Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପେଣ୍ଟାଗନ ଦ୍ଵାରା ପ୍ରସ୍ତୁତ ରିପୋର୍ଟ ଲିକ୍: ଦକ୍ଷିଣ ଚୀନ ସାଗରରେ ଚୀନ ଆକ୍ରମଣ କଲେ ହାରିବ ଆମେରିକା

17/05/2020 at 9:08 PM

ନୂଆଦିଲ୍ଲୀ ୧୭।୦୫: ଆମେରିକା ଓ ଚୀନ ମଧ୍ୟରେ ସଂପର୍କ ସଂପ୍ରତି ସବୁଠୁ ଖରାପ ସମୟ ଦେଇ ଗତି କରୁଛି। କରୋନା ଭୂତାଣୁ, ବାଣିଜ୍ୟ, ତାଇଓ୍ଵାନ ଓ ଦକ୍ଷିଣ ଚୀନ ସାଗର ଉପରେ ନିୟନ୍ତ୍ରଣ ଆଦି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଯଦି ଚୀନ ସହିତ ଆମେରିକାର ସଂଘର୍ଷ ହୁଏ ତେବେ ପରିଣାମ କଣ ହେବ, ଏହାକୁ ନେଇ ପେଣ୍ଟାଗନ ଦ୍ଵାରା ପ୍ରସ୍ତୁତ ଏକ ରିପୋର୍ଟ ଲିକ୍‌ ହୋଇଛି। ଏଥିରେ କୁହାଯାଇଛି ଯେ, ଦକ୍ଷିଣ ଚୀନ ସାଗରରେ ଚୀନ ସହିତ ଲଢେଇ ହେଲେ ଆମେରିକା ପାଇଁ ଜିତିବା ସହଜ ନୁହେଁ। ଅନ୍ୟପଟେ ଚୀନ ବିଶେଷଜ୍ଞ କହିଥିଲେ ଯେ, ଆମେରିକା ସହ ଲଢେଇ ଲାଗି ୧୦୦୦ ନ୍ୟୁକ୍ଲିୟର ଓ୍ଵାରହେଡ୍‌ର ଆବଶ୍ୟକ ପଡିବ।

ଦ ଟାଇମ୍ସକୁ ଆମେରିକୀ ପ୍ରତିରକ୍ଷା ସୂତ୍ର କହିଛି, ଯଦି ଚୀନ ଆକ୍ରମଣ କରେ ତେବେ ଭାରତ-ପ୍ରଶାନ୍ତ ମହାସାଗରରେ ଉପସ୍ଥିତ ଆମେରିକୀ ସାମରିକ ଦଳ ଏବଂ ବେସ୍‌ ଏହାର  ମୁକାବିଲା କରିବା ସ୍ଥିତିରେ ରହି ପାରିବେ ନାହିଁ। ଏହି କ୍ଷେତ୍ରରେ ଥିବା ଗୌମ ଦ୍ଵୀପରେ ଆମେରିକାର ସବୁଠୁ ବଡ ରଣନୀତିକ ବେସ୍‌ ମଧ୍ୟ ରହିଛି, ଯେଉଁଠୁ ବୋମା ନିକ୍ଷେପ କରାଯାଏ।

ସୂତ୍ର ଅନୁଯାୟୀ ଆମେରିକୀ କ୍ୟାରିୟର ଗ୍ରୁପ୍ ଚୀନୀ ଆକ୍ରମଣକୁ ପ୍ରତିରୋଧ କରି ପାରିବେ ନାହିଁ ଏବଂ ବଡ କ୍ଷତିର ସମ୍ମୁଖୀନ ହେବେ। ସେ କହିଛନ୍ତି, ଚୀନ ପାଖରେ ଦୀର୍ଘଗାମୀ ଆଣ୍ଟି-ସିପ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ହାଇପରସୋନିକ କ୍ଷେପଣାସ୍ତ୍ର ରହିଛି।

ପ୍ରଶାନ୍ତ ମହାସାଗରରେ ୟୁଏସ୍‌ ନୌସେନାର ଅଭ୍ୟାସ୍ ଜାରି

ଆମେରିକା ଯୁଦ୍ଧ ଜାହାଜ ପ୍ରଶାନ୍ତ ମହାସାଗରରେ ଅଭ୍ୟାସ୍ ଆରମ୍ଭ କରି ଦେଇଛି। ଏହାର ଫଟୋ ୟୁଏସ ପେସିଫିକ୍ କ୍ଲିଟ୍ ଟୁଇଟ୍ କରିଛି। ଏହି ଅଭ୍ୟାସ୍‌ରେ ୟୁଏସଏସ ପ୍ରିନଷ୍ଟନ, ୟୁଏସଏସ ରାଲ୍‌ଫ ଜନସନ ଓ ୟୁଏସଏସଏସ ଟେରେଟ୍ ସାମିଲ। ନିମିଟଜ୍ କ୍ୟାରିୟର ଷ୍ଟ୍ରରାଇକ୍‌ ଗ୍ରୁପ୍‌ର ଟ୍ରେନିଂ ଆଧାରରେ ଲାଇଭ୍ ଫାୟର ମଧ୍ୟ ସାମିଲ ହୋଇଥିଲା। ଚୀନ ସହ ଉତ୍ତେଜନା ମଧ୍ୟରେ ଆମେରିକା ମଧ୍ୟ ଲଢିବାକୁ ଅଣ୍ଟା ଭିଡିଛି।

ଚୀନକୁ ଦରକାର ୧୦୦୦ ନ୍ୟୁକ୍ଲିୟର ଓ୍ଵାରହେଡ୍‌

ଦକ୍ଷିଣ ଚୀନ ସାଗରରେ ଆମେରିକା ସହିତ ବଢୁଥିବା ତିକ୍ତତା ମଧ୍ୟରେ ବିଶେଷଜ୍ଞ ଚୀନକୁ ପରମାଣୁ ଅସ୍ତ୍ର ଶସ୍ତ୍ର ସଂଖ୍ୟା ବଢାଇବାକୁ ପରାମର୍ଶ ଦେଇଛନ୍ତି। ବିଶେଷଜ୍ଞ ଆମେରିକା ସେନାର ଆକ୍ରମଣରୁ ବଞ୍ଚିବା ପାଇଁ ଏଚ୍-୨୦ ଷ୍ଟ୍ରାଟେଜିକ୍‌ ଷ୍ଟ୍ରିଲ୍‌ଥ ବମର ଓ ବାଲିଷ୍ଟିକ୍ ମିସାଇଲ୍‌ ଲଞ୍ଚ କରୁଥିବା ଜେଏଲ-୩ ବୁଡାଜାହାଜର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି।

   Related Posts