Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଭାରତ ଜଳସୀମାରେ ଆମେରିକା ଯୁଦ୍ଧପୋତ, କହିଲା ଏହା ଆମର ‘ଫ୍ରିଡମ ଅଫ ନେଭିଗେସନ ଅପରେସନ’

9/04/2021 at 6:03 PM

ନୂଆଦିଲ୍ଲୀ ୯।୪: ଭାରତର ଏକ୍ସକ୍ଲୁସିଭ ଇକୋନମିକ ଜୋନରେ ଆମେରିକା ନୌସେନା ଜାହାଜ। ତେବେ ଏଥିଲାଗି ଆମେରିକା ନୌସେନା ଭାରତଠୁ କୌଣସି ଅନୁମତି ନେଇ ନଥିବା ବେଳେ ଏହାକୁ ‘ଫ୍ରିଡମ ଅଫ ନେଭିଗେସନ ଅପରେସନ’ ବୋଲି କହିଛି। ଏହା ଏକ ରୁଟିନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆମେ ପୂର୍ବରୁ ମଧ୍ୟ କରିଛୁ ଓ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛି। ତେବେ ପ୍ରସଙ୍ଗରେ ଭାରତୀୟ ନୌସେନା ଅଥବା ବୈଦେଶିକ ମନ୍ତ୍ରାଳୟ କୌଣସି ମତାମତ ଦେଇନାହାନ୍ତି।

ଭାରତୀୟ ଜଳସୀମାରେ ଯୁଦ୍ଧଜାହାଜ ଜାହାଜ ୟୁଏସ୍ଏସ୍ ଜନପଲ ଜୋନ୍ସ (ଡିଡିଜି-୫୩)ର ଅବସ୍ଥିତି ନେଇ ନିଜେ ଆମେରିକୀୟ ନୌସେନା ଟ୍ୱିଟ୍‌ ବାର୍ତ୍ତାରେ ସୂଚିତ କରିଛି। ଏଥିରେ ଜାହାଜ ଲକ୍ଷାଦ୍ୱୀପରୁ ପଶ୍ଚିମରେ ୧୩୦ ନଟିକାଲ ମାଇଲ ଦୂରରେ ନିଜର ଅପରେସନ ଚଳାଇଥିବା କହିଛି।  ତେବେଏହା ନୌସେନା ଅଧିକାରର ସ୍ୱାଧୀନତା ବୋଲି କହିଛି। ଭାରତୀୟ ଜଳ କ୍ଷେତ୍ରରେ କୌଣସି ପ୍ରକାର ସାମରିକ ଅଭ୍ୟାସ ଲାଗି ଅନ୍ତର୍ଜାତୀୟ ଆଇନ ଅନୁସାରେ ପୂର୍ବ ଅନୁମତି ଆବଶ୍ୟକ। ତେବେ ଫ୍ରିଡମ ଅଫ ନେଭିଗେସନ ଅପରେସନରେ ଏପରି କୌଣସି ଅନୁମତି ଆମେ ଆବଶ୍ୟକ କରୁନଥିବା ଆମେରିକା ନୌସେନା କହିଛି।

ଆମେରିକା ସେନା ଏବେ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଦୈନିକ ଆଧାରରେ କାର୍ଯ୍ୟ କରୁଛି। ତେବେ ପ୍ରତ୍ୟେକ କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ଆଇନ ଅନୁରୂପେ ଡିଜାଇନ କରାଯାଇଥିବା ନୌସେନା ଦାବି କରିଥିବା ବେଳେ ସେହି ଅନୁସାରେ ଆମେରିକୀୟ ସୈନ୍ୟ ଅନ୍ତର୍ଜାତୀୟ ନିୟମ ମଧ୍ୟରେ ଆକାଶ ଜଳ  ଓ ସ୍ଥଳରେ ସଞ୍ଚାଳିତ ହେଉଥିବା ଆମେରିକୀୟ ନୌସେନା କହିଛି।

   Related Posts