ପାକ୍‌କୁ ପୁଣି ଏକ ଝଟ୍‌କା ; ପାକିସ୍ତାନୀ ନାଗରିକଙ୍କ ଭିସା ଅବଧି କମାଇଲା ଆମେରିକା

Published By : Prameya-News7 Bureau | March 06, 2019 IST

ଇସଲାମାବାଦ ୬|୩ : ଆମେରିକା ପାକିସ୍ତାକୁ ଆଉ ଏକ ବଡ ଝଟକା ଦେଇଛି । ଆମେରିକା ପାକିସ୍ତାନ ନାଗରିକମାନଙ୍କ ପାଇଁ ଭିସା ନୀତିରେ ବଡ ପରିବର୍ତ୍ତନ କରିଛି । ଆମେରିକା ଦୂତାବାସ ତରଫରୁ ଦିଆଯାଇଥିବା ସୂଚନାରେ ଏ ନେଇ ସ୍ପଷ୍ଟ କରାଯାଇଛି । ଆମେରିକା ତରଫରୁ ଭିନ୍ନ ଭିନ୍ନ ଶ୍ରେଣୀ ପାଇଁ ପାକିସ୍ତାନୀମାନଙ୍କ ପାଇଁ ଭିସା ନୀତିରେ ପରିବର୍ତ୍ତନ କରାଯାଇଛି । ଏହି ନୀତିରେ ସବୁଠୁ ବଡ କଥା ହେଲା ପାକିସ୍ତାନ ସାମ୍ବାଦିକଙ୍କ ଭିସା ଅବଧିକୁ ହ୍ରାସ କରାଯାଇ ତିନି ମାସ କରିଦିଆଯାଇଛି ।

{"id":91030}

ଗତ କିଛି ଦିନ ହେବ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ ପରେ ପରେ ପାକିସ୍ତାନକୁ ବହୁ ଦେଶରୁ ନିନ୍ଦା ଶୁଣିବାକୁ ମିଳିଛି। ଭାରତ-ପାକ୍‌ ମଧ୍ୟରେ ଉପୁଜିଥିବା ବିବାଦକୁ ନେଇ ଅନେକ ଦେଶ ଭାରତକୁ ସମର୍ଥନ କରୁଛନ୍ତି । ଏଭଳି ପରିସ୍ଥିତିରେ ଆମେରିକା ପକ୍ଷରୁ ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି। ଆମେରିକାକୁ ଯିବା ପାଇଁ ପାକିସ୍ତାନୀମାନଙ୍କ ଭିସା ଅବଧିକୁ କମାଇ ଦେଇଛନ୍ତି ଆମେରିକା ସରକାର। ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ପାକିସ୍ତାନୀଙ୍କ ଭିସା ଅବଧିକୁ ୫ ବର୍ଷ ପରିବର୍ତ୍ତେ ୩ ମାସକୁ ହ୍ରାସ କରି ଦେଇଥିବା ସୂଚନା ମିଳିଛି।

{"id":91031,"width":580,"height":435}

କେବଳ ଏତିକି ନୁହେଁ ଭିସାର ଅବଧି କମାଇବା ସହ ଭିସା ପାଇଁ ଦିଆଯାଉଥିବା ଅର୍ଥରେ ମଧ୍ୟ ବୃଦ୍ଧି କରାଯାଇଛି । ନୂଆ ନିୟମ ଅନୁଯାୟୀ, ୱାର୍କ ଭିସା, ଜର୍ଣ୍ଣାଲିଷ୍ଟ ଭିସା, ଟ୍ରାନ୍ସଫର ଭିସା, ଧାର୍ମିକ ଭିସା ପାଇଁ ଫି ବୃଦ୍ଧି କରାଯାଇଛି । ପୂର୍ବରୁ ଭିସା ଫିସ୍ ୧୬୦ ଆମେରିକୀୟ ଡଲାର ଥିବାବେଳେ ବର୍ତ୍ତମାନ ୧୯୨ ଡଲାର ହୋଇଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.