ପାକିସ୍ତାନ ବିମାନ ବନ୍ଦର ଚଟାଣରେ ଶୋଇଲେ ବିଦେଶୀ ମହିଳା- ବିମାନ ବନ୍ଦର କର୍ତ୍ତୃପକ୍ଷ କଲେ ଏପରି ବ୍ୟବହାର

Published By : Prameya-News7 Bureau | November 10, 2019 IST

ଇସଲାମାବାଦ- ପାକିସ୍ତାନର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବ୍ୟବହାରକୁ ବିରୋଧ କରି ଆମେରିକାର ଜଣେ ବୟସ୍କ ମହିଳା ଇସାଲାମାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦର ଚଟାଣରେ ଶୋଇ ବିରୋଧ ପ୍ରଦର୍ଶନ କରିଥିଲେ । ୭୦ ବର୍ଷୀୟ ମୁରେ ମାଉଦେ ପାକିସ୍ତାନ ଏୟାରଲାଇନ୍ସ ବିମାନରେ ଇସାଲାମାବାଦରେ ପହଞ୍ଚିଥିଲେ। ସେ ବିମାନରୁ ଓହ୍ଲାଇବା ପରେ ତାଙ୍କୁ ସୁରକ୍ଷା କର୍ମୀାମାନେ ପୁଣି ଆମେରିକା ଫେରିଯିବାକୁ ବାଧ୍ୟ କରିଥିଲେ । ମାଞ୍ଚେଷ୍ଟରରୁ ମହିଳା ଜଣଙ୍କ ଇସାଲାମାବାଦ ଆସିଥିଲେ । ସେ ଏକ ହ୍ୱିଲ ଚେୟାରରେ ବସିଥିଲେ।

{"id":182192}


ଏହି ମହିଳାଙ୍କୁ କଳା ତାଲିକା ଭୁକ୍ତ ବା ବ୍ଲାକ ଲିଷ୍ଟେଡ୍‌ କରାଯାଇଥିବା ପାକିସ୍ତାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତାଙ୍କ ପ୍ରବେଶ ବିରୋଧ କରିବାକୁ ସେ ଚିତ୍କାର ରିବା ସହ ତଳେ ଶୋଇ ରହି ବିରୋଧ ପ୍ରଦର୍ଶନ କରିଥିଲେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଛି ।

{"id":182193}

ଏହାପରେ ପାକିସ୍ତାନରେ ଥିବା ଆମେରିକା ଦୂତାବାସକୁ ଖବର ଦିଆଯାଇଥିଲା । ସେମାନେ ବିମାନବନ୍ଦରେର ପହଞ୍ଚି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଚେଷ୍ଟା କରିଥିଲେ । ଏହା ପୂର୍ବରୁ ଚଳିତ ବର୍ଷ ସୋନିଆ ସିତା ପରେଜ ନାମକ ଆମେରିକୀୟ ମହିଳାଙ୍କୁ ଇସାଲାମବାଦ ବିମାନ ବନ୍ଦରରୁ ଭିସା ନଥିବା କାରଣରୁ ଫେରାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.