ଭାରତୀୟ ନୌସେନା ହେବ ଆହୁରି ଶକ୍ତିଶାଳୀ - ଏମ୍‌କେ -୪୫ର ଉନ୍ନତ ଭର୍ସନ ତୋପ ଭାରତକୁ ବିକ୍ରି କରିବ ଆମେରିକା

Published By : Prameya-News7 Bureau | November 21, 2019 IST

ନୂଆଦିଲ୍ଲୀ ୨୧।୧୧ -   ଆମେରିକା ଭାରତକୁ ୧୩ଟି ଏମକେ-୪୫ର ପରିବର୍ତ୍ତିତ ସଂସ୍କରଣର ନୌସେନା ତୋପ ବିକ୍ରି କରିବା ନେଇ ମଞ୍ଜୁରି ଦେଇଛି । ବିଭିନ୍ନ ଉପକରଣ ସହ ଏଥିପାଇଁ ଭାରତକୁ ୭୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।  ଏହାକୁ ଯୁଦ୍ଧ ଜାହାଜ ଗୁଡିକରେ ଲଗାଯିବ। ଆମେରିକା ସହ ଏହି ପ୍ରତିରକ୍ଷା ସୌଦାକୁ ଅନୁମତି ଦେଇଛି ପ୍ରତିରକ୍ଷା ସୁରକ୍ଷା ଓ ସହଯୋଗ ଏଜେନ୍ସି (DACA) । ଏହାର ସ୍ୱତନ୍ତ୍ରତା ହେଉଛି ଏହାର ଅଧିକ ଲମ୍ୱା ବ୍ୟାରେଲ।

{"id":187792,"sizeSlug":"large"}

ଏହି ତୋପ ସାହାଯ୍ୟରେ ଗୋଳାବାରୁଦକୁ ସ୍ଥଳଭାଗ ସହ  ଆକାଶରେ ମଧ୍ୟ ନିକ୍ଷେପ କରାଯାଇପାରିବ ।  ଆମେରିକାର ପ୍ରତିରକ୍ଷା ବିଭାଗ ଏହାକୁ ସ୍ୱତନ୍ତ୍ର ଭାବେ ନୌବାହିନୀର ଅପରେସନ ପାଇଁ ପ୍ରସ୍ତୁତ କରିଛି।  ଏମକେ -୪୫ ଦ୍ୱାରା ନୌବାହିନୀର ସାମୁଦ୍ରିକ ଅପରେସନର କ୍ଷମତା ବଢିବ। ତୋପ ସହ ଆମେରିକା ଏହାର ବ୍ୟବହାର କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ଦେବ। ଭାରତକୁ ଆଣିବାର ଖର୍ଚ୍ଚ ମଧ୍ୟ ଆମେରିକା ବହନ କରିବ। 

{"id":187793,"sizeSlug":"large"}

ଏହା ମିଳିବା ପରେ ଭାରତୀୟ ନୌବାହିନୀ ସାମୁଦ୍ରିକ କ୍ଷେତ୍ରରେ ବର୍ତ୍ତମାନ ଦେଖାଯାଉଥିବା ଓ ଭବିଷ୍ୟତରେ ଦେଖାଯିବାକୁ ଥିବା ବିପଦର  ଉପଯୁକ୍ତ ମୁକାବିଲା କରିପାରିବ ବୋଲି କୁହାଯାଉଛି। ଏହାଦ୍ୱାରା କ୍ଷେତ୍ରରେ ଦେଖାଯାଉଥିବା ସୈନ୍ୟ ଅସନ୍ତୁଳନ ମଧ୍ୟ ସୃଷ୍ଟି ହେବ ନାହିଁ ବୋଲି କହିଛି  DACA।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.