Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଆର୍କଟିକ ଇଲାକା ଉପରେ ଆମେରିକା ଓ ରୁଷର ନଜର, ନରଓ୍ବେ ୧୮ ବର୍ଷ ପରେ ଖୋଲୁଛି ପରମାଣୁ ସବମରିନ୍ ବେସ୍

13/10/2020 at 11:45 AM

ରୁଷ ୧୩/୧୦: ରୁଷ ଓ ଆମେରିକାର ନଜର ଏବେ ବିଶ୍ବର ସବୁଠୁ ଥଣ୍ଡା ସ୍ଥାନ ଆର୍କଟିକ ଇଲାକା ଉପରେ। ଏବେ ଏ ଦୁଇ ମହାନ ଶକ୍ତିଶାଳୀ ଦେଶଙ୍କର ଏହା ବିବାଦର କେନ୍ଦ୍ର ହେବାରେ ଲାଗିଛି। ଆମେରିକା ଓ ନରଓ୍ବେର ପଦକ୍ଷେପ ଯୋଗୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସତର୍କ ହୋଇଯାଇଛନ୍ତି। ନରଓ୍ବେ ଆର୍କଟିକ ଇଲାକାରେ ଶୀତଳ ଯୁଦ୍ଧ ସମୟର ପରମାଣୁ ସବମରିନ ବେସକୁ ପୁଣି ଥରେ ଆରମ୍ଭ କରି ଦିଆଯାଇଛି। ଆମେରିକା ତରଫରୁ ନରଓ୍ବେ ଉପରେ ଚାପ ଥିଲା ଯେ ଆର୍କଟିକ୍ ଇଲାକାରେ ରୁଷ ଚାଲେଞ୍ଜରୁ ମୁକୁଳିବା ପାଇଁ ଏହି ସ୍ଥାନକୁ ଖୋଲାଯାଉ।

ନରଓ୍ବେର ଏହି ପରମାଣୁ ସ୍ଥାନରେ ଆମେରିକାର ୩ଟି ସିବୁଲ୍ଫ ସବମରିନ ମୁତୟନ ହେବେ। ଆମେରିକା ଓ ରୁଷର ନଜର ଆର୍କଟିକ ଇଲାକା ଉପରେ ଅଛି। ଆମେରିକା ଓ ରୁଷ ମଧ୍ୟରେ ବିବାଦ ବଢ଼ୁଥିବା ଯୋଗୁ ନରଓ୍ବେ ସରକାର ଘୋଷଣା କରିଛନ୍ତି ସେ ଦେଶର ଉତ୍ତର ଇଲାକାରେ ଥିବା ପରମାଣୁ ବେସ ଓଲାବସବେର୍ନକୁ ଖୋଲିବାକୁ ଯାଉଛନ୍ତି। ଏହି ସ୍ଥାନ ୧୮ ବର୍ଷ ହେବ ବନ୍ଦ ରହିଥିଲା। ଏହି ସ୍ଥାନରେ ୯ ହଜାର ୮୦୦ ଫୁଟ୍ ଓ୍ବାଟର ଡକ୍ ଅଛି ଯେଉଁଠି ପରମାଣୁ ସବମରିନର ମରାମତି ଓ ରି-ଫିଟ୍ କରାଯାଇପାରିବ। ଏହାକୁ ଖୋଲିବା ଦ୍ବାରା ଆମେରିକାର ପନଡୁବ୍ବିୟାକୁ ଅପରେଟ୍ କରିବା ସହଜ ହୋଇଯିବ।

ନରଓ୍ବେର ନାସନାଲ ବ୍ରଡକାଷ୍ଟର ଏନପିକେ କହିଛନ୍ତି ଏହି ପରମାଣୁ ସ୍ଥାନକୁ ଏମିତି ଏକ ସମୟରେ ଖୋଲା ଯାଉଛି ଯେତେବେଳେ ଏହି କ୍ଷେତ୍ରରେ ରୁଷ କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢ଼ିଛି। ନରଓ୍ବେର ଏହି ସ୍ଥାନ ରୁଷ ସୀମାରୁ ମାତ୍ର ୨୨୦ କିଲୋମିଟର ଦୂରରେ ଅଛି। ଏହି ପ୍ରକାରେ ଏହା ପଶ୍ଚିମ ଦେଶକୁ ରୁଷକୁ ଘେରିବା ବା ମସ୍କୋକୁ କୌଣସି ଆକ୍ରମଣାତ୍ମକ କାର୍ଯ୍ୟର କଡ଼ା ଜବାବ ଦେବାର ଉପଯୁକ୍ତ ସ୍ଥାନ।

ନରଓ୍ବେର ଏହି ପରମାଣୁ ସ୍ଥାନକୁ ଆହୁରି ଉନ୍ନତ କରାଯିବ। ବ୍ରିଟିଶ ନୌସେନା ଅଧିକାରୀ ଏଡମିରଲ ଟୋନି ରଡକିନ୍ ଚେତାବନୀ ଦେଇଛନ୍ତି ଯେ ଚୀନ ଓ ରୁଷ ଖୁବ ଶୀଘ୍ର ଆର୍କଟିକ ସମୁଦ୍ରକୁ ନଷ୍ଟ କରିପାରନ୍ତି। ସେ କହିଛନ୍ତି ଜଳବାୟୁ ପରିବର୍ତନ ଯୋଗୁ ସବୁବେଳେ ବନ୍ଦ ଥିବା ରାସ୍ତା ତରଳୁଛି। ଯଦ୍ଦ୍ବାରା ନୌସେନାଙ୍କ ରାସ୍ତା ଫିଟୁଛି। ଏହି ରାସ୍ତା ଖୋଲିବା ପରେ ଏବେ ଚୀନ ଓ ରୁଷ ଜାହାଜ ବ୍ରିଟେନ ପର୍ଯ୍ୟନ୍ତ ସହଜରେ ଆସିପାରିବେ।

   Related Posts