ଗୁଲାଲାଇ ଇସ୍ମାଇଲଙ୍କ ପରିବାରକୁ ନେଇ ଚିନ୍ତିତ ଆମେରିକା, ଜାଣନ୍ତୁ କ’ଣ କହିଛନ୍ତି ବିଦେଶମନ୍ତ୍ରାଳୟ ବ୍ୟୁରୋ

Published By : Prameya-News7 Bureau | October 25, 2019 IST

ପାକ୍ ମହିଳା ଅଧିକାର କର୍ମୀ ଗୁଲାଲାଇ ଇସ୍ମାଇଲଙ୍କ ପରିବାର ନେଇ ଚିନ୍ତାବ୍ୟକ୍ତ କରିଛି ଆମେରିକା। ଗତ ସେପ୍ଟେମ୍ବର ମାସରେ ଗୁଲାଲାଇ ଦେଶରୁ ଲୁଚି ଆମେରିକା ପଳାଇଥିଲେ। ପାକ୍ ସରକାର ତାଙ୍କ ବିରୋଧରେ ରାଜଦ୍ରୋହ ମୋକଦ୍ଦମା ରୁଜୁ କରିଥିବା ବେଳେ ତାଙ୍କ ପିତାଙ୍କୁ ଗିରଫ କରିଥିବାର ରିପୋର୍ଟ ଆମେରିକା ବୈଦେଶିକ ମନ୍ତ୍ରାଳୟଙ୍କୁ ମିଳିଛି।

{"id":174716}

ମନ୍ତ୍ରାଳୟଙ୍କ ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟୁରୋ ଏ ନେଇ ଚିନ୍ତା ବ୍ୟକ୍ତ କରିଥିବା ବେଳେ ପାକିସ୍ତାନର ସ୍ୱତନ୍ତ୍ରତା, ଅଭିବ୍ୟକ୍ତି ଓ ନାଗରିକଙ୍କ ଅଧିକାରର ଉଚିତ ପ୍ରକ୍ରିୟା କାୟମ ରଖିବା ଲାଗି ଆମେରିକା ଅହରହ ପ୍ରୟାଶ କରୁଥିବା କହିଛନ୍ତି। ତେବେ ପାକିସ୍ତାନରେ ମାନବାଧିକାର ଉଲ୍ଲଂଘନର ଗୁଲାଲାଇ ଏକ ଉଦାହରଣ ବୋଲି ବ୍ୟୁରୋ କହିଥିବା ବେଳେ ଏଥିଲାଗି  ପାକ୍ କୁ ଚେତାବନୀ ଦେଇଛି। ଏଣୁ ନାଗରିକଙ୍କ ଅଧିକାର ସୁରକ୍ଷା ସୁନିଶ୍ଚିତ କରିବା ସହ  ପାକିସ୍ତାନ ସେମାନଙ୍କୁ ଅଭିବ୍ୟକ୍ତିର ଅଧିକାର ମଧ୍ୟ ଦେବା ଜରୁରି ବୋଲି ବ୍ୟୁରୋ କହିଛନ୍ତି।

{"id":174717}

ଗୁଲାଲାଇ ପକିସ୍ତାନ ପସ୍ତୁନର ବାସିନ୍ଦା। ପସ୍ତୁନ ମହିଳାଙ୍କ ସମସ୍ୟା ନେଇ ସେ ଚଳାଇଥିବା ‘ଆୱେର ଗାର୍ଲସ’  ସ୍ୱେଚ୍ଚାସେବୀ ସଙ୍ଗଠନ ଲାଗି ପାକ୍ କୋର୍ଟରେ ତାଙ୍କ ବିରୋଧରେ ମୋକଦ୍ଦମା ମଧ୍ୟ ରୁଜୁ ହୋଇଛି। ତାଙ୍କ ସଙ୍ଗଠନ ସରକାରୀ ଅନୁଷ୍ଠାନକୁ ବଦନାମ କରୁଥିବାର ସରକାର ଗୁଲାଲାଇଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।  ଏଥିୟୋଗୁ କୋର୍ଟ ୱାରେଣ୍ଟ ଜାରି କରିଥିବା ବେଳେ ସେ ରହସ୍ୟଜନକ ଭାବେ ଦେଶରୁ ଖସି ପଳାଇ ଏବେ ଆମେରିକାରେ ରାଜନୈତିକ ଶରଣ ଭିକ୍ଷା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.