ଘନେଇଲା ଆମେରିକା ଚୀନ୍‌ ମଧ୍ୟରେ ଟ୍ରେଡ ଓ୍ୱାର, ସାରା ବିଶ୍ୱରେ ହେବ ଏହି କ୍ଷତି

Published By : Prameya-News7 Bureau | August 24, 2019 IST

ନ୍ୟୁୟର୍କ .- ଏବେ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟକୁ ନେଇ ବିସ୍ଫୋରକ ସ୍ଥିତି ଦେଖା ଦେଇଛି । ଏବେ କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ଟ୍ରେଡ ଓ୍ୱାର ଆରମ୍ଭ ହୋଇଯାଇଛି।

 ପୂର୍ବରୁ ଦୁଇ ଦେଶ ଏହାକୁ ନେଇ ମୁହାଁ ମୁହିଁ ହେଉଥିଲେ । ଏହା ଚୀନ୍‌ର ଶସ୍ତା ଜିନିଷ ସାରା ବିଶ୍ୱରରେ ପ୍ରବଳ ବିକ୍ରି ହେଉଛି । ଏଥିପାଇଁ ଅନେକ ଆମେରିକୀୟ କମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡୁଛି  । ପ୍ରଥମେ ଆମେରିକା ପକ୍ଷରୁ କେତକ ଚୀନ୍‌ କମ୍ପାନୀ ଉପରେ କଟକଣା ଲଗାଯିବା ସହ ଚୀନ୍‌ ନିର୍ମିତ ଉତ୍ପାଦ ଉପରେ ଅଧିକ ଟ୍ୟାକ୍ସ ଲଗାଯାଇଥିଲା ।  ଏହାର ଜବାବରେ ଚୀନ୍‌ ମଧ୍ୟ ଅଧିକ ଟ୍ୟାକ୍ସ ଲଗାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ଚୀନ୍‌ରୁ ଆସୁଥିବା ସାମଗ୍ରୀ ଉପରେ ଅଧିକ ୫ ପ୍ରତିଶତ କର ବସାଇଛନ୍ତି ।

{"id":148264}

ଶୁକ୍ରବାରରେ ଚୀନ୍‌ ପକ୍ଷରୁ ଆମେରିକାର ବିଭିନ୍ନ ଉତ୍ପାଦ ଉପରେ  ଅଧିକ କର ବସାଯାଇଥିଲା ।

ଚୀନ୍‌ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ବା ଟ୍ରେଡ ଓ୍ୱାର ଆରମ୍ଭ ହୋଇଥିବାରୁ ସାରା ବିଶ୍ୱରେ ଏହାର ପ୍ରଭାବ ପଡିବ ବୋଲି ଅନେକ ଅର୍ଥନୀତିଜ୍ଞ ଆଶଙ୍କା କରିଛନ୍ତି । ଏହି ଦୁଇଜଣ ବିଶ୍ୱର ଦୁଇ ମହାଶକ୍ତି ହୋଇଥିବା ବେଳେ ଦୁଇଟି ବୃହତ ଅର୍ଥନୀତି । ଏହି ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା  ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି ।

{"id":148265,"width":584,"height":279}

ଆମେରିକା ଓ ଚୀନ୍‌ର ଏହି ମୁହାଁ ମୁହିଁ ପରିସ୍ଥିତି ଯୋଗୁଁ ଶନିବାରେ ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଚ ୩ ପ୍ରତିଶତ କମିଯାଇଛି । ସେହିପରି ଆମେରିକାର ୫୦୦ ବଡ କମ୍ପାନୀଙ୍କର ତାଲିକା ହୋଇଥିବା ଏସ୍‌ ଆଣ୍ଡ ପି ୨.୬ ପ୍ରତିଶତ ହ୍ରାସ ପାଇଛି ।

ଚୀନ୍‌ ଓ ଆମେରିକାର ଟ୍ରେଡ ଓ୍ୱାର ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଉପରେ  ପ୍ରଭାବ ପକାଇବ ।

ପୂର୍ବରୁ ଆମେରିକାରେ ଶାସନକୁ ଆସିଥିବା ଲୋକମାନେ ଚୀନ୍‌କୁ  ଅନୁକମ୍ପା ଦେଖାଇବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି  ବୋଲି  ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ କରିଛନ୍ତି । ମୁଁ ଏପରି ହେବାକୁ ଦେବି ନାହିଁ ବୋଲେ ସେ ଉଲ୍ଲେଖ କରିଛନ୍ତି ।

{"id":148266}

ଅକ୍ଟୋବର ଏକ ତାରିଖ ଚୀନ୍‌ର  ପ୍ରତିଷ୍ଠା ଦିବସରୁ ଆମେରିକା  ଚୀନ୍  ଉତ୍ପାଦ ଉପରେ ଆମଦାନୀ କର ୨୫ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି କରିବା ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.