୨୦ ବର୍ଷ ପରେ ଆଫଗାନ୍ ବାୟୁସେନା ଘାଟି ଛାଡିଲେ ଆମେରିକୀୟ ସେନା

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୦୨/୦୭ : ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପ୍ରାୟ ଶେଷ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ଆମେରିକା ସୈନ୍ୟମାନେ ବଗରାମ ଏୟାରବେସ୍ ଛାଡିଛନ୍ତି । ତାଲିବାନକୁ ପରାସ୍ତ କରିବା ପରେ ଏବଂ ଆମେରିକା ଉପରେ ୯/୧୧ ଆତଙ୍କବାଦୀ ଆକ୍ରମଣ ପାଇଁ ଅଲ-କାଏଦା ଷଡଯନ୍ତ୍ରକାରୀଙ୍କୁ ଧରିବା ପାଇଁ ଯୁଦ୍ଧ ହୋଇଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା ଅନୁସାରେ ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ସମସ୍ତ ଆମେରିକୀୟ ପୁରା ସେନାଙ୍କ ପ୍ରତ୍ୟାହାର ହୋଇଯିବ ବୋଲି କୁହାଯାଇଛି । ପ୍ରାୟ ୪୦ ବର୍ଷ ପରେ ବଗରାମ ଏୟାର ଫିଲ୍ଡ ଛାଡୁଛି ଆମେରିକା । ତେବେ ଏହି ଦିନ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୁରିଯିବ । ସେହି ସ୍ଥାନରୁ ଧୀରେ ଧୀରେ ସେନା ପ୍ରତ୍ୟାହାର ଆରମ୍ଭ ହେଉଥିବା ଖବର ଆସୁଛି ।

ଆଫଗାନିସ୍ତାନରେ ଏବେ ୨୫୦୦ରୁ ଅଧିକ ଆମେରିକା ସେନା ୭ ହଜାର ନାଟୋ ସେନା ମୁତୟନ ଅଛନ୍ତି । ଏହା ପୂର୍ବରୁ ଆଫଗାନିସ୍ତାନର ବରିଷ୍ଠ ଅଧିକାରୀ କହିଥିଲେ ଆମେରିକା ସେନା ଫେରିଯିବା ପରେ ଏଠାରେ ଗୃହଯୁଦ୍ଧ ହେବାର ଆଶଙ୍କା ରହିଛି ।  ଏଥିପାଇଁ ଆମେରିକା କର୍ମଚାରୀମାନେ କହିଛନ୍ତି କି ଏୟାର ବେସ୍ (ଏୟାର ଫିଲ୍ଡ)କୁ ଆଫାନିସ୍ତାନର ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷାବାହୀନିକୁ ସମ୍ପୂର୍ଣ ଭାବେ ହସ୍ତାନ୍ତର କରାଯାଇଛି । ତେବେ ଆମେରିକାର ନାଟୋ ସୈନିକମାନେ ଶେଷଥର ପାଇଁ କାବୁଲର ୫୦ କିଲୋମିଟର ଦୂରରେ ଥିବା ଏୟାରବେସ୍ ଛାଡିଥିବାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.