ଆମେରିକାର ସୂଚନା, ଭାରତ ଉପରେ ବଡଧରଣର ଆକ୍ରମଣ କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ

Published By : Prameya-News7 Bureau | October 02, 2019 IST

ୱାସିଂଟନ : ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ବଡଧରଣର ଆତଙ୍କବାଦ ଆକ୍ରମଣ ଲାଗି ଯୋଜନା କରିଛନ୍ତି। ଏହି ଆଶଙ୍କା ବ୍ୟକ୍ତ କରିଛି ଆମେରିକା। ଯଦି ପାକ୍ ଆତଙ୍କବାଦୀଙ୍କୁ ନିୟନ୍ତ୍ରୀତ କରିବାରେ ସକ୍ଷମ ହୁଏ ତେବେ ହୁଏତ ଆକ୍ରମଣ ଟଳିଯାଇପାରେ। ନଚେତ ଏଭଳି ଆକ୍ରମଣ ଲାଗି ଭାରତକୁ ପ୍ରସ୍ତୁତ ରହିବାକୁ ଆମେରିକା ସତର୍କ କରାଇଦେଇଛି।

{"id":165374,"width":577,"height":432}

ଭାରତ-ପ୍ରଶାନ୍ତ କ୍ଷେତ୍ରର ସୁରକ୍ଷା ସମ୍ପର୍କିତ ପ୍ରତିରକ୍ଷାମନ୍ତ୍ରୀ ରେଣ୍ଡଲ ସାଇବର ୱାସିଂଟନରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତର କାଶ୍ମୀର ସମ୍ପର୍କିତ ନିଷ୍ପତ୍ତି ପରେ  ପାକିସ୍ତାନ ଆତଙ୍କବାଦୀ ସୀମାପାର ଆକ୍ରମଣ କରିବା ନେଇ ଏବେ ଅନେକ ଦେଶ ଆଶଙ୍କାରେ ଅଛନ୍ତି। ତେବେ କାଶ୍ମୀର ପ୍ରସଙ୍ଗରେ ଚୀନ ପାକିସ୍ତାନକୁ ସମର୍ଥନ କରୁଛି କି ବୋଲି ଗଣମାଧ୍ୟମ ପ୍ରଶ୍ନର ଜାବାବରେ ସାଇବର ଏଭଳି କୌଣସି ଆଶଙ୍କାକୁ ଅଗ୍ରାହ୍ୟ କରିଦେଇଛନ୍ତି। କାଶ୍ମୀର ପ୍ରସଙ୍ଗରେ  ଚୀନରୁ ପାକିସ୍ତାନକୁ ସେଭଳି କୌଣସି ସମର୍ଥନ ମିଳିବାର ସମ୍ଭାବନାକୁ ସାଇବର ଅସ୍ୱୀକାର କରିଛନ୍ତି। ତେବେ ପ୍ରସଙ୍ଗରେ ଚୀନ ରାଜନୈତିକ ଓ କୂଟନୈତିକ ସମର୍ଥନ କରିପାରେ ବୋଲି ସାଇବର କହିଛନ୍ତି।

{"id":165376}

ପାକିସ୍ତାନ ସହ ଦୀର୍ଘ ସମୟ ହେଲା ଚୀନର ଉତ୍ତମ ସମ୍ପର୍କ ରହିଆସିଛି। ସେପଟେ ଭାରତ ଓ ଚୀନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ବଢିଛି। ହେଲେ ଚୀନ ସହ ଭାରତ ସ୍ଥାୟୀ ସମ୍ପର୍କ ଚାହୁଁଥିବାରୁ ପାକିସ୍ତାନକୁ ବିଶେଷ କିଛି ଲାଭ ମିଳିବାର ନାହିଁ। ତେବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବେ ଆମେରିକା ଗସ୍ତରେ ଥିବା ସାଇବର କହିଥିଲେ। ଏ ନେଇ ତାଙ୍କ ସହ କଥାବାର୍ତ୍ତା କରାଯାଉଥିବା ସାଇବର ଗଣମାଧ୍ୟମକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.