ଦେବାଳିଆ ହୋଇଯିବ ଆମେରିକା, ଆମ ଉପରେ ହସିବେ ସାରା ଦୁନିଆ: ଟ୍ରମ୍ପ

Published By : Prameya-News7 Bureau | August 14, 2020 IST

ୱାସିଂଟନ : ଆମରିକାର ଭାଗ୍ୟ ନିର୍ଦ୍ଧାରଣ କରିବ ୩ ନଭେମ୍ବର ନିର୍ବାଚନ। ଯଦି ଏଥିରେ ଡୋମୋକ୍ରାଟିକ ପାର୍ଟି ପ୍ରାର୍ଥୀ ବିଜୟୀ ହୁଅନ୍ତି ତେବେ ଦେଶ ଅଚିରେ ଦେବାଳିଆ ହୋଇଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକଳନ କରିଛନ୍ତି। ଯଦି ଏହା ହୁଏ ତେବେ ସାରା ଦୁନିଆ ଆମେରିକା ଉପରେ ହସିବ ବୋଲି ସତର୍କ କରାଇଦେଇଛନ୍ତି। ହ୍ୱାଇଟ୍ ହାଉସ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ କୋଭିଡ-୧୯ର ରାଜନୀତିକରଣ କରୁଛନ୍ତି ବୋଲି କହିଛନ୍ତି।

{"id":314576,"sizeSlug":"large"}

ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନ ପ୍ରଥମରୁ କୋଭିଡ-୧୯କୁ ନେଇ ଅନଭିଜ୍ଞ ଥିଲେ ଓ ଏବେବି ଭୂତାଣୁ ନେଇ ବିଶେଷ କିଛି ବୁଝନ୍ତି ନାହିଁ କି ବୁଝିବାକୁ ଚେଷ୍ଟା ବି କରୁନାହାନ୍ତି। ସେ ଦେଶଲାଗି ଯେଉଁ ସବୁ ନୀତି ପ୍ରସ୍ତାବ କରୁଛନ୍ତି ତା ଦେଶ ଲାଗି ଉପଯୁକ୍ତ ନୁହେଁ। ସଂକ୍ରମଣ ନିୟନ୍ତ୍ରଣ ଲାଗି ସରକାର ଯେତେବେଳେ ଚୀନ୍‌ ଓ ୟୁରୋପ ଯାତ୍ରା ଉପରେ କଟକଣା ଲାଗୁ କଲେ ତାକୁ ବିଡେନ ବିରୋଧ କରିଥିଲେ। ଯଦି ତାଙ୍କ ବିରୋଧକୁ ଡରି ଏହି ଯାତ୍ରା କଟକଣା ଜାରି କରାଯାଇ ନଥାନ୍ତା ତେବେ ଦେଶରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି।

{"id":314579,"sizeSlug":"large"}

ଜୋ ବିଡେନଙ୍କୁ ଟ୍ରମ୍ପ ଦେଶରେ ମହାମାରୀର ଅନୁପ୍ରବେଶକାରୀ ବୋଲି କହିଛନ୍ତି । ବିଡେନ ଦେଶର ସୀମା ଉନ୍ମୁକ୍ତ କରି ଆମେରିକୀୟଙ୍କୁ ମହାମାରୀ ମୁହଁରେ ଦେବାକୁ ଚାହୁଁଛନ୍ତି। ଯଦି ତାଙ୍କୁ ରାଷ୍ଟ୍ରପତି ପଦବୀ ମିଳିଯାଏ ତେବେ ଦେଶରେ ଦଙ୍ଗାକାରୀ, ଲୁଟେରା, ଅବୈଧ ଅନୁପ୍ରବେଶକାରୀଙ୍କୁ ଖୋଲା ବୁଲିବାର ସୁଯୋଗ ମିଳିଯି ବୋଲି ଟ୍ରମ୍ପ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.