ଚୀନକୁ ବ୍ୟାନ୍ କରିବାକୁ ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ପ୍ରସ୍ତାବ : ଆଣିଲେ ଅଭିଯୋଗ, ୨୦ ବର୍ଷରେ ଚୀନ୍ ସାରା ବିଶ୍ୱକୁ ଦେଇଛି ୪ଟି ଭୟଙ୍କର ଭାଇରସ୍

Published By : Prameya-News7 Bureau | May 13, 2020 IST

ୱାସିଂଟନ ୧୩/୦୫ : କରୋନା ଭାଇରସ ପ୍ରସଙ୍ଗରେ ଆମେରିକା ଲଗାତାର ଚୀନକୁ ଟାର୍ଗେଟ କରୁଛି | ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋଙ୍କ ପରେ ବର୍ତ୍ତମାନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରୋବୋର୍ଟ ଓବ୍ରାୟନ କହିଛନ୍ତି ଯେ, ଗତ ୨୦ ବର୍ଷ ଭିତରେ ଚୀନ ଦୁନିଆକୁ ୫ଟି ବଡ ବଡ ସମସ୍ୟାରେ ପକାଇଛି | ଚୀନ ପୁରା ଦୁନିଆ ପାଇଁ ସଙ୍କଟ ସୃଷ୍ଟି କରିଛି | ଏହି ସଙ୍କଟ ମଧ୍ୟରେ ୪ଟି ଭାଇରସ ଯଥା ସାର୍ସ, ଏବିୟନ ଫ୍ଲୁ, ସ୍ୱାଇନ ଫ୍ଲୁ ଏବଂ କରୋନା ଭାଇରସ ରହିଛି | ଏହି ୪ଟି ଭାଇରସ ଚୀନରୁ ଆରମ୍ଭ ହୋଇ ସାରା ଦୁନିଆକୁ ବ୍ୟାପିଛି | ଏହି ସମସ୍ୟାକୁ ବର୍ତ୍ତମାନ ରୋକାଯିବ ଉଚିତ | ଆମେରିକୀୟ ସିନେଟରେ ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ରଖାଯାଇଛି | ରିପବ୍ଲିକ ପାର୍ଟିର ସାଂସଦ ମଙ୍ଗଳବାର ଦିନ ଏହି ନିୟମ ପ୍ରଣୟନ କରିବାକୁ ପ୍ରସ୍ତାବ ରଖିଥିଲେ |

ରୋବୋର୍ଟ ଓବ୍ରାୟନ କହିଛନ୍ତି ଯେ, କରୋନା ଭାଇରସ ଚୀନର ବୁହାନ ସହରରୁ ସାରା ବିଶ୍ୱକୁ ବ୍ୟାପିଥିବାଥିବା ସମସ୍ତେ ଜାଣିଛନ୍ତି ଏବଂ ଏହାର କିଛି ପ୍ରମାଣ ମଧ୍ୟ ରହିଛି | ଭାଇରସ ଲ୍ୟାବରୁ ବାହାରିଥାଉ କିମ୍ବା ଆମିଷ ବଜାରରୁ କିନ୍ତୁ ଏଥିରେ ବାରମ୍ବାର ଚୀନର ନାଁ ଆସିବା ଭଲ ଖବର ନୁହେଁ | ସାରା ଦୁନିଆ ଏଥିପାଇଁ ଚୀନକୁ ନିନ୍ଦା କରୁଛି | ବର୍ତମାନ ସାରା ଦୁନିଆ ଚୀନକୁ କହିବ ଯେ ବାରମ୍ବାର ଏହିଭଳି ସଙ୍କଟ ପରିସ୍ଥିତିର ମୁକାବିଲା କରିବା ସମ୍ଭବ ନୁହେଁ | ସେ ଚୀନକୁ ଆକ୍ଷେପ କରି କହିଛନ୍ତି ଯେ, ଚୀନ ଚାହିଁଥିଲେ ଭାଇରସକୁ ବ୍ୟାପିବାରେ ରୋକି ପାରିଥାନ୍ତା କିନ୍ତୁ ସେମିତି କରିନଥିଲା | ଚୀନକୁ ସ୍ୱାସ୍ଥ୍ୟ ଅଧିକାରୀ ପଠାଇବା ପାଇଁ ମଧ୍ୟ ଆମେରିକା ପ୍ରସ୍ତାବ ଦେଇଥିଲା କିନ୍ତୁ ଚୀନ ଏହି ପ୍ରସ୍ତାବରେ ରାଜି ହୋଇନଥିଲା | 

{"id":269235,"width":570,"height":319,"sizeSlug":"large"}

ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ଆମେରିକା ସିନେଟରେ ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ରଖାଯାଇଛି | ରିପବ୍ଲିକ ପାର୍ଟିର ସାଂସଦ ଏହିଭଳି ପ୍ରସ୍ତାବ ଦେଇଛନ୍ତି | ଏହି ପ୍ରସ୍ତାବ ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଟ୍ରମ୍ପଙ୍କୁ ସାହସ ଦେବ | ସାଂସଦ ଜିମ ଇନହୋଫ ଏକ ବୟାନରେ କହିଛନ୍ତି ଯେ, ଚୀନର କମ୍ୟୁନିଷ୍ଟ ସରକାରଙ୍କୁ ଏହି ବିଶ୍ଵବ୍ୟାପୀ ମହାମାରୀ ପାଇଁ ଦାୟୀ କରିବା ଉଚିତ | କାରଣ ଏହି ମାରାତ୍ମକ ଭାଇରସକୁ ସାରା ବିଶ୍ୱରେ ବିସ୍ତାର କରିବାରେ ଚୀନର ଭୂମିକା ଗୁରୁତ୍ୱପୂର୍ଣ୍ଣ | ସଂକ୍ରମଣକୁ ନେଇ ଚୀନ ଵିଶ୍ଵାସଘାତ କରିଛି ଯେଉଁଥିପାଇଁ ଆଜି ସାରା ବିଶ୍ୱ ଏହି ସଙ୍କଟ ପରିସ୍ଥିତିର ସାମ୍ନା କରୁଛି | ଅନେକ ଜନଜୀବନ ନଷ୍ଟ ହୋଇଛି, ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ସେ କହିଛନ୍ତି |

ଏହି ପ୍ରସ୍ତାବିତ ଆଇନର ନାଁ ରଖାଯାଇଛି 'କୋଭିଡ-୧୯ ଆକାଉଣ୍ଟିବିଲିଟି ବିଲ' | ପ୍ରସ୍ତାବିତ ଆଇନ ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ୬୦ ଦିନ ଭିତରେ ସୂଚନା ଦେବାକୁ ହେବ ଯେ ଚୀନ ସଂକ୍ରମଣ ବିଷୟରେ ସମସ୍ତ ସୂଚନା ଜାରି କରିଛି ଏବଂ ଏହା ସମ୍ପର୍କରେ ସଂଯୁକ୍ତ ରାଷ୍ଟ୍ର କିମ୍ବା ତା'ସହ ଜଡିତ ସଂଗଠନ ନିଜର ଯାଞ୍ଚ ଆରମ୍ଭ କରିପାରିବେ | ଆଇନ ଅନୁଯାୟୀ, ଚୀନକୁ ଟ୍ରମ୍ପଙ୍କୁ କହିବାକୁ ପଡିବ ଯେ ସେ ତାର ସବୁଠାରୁ ବଡ ଆମିଷ ବଜାର ବନ୍ଦ କରିଦେଇଛି ଏବଂ କୋଭିଡ-୧୯ ସଂକ୍ରମଣ ଭିତରେ ଗିରଫ ହୋଇଥିବା ହଂକଂ ଗଣତନ୍ତ୍ର ସମର୍ଥକ ପ୍ରଦର୍ଶନକାରୀଙ୍କୁ ମୁକ୍ତ କରିଦେଇଛି |

ଚୀନର ଜିଲିନ ସହରର ଉପ-ମେୟର ଗଇ ଡଙ୍ଗପିଙ୍ଗ ଚେତାବନୀ ଦେଇଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ଆହୁରି ବଢିବାର ସମ୍ଭାବନା ରହିଛି | ଏକ ରିପୋର୍ଟ ଅନୁଯାୟୀ, ଦଙ୍ଗାପିଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ଜିଲିନ ସହରରେ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ | ଜିଲିନ ସହର ଏବଂ ଅନ୍ୟ ସହର ଆଉଟ ଗୋଇଙ୍ଗ ଟ୍ରେନ ସେବା ରଦ୍ଧ କରିଛି | ବୁଧବାର ଦିନ କରୋନାର ୬ଟି ନୂଆ ମାମଲା ସାମ୍ନାକୁ ଆସିଛି | ଜିଲିନ ନିକଟବର୍ତ୍ତୀ ସୁଲାନରେ ୧୧ଟି ନୂଆ ମାମଲା ସାମ୍ନାକୁ ଆସିଛି | ଏହି ସମସ୍ତ ମାମଲା ଲଣ୍ଡ୍ରିରେ କାମ କରୁଥିବା ଜଣେ ମହିଳାଙ୍କ ସହ ଜଡିତ | ସୁଲାନରେ ଜିଲିନ ଠାରୁ ମଧ୍ୟ କଡା ଲକ ଡାଉନ ଜାରି କରାଯାଇଛି |      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.