ଏକା ସାଙ୍ଗରେ ୧୭ଟି ଛୁଆ ଜନ୍ମ କଲେ ମହିଳା! ଫଟୋ ଭାଇରାଲ

Published By : Prameya-News7 Bureau | June 20, 2019 IST

ସୋଶିଆଲ ମିଡିଆରେ ଜଣେ ଗର୍ଭବତୀ ମହିଳାଙ୍କ ଆଶ୍ଚର୍ଯ୍ୟକର ଘଟଣା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ଦର୍ଶାଯାଇଛି ଯେ ଆମେରିକାର ଜଣେ ମହିଳା ୧୭ଜଣ ଏକାଭଳି ଦିଶୁଥିବା ପୁଅଙ୍କୁ ଏକାଠି ଜନ୍ମ ଦେଇଛନ୍ତି। ଏହି ଭାଇରାଲ ପୋଷ୍ଟରେ ୩ଟି ଫଟୋ ଏକାଭଳି ଏବଂ ଏକ କାହାଣୀ ମଧ୍ୟ ଲେଖାଯାଇଛି। ଗୋଟିଏ ଫଟୋରେ ଜଣେ ଗର୍ଭବତୀ ମହିଳା ସେଲଫି ନେଉଥିବା ଅବସ୍ଥାରେ ଦେଖାଯାଉଛନ୍ତି। ତାଙ୍କ ପେଟ ଅସ୍ବାଭାବିକ ଦେଖାଯାଉଛି। ଦ୍ବିତୀୟ ଫଟୋରେ କେତେକ ଛୋଟ ଛୁଆ ନଜର ଆସୁଛନ୍ତି ଏବଂ ତୃତୀୟ ଫଟୋରେ ଏହି ଛୁଆଙ୍କ ସହ ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି।

{"id":125048,"width":595,"height":584}


ପୋଷ୍ଟରେ କୁହାଯାଇଛି ଯେ କ୍ୟାଥରିନ୍ ବ୍ରିଜ୍ ନାମ୍ନୀ ଜଣେ ଆମେରିକୀୟ ମହିଳା ଏକାଠି ସବୁଠୁ ଅଧିକ ଛୁଆ ଜନ୍ମ କରିବାର ରେକର୍ଡ଼ ସୃଷ୍ଟି କରିଛନ୍ତି।

{"id":125049,"width":597,"height":296}


ଇଣ୍ଡିଆ ଟୁଡେ ଆଣ୍ଟି ଫେକ୍ ନ୍ୟୁଜ ଓ୍ବାର ରୁମ୍ ଅନୁସନ୍ଧାନ କରିବାରୁ ଜଣା ପଡ଼ିଲା ଯେ ଏହି ଭାଇରାଲ ପୋଷ୍ଟ ମନଗଢ଼ା। ଏହି ଖବର ଓ୍ବାଲର୍ଡ ନ୍ୟୁଜ ଡେଲି ରିପୋର୍ଟ ନାମକ ଏକ ଓ୍ବେବସାଇଟରେ ପ୍ରକାଶ ପାଇଥିଲା। ଏହା ମଉଜ ମସ୍ତି ପାଇଁ କାଳ୍ପନିକ ଖବର ପ୍ରକାଶ କରିଥାଏ। ଏହି ପୋଷ୍ଟକୁ ରିଚାର୍ଡ଼ କାମାରିଣ୍ଟା ଡି ନାମକ ଜଣେ ଫେସବୁକ୍ ଗ୍ରାହକ ସେୟାର କରିଥିଲେ। ଏହାକୁ ଏବେ ଯାଏଁ ୩୩,୦୦୦ଠୁ ବି ଅଧିକ ଥର ସେୟାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.