ଘନଉଛି ବିବାଦ: ହ୍ୟୁଷ୍ଟନ ଆକ୍ସନରେ ଚିହିଁକି ଉଠିଲା ଚୀନ, ଚେଙ୍ଗଦୁରେ ବନ୍ଦ କଲା ଆମେରିକୀୟ ଦୂତାବାସ

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪।୦୭: ଆମେରିକା ଓ ଚୀନ ମଧ୍ୟରେ ବିବାଦ ଆହୁରି ଘନେଇବାରେ ଲାଗିଛି। ଆମେରିକା ଦ୍ଵାରା ହ୍ୟୁଷ୍ଟନ ସ୍ଥିତ ନିଜର ବାଣିଜ୍ୟିକ ଦୂତାବାସ ବନ୍ଦ କରାଯିବାକୁ ନେଇ କ୍ଷୁବ୍ଧ ଚୀନ ଚେଙ୍ଗଦୁ ସ୍ଥିତ ଆମେରିକାର ବାଣିଜ୍ୟିକ ଦୂତାବାସ ବନ୍ଦ କରିବାକୁ ଆଦେଶ ଜାରି କରିଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଆଦେଶ ଜାରି କରି ଏହାର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଚେଙ୍ଗଦୁ ସ୍ଥିତ ଆମେରିକାର ବାଣିଜ୍ୟିକ ଦୂତାବାସ ଚୀନରେ ଅନେକ ପ୍ରାନ୍ତରେ କାର୍ଯ୍ୟ କରିଥାଏ। ବେଜିଂ ପୂର୍ବରୁ ହିଁ ହ୍ୟୁଷ୍ଟନରେ ଚୀନର ବାଣିଜ୍ୟିକ ଦୂତାବାସକୁ ବଳପୂର୍ବକ ବନ୍ଦ କରାଯିବା ବଦଳରେ ଆମେରିକା ବାଣିଜ୍ୟିକ ଦୂତାବାସ ବନ୍ଦ କରିବାକୁ ପ୍ରସ୍ତୁତି କରୁଥିଲା। ଚୀନ କହିଛି ଯେ, ଆମେରିକାର ଏକ ପାଖିଆ ନିଷ୍ପତ୍ତିରେ ଜବାବରେ ଚେଙ୍ଗଦୁ ସ୍ଥିତ ଆମେରିକାର ବାଣିଜ୍ୟିକ ଦୂତାବାସକୁ ବନ୍ଦ କରାଯାଇଛି।

ବେଜିଂ ଆମେରିକା-ଚୀନ ସଂପର୍କରେ ସୃଷ୍ଟି ଉତ୍ତେଜନା ପାଇଁ ଓ୍ଵାଶିଂଟନକୁ ଦାୟୀ ଦେଇ ହ୍ୟୁଷ୍ଟନରେ ଚୀନ ବାଣିଜ୍ୟିକ ଦୂତାବାସକୁ ତୁରନ୍ତ ବନ୍ଦ କରିବା ଆଦେଶକୁ ଫେରାଇ ନେବାକୁ ଦାବି କରିଛି। ଗତ ବୁଧବାର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ କହିଥିଲେ,  ହ୍ୟୁଷ୍ଟନ ସ୍ଥିତ ଚୀନର ବାଣିଜ୍ୟିକ ଦୂତାବାସ ଗୁଇନ୍ଦାଗିରିର ଗଢରେ ପରିଣତ ହୋଇ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.