମଦେବ ବାବା କେଉଁ ଆଧାରରେ କରୋନା ରୋଗୀଙ୍କ ଶତ ପ୍ରତିଶତ ସୁସ୍ଥ ହେବା ଦାବି କରୁଛନ୍ତି | ଫର୍ମାସୀ ଏଥିରେ ମଧ୍ୟ ଡ୍ରଗ୍ସ ଆଣ୍ଡ ମ୍ୟାଜିକ ଆକ୍ଟ-୧୯୫୪ ଉଲଂଘନ କରିଛି | ଆୟୁଷ ମନ୍ତ୍ରାଳୟର ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲର ୟତେନ୍ଦ୍ର ସିଂହ ରାବତ କହିଛନ୍ତି ଯେ ଯଦି ଫର୍ମାସୀ ନୋଟିସର ସନ୍ତୋଷଜନକ ଜବାବ ନ ଦିଏ ତାହେଲେ ବିଭାଗ ଇମ୍ୟୁନିଟି ବୁଷ୍ଟର ଔଷଧ ପାଇଁ ଯେଉଁ ଲାଇସେନ୍ସ ଜାରି କରିଛି ତାକୁ ମଧ୍ୟ ରଦ୍ଦ କରିଦିଆଯାଇପାରେ |

ପତାଞ୍ଜଳୀ ମଙ୍ଗଳବାର ଦିନ କୋଭିଡ-୧୯ ଔଷଧ କୋରାନିଲ ଲଞ୍ଚ କରିଥିଲା | ଏହାପରେ ମାମଲା ସାମ୍ନାକୁ ଆସିଥିଲା | କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଏ ସମ୍ପର୍କରେ ଯାଞ୍ଚ କରିଥିଲା | ମନ୍ତ୍ରାଳୟ ପତାଞ୍ଜଳୀକୁ ନୋଟିସ ପଠାଇ ତତ୍କାଳ ଔଷଧର ପ୍ରଚାର-ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଥିଲେ | ଆଇସିଏମଆରର ବିନା ପ୍ରମାଣରେ ଫର୍ମାସୀ ଏହିଭଳି ମ୍ୟାଜିକ କିଭଳି କ୍ଲେମ କରିପାରେ ବୋଲି ଆୟୁଷ ମନ୍ତ୍ରାଳୟ କହିଛନ୍ତି | କେନ୍ଦ୍ର ଉତ୍ତରାଖଣ୍ଡ ଆୟୁଷ ବିଭାଗକୁ ପତ୍ର ଜାରି କରି ମାମଲା ସହିତ ଜଡିତ ସମସ୍ତ ଲାଇସେନ୍ସର ଯାଞ୍ଚ କରିଥିଲେ |

ଆୟୁଷ ମନ୍ତ୍ରାଳୟ ମାମଲାରେ ହସ୍ତକ୍ଷେପ କରିବା ପରେ ଉତ୍ତରାଖଣ୍ଡ ଆୟୁଷ ମନ୍ତ୍ରୀ ହାରକ ସିଂହ ରାବତ ମଧ୍ୟ ଏହିଭଳି କୌଣସି ଲାଇସେନ୍ସ ଜାରି କରିନଥିବା କହିଛନ୍ତି | ବର୍ତ୍ତମାନ ଏହି ମାମଲାକୁ ନେଇ ରାଜନୀତି ଜୋର ଧରିଛି | କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପ୍ରତିମ ସିଂହ କହିଛନ୍ତି ମାମଲା ଅତ୍ୟନ୍ତ ଗମ୍ଭୀର | କେନ୍ଦ୍ର ଏ ସମ୍ପର୍କରେ ପଦକ୍ଷେପ ନେଇଛି | ରାଜ୍ୟ ସରକାର ମଧ୍ୟ ତତ୍କାଳ ପଦକ୍ଷେପ ନେବା ଉଚିତ | ଏପଟେ ଶାସକିୟ ପ୍ରବକ୍ତା ଏବଂ ହରିଦ୍ୱାର ବିଧାୟକ ମଦନ କୌଶିକ ଏହି ବିଷୟକୁ ଗମ୍ଭୀର ନୁହେଁ ବୋଲି କହିଛନ୍ତି | ସେ କହିଛନ୍ତି ଆୟୁର୍ବେଦିକ କ୍ଷେତ୍ରରେ ବାବା ରାମଦେବଙ୍କ ନାଁ ଅଛି | କିଛି ପ୍ରକ୍ରିୟା ଅଧୁରା ରହିଯାଇଥିବ, ସେ ଯଦି ଏବେ ପୁରା ହେବ ତାହେଲେ ଅସୁବିଧା କଣ ?

   Related Posts