Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଡୋଭାଲଙ୍କ ଆଲୋଚନା ପରେ ବଦଳିଲା ନିଷ୍ପତ୍ତି: ସଂକଟରେ ଭାରତକୁ ସାହା ହେବ ଶକ୍ତିଶାଳୀ ରାଷ୍ଟ୍ର

26/04/2021 at 8:34 AM

ନୂଆଦିଲ୍ଲୀ ୨୬/୪: ଭାରତରେ ଜଟିଳ ହେବାରେ ଲାଗିଛି କରୋନାର ଦ୍ୱିତୀୟ ଲହର । ଦ୍ରୁତ ଗତିରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଉତ୍କଟ ରୂପ ଧାରଣ କରିଛି ଦେଶରେ ଅମ୍ଳଜାନ ସଙ୍କଟ । ଏହା ହେବ କେନ୍ଦ୍ର ପାଇଁ  ବଡ ସମସ୍ୟା ପାଲଟିଛି । ଏହି ବିପଦରୁ ବାହାରିବା ପାଇଁ ବିଶ୍ୱର ଅନେକ ଦେଶ ଭାରତକୁ ସହଯୋଗର ହାତ ବଢାଇଛନ୍ତି ।

ଏବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଭାରତକୁ ବିପଦ ବେଳେ ସାହା ହେବାକୁ ନିଷ୍ପତ୍ତି ନେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯେ ଭାରତ ଆମ ବିପଦ ସମୟରେ ସହଯୋଗର ହାତ ବଢାଇଥିଲା । ଆମେରିକାରେ ଯେତେବେଳେ ମହାମାରୀ ସଂକଟ ଚାଲିଥିଲା ସାହାଯ୍ୟ କରିଥିଲା ଭାରତ । ଯେହେତୁ ଭାରତରେ ଏବେ ଭୂତାଣୁ ସଂକଟ ଉଗ୍ର ରୂପ ଧାରଣ କରିଛି ସେଥିପାଇଁ ଆମେ ସାହାଯ୍ୟ କରିବାକୁ ସ୍ଥିର କରିବୁ ।

ଟିକା ପାଇଁ ଆବଶ୍ୟକ କଞ୍ଚାମାଲ ରପ୍ତାନୀ ବନ୍ଦ ହେବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା ଭାରତ । ତେବେ ଆମେରିକାର ଏହି ନିଷ୍ପତ୍ତିକୁ ଭାରତ ସମତେ ସବୁଠି ସମାଲେଚନା କରାଯାଇଛି । NSA ଡୋଭାଲଙ୍କ ସହ ଆମେରିକୀୟ NSA ଆଲୋଚନା ପରେ ଆମେରିକା ପ୍ରତିବନ୍ଧକରୁ ଓହରି ଯାଇ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଆମେରିକା ତୁରନ୍ତ କଞ୍ଚାମାଲ ଯୋଗାଇବାକୁ ପ୍ରସ୍ତୁତ ଅଛି ବୋଲି କୁହାଯାଇଛି । ସେପଟେ ଫ୍ରାନ୍ସ ମଧ୍ୟ ଭାରତକୁ ଅକ୍ସିଜେନ ଯୋଗାଇବାରେ ସହାୟତା କରିବ । 

   Related Posts