Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏକାଠି ହେବା ଭାରତକୁ ସଂକଟରୁ ଉଦ୍ଧାର କରିବା : କମଳା ହାରିସ

8/05/2021 at 7:07 AM

ନୂଆଦିଲ୍ଲୀ ୮/୫ : ଭାରତରେ କରୋନା ପାଇଁ ହାହାକାର । ଗମ୍ଭୀର ସ୍ଥିତିରେ ରହିଛି ଏଠାକାର ସ୍ଥିତି । ଭାରତର ଏହି ସଂକଟ ସମୟରେ ସହଯୋଗର ହାତ ବଢାଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ପୂର୍ବରୁ ଟିକା ଉତ୍ପାଦନ ପାଇଁ ଆବଶ୍ୟାକୀୟ କଞ୍ଚାମାଲ ସବୁ ପଠାଯାଉଥିବାବେଳେ ଏବେ ଆମେରିକା ଅଧିକ ସହାୟତା ପ୍ରଦାନ କରିବ । ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ ଏହା କହିଛନ୍ତି । ଦୈନିକ ସଂକ୍ରମିତ ହାର ସହ ମୃତ୍ୟୁ ହାର ବି ତାଳ ଦେଇ ବଢିବାରେ ଲଗାଛି । ଏସବୁକୁ ଦୃଷ୍ଟିରେ ରଖି ଭାରତର ସୁଚିନ୍ତା କରିବା ଆମେରିକାର ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି କମଳା ହାରିସ ।

ଜୋ ବାଇଡେନ୍‌ଙ୍କ ନେତୃତ୍ୱରେ ଆମେରିକା ପ୍ରଶାସନ ଭାରତକୁ ସହାୟତା ପ୍ରଦାନ କରିବା ଲାଗି କାମ କରୁଛି । କରୋନାର ପ୍ରାରମ୍ଭିକ ସମୟରେ ଆମେରିକା ଯେତେବେଳେ ସଂକଟ ସ୍ଥିତି ଦେଇ ଗତି କରୁଥିଲା, ଭାରତରୁ ଶଯ୍ୟା ଓ ଅନ୍ୟ ମେଡିକାଲ ସାମଗ୍ରୀ ଆସିଥିଲା । ଆଜି ଭାରତ ଯେତେବେଳେ ଅସୁବିଧାରେ ପଡ଼ିଛି, ଆମେ ଉପଯୁକ୍ତ ସାହାଯ୍ୟ କରିବା ଦରକାର ଅଛି ।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ କମଳା ହ୍ୟାରିସ କହିଛନ୍ତି ଯେ, ଭାରତର ବନ୍ଧୁ ରାଷ୍ଟ୍ର ଭାବେ ତଥା ଏସିଆନ କ୍ୱାଡର ସଦସ୍ୟ ଭାବେ ଆମକୁ ସହଯୋଗର ହାତ ବଢ଼ାଇବାର ଅଛି । ମୋର ବିଶ୍ୱାସ ଯେ, ଯଦି ଆମେ ସହଯୋଗର ହାତ ବଢ଼ାଇ ଚାଲିବା ତଥା ମିଳିମିଶି କାମ କରିବା ଆମେ ସଂକଟ ସମୟ ଟାଳି ପାରିବା । ଆମେରିକାରୁ ୨୦ ହଜାର ରେମଡେସିଭିର, ୧୫୦୦ ଅକ୍ସିଜେନ ସିଲିଣ୍ଡର ଏବଂ ୧୦ ଲକ୍ଷ ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ କିଟ ଭାରତକୁ ମିଳିସାରିଛି ।

   Related Posts