Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭ୍ୟାକସିନ୍‌ ଉତ୍ପାଦନ ପାଇଁ ଆମେରିକା ପଠାଇଲା କଞ୍ଚାମାଲ, ତିଆରି ହେବ ୨ କୋଟି ଡୋଜ୍‌

6/05/2021 at 4:05 PM

ନୂଆଦିଲ୍ଲୀ ୦୬/୦୫ : ଦେଶରେ କରୋନା ସଂକ୍ରମଣ ବ୍ୟାପକ ରୁପ ଧାରଣ କରିଛି । ବିଭିନ୍ନ ଦେଶ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଆମେରିକା ମଧ୍ୟ ଏହି ସଙ୍କଟ ମଧ୍ୟରେ ଭାରତକୁ ସହାୟତା ଜାରି ରଖିଛି । କୋଭିଡ୍‌-୧୯ ଭ୍ୟାକସିନ୍‌ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ଯେଗାଇଛି ଆମେରିକା । ଆମେରିକା ଯେତିକି ପରିମାଣର କଞ୍ଚାମାଲ ପଠାଇଛି  ସେଥିରେ ୨ କୋଟି କୋଭିସିଲ୍ଡ ଡୋଜ୍‌ ଉତ୍ପାଦନ ହୋଇପାରିବ ।

ଏହାଛଡା ଆମେରିକାର ବାଇଡେନ୍‌ ପ୍ରଶାସନ ୮୧ ହଜାର ରେମଡେସିଭିର ଇଞ୍ଚେକସନ୍‌ ମଧ୍ୟ ପଠାଇଛନ୍ତି । କରୋନାର ଦ୍ବିତୀୟ ଲହର ଲଗାତାର ଭାବେ ଭୟାବହ ହୋଇଚାଲିଛି । ଏଥିପାଇଁ ତମାମ ଦେଶ ସହାୟତା ଜାରି ରଖିଛନ୍ତି । ୟୁରୋପୀୟ ସଂଘ ପ୍ରାୟ ୧୯ କୋଟି ଟଙ୍କାର ଏମରଜିନ୍ସି ଫଣ୍ଡିଂ ଦେବାକୁ ଘୋଷଣା କରିଛି । ଦରକାର ହେଲେ ଆଗକୁ ମଧ୍ୟ ସହାୟତା ଜାରି ରହିବ ବୋଲି ୟୁରୋପୀୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ପୁନେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଟିକା ପାଇଁ ଆବଶ୍ୟକ କଞ୍ଚାମାଲ ଆମେରିକାରୁ ହିଁ ଆସିଥାଏ । ଭାରତରେ ଉତ୍ପାଦାନ ବୃଦ୍ଧି କରିବାକୁ କଞ୍ଚାମାଲ ପଠାଇବାକୁ ଆମେରିକାକୁ ଅନୁରୋଧ କରିଥିଲେ ଭାରତ ସରକାର ଏବଂ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ମୁଖ୍ୟ ଆର ପୁନାଓ୍ବାଲା ।

   Related Posts