Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ଚିନ୍ତିତ ଥିଲେ ଏହି ମହିଳା ଡାକ୍ତର, ଶେଷରେ କରିଦେଲେ ଆତ୍ମହତ୍ୟା

28/04/2020 at 5:06 PM

ଓ୍ବାଶିଂଟନ୍ ୨୮।୪: ଆମେରିକାର ନ୍ୟୁୟର୍କରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ବରିଷ୍ଠ ଡାକ୍ତର ଆତ୍ମହତ୍ୟା କରିଛନ୍ତି । ୪୯ ବର୍ଷ ବୟସ୍କା ଲୋରନା ବ୍ରିନ୍ ନ୍ୟୁୟର୍କର ଆଲେନ୍ ହସ୍ପିଟାଲର ଜରୁରୀକାଳୀନ ବିଭାଗର ଡାକ୍ତରୀ ନିର୍ଦ୍ଦେଶକ ଥିଲେ । ସେ କରୋନା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହେତୁ ଦୁଃଖିତ ଓ ଚିନ୍ତିତ ଥିଲେ । ସେ ମଧ୍ୟ ଏହି ଚିନ୍ତା ବିଷୟରେ ତାଙ୍କ ପରିବାରଲୋକଙ୍କୁ ଜଣାଇଥିଲେ ।

ପୋଲିସ କହିଛି ଯେ ଆତ୍ମହତ୍ୟା ପରେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ଲୋରନାଙ୍କ ବାପା ଫିଲିପ ବ୍ରିନ୍ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ, ସେ ତାଙ୍କ କାମ କରିବାକୁ ସବୁବେଳେ ଚେଷ୍ଟା କରିଥିଲେ । କାମ ହିଁ ତାଙ୍କ ଜୀବନ ନେଇଗଲା । ସେ କହିଛନ୍ତି ଝିଅର କୌଣସି ପୂର୍ବ ମାନସିକ ସମସ୍ୟା ନଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋରନା କାମ ସମୟରେ ନିଜେ କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ । କିନ୍ତୁ ଘରେ ପ୍ରାୟ ୧୦ ଦିନ ରହିବା ପରେ ସେ କାମକୁ ଫେରିଥିଲେ । କିନ୍ତୁ ଡାକ୍ତରଖାନା ତାଙ୍କୁ ପୁଣି ଘରକୁ ପଠାଇ ଦେଇଥିଲା । ଶେଷ ଥର କଥା ହେଲା ବେଳେ ସେ କହିଥିଲେ ସେ ଖୁବ୍ ଚିନ୍ତିତ ହୋଇପଡିଛନ୍ତି । କିଭଳି କରୋନା ରୋଗୀ ଆମ୍ବୁଲାନ୍ସରୁ ବାହାରିବା ଆଗରୁ ହିଁ ପ୍ରାଣ ହରାଉଛନ୍ତି ବୋଲି ସେ କହିଥିଲେ ।

ଆମେରିକାରେ କରୋନାରେ ପ୍ରାୟ ୫୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେଥିମଧ୍ୟରୁ ୧୭,୫୦୦ରୁ ଅଧିକ ଲୋକଙ୍କର କେବଳ ନ୍ୟୁୟର୍କରେ ମୃତ୍ୟୁ ଘଟିଛି । ନ୍ୟୁୟର୍କର ଆଲେନ୍ ହସ୍ପିଟାଲରେ ଲୋରନା କାମ କରୁଥିଲେ । ଏହି ଡାକ୍ତରଖାନାରେ ୧୦ ହଜାର କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

ରିପୋର୍ଟ ଅନୁଯାୟୀ, ଲୋରନା ଜଣେ ଉତ୍ସର୍ଗୀକୃତ ଖ୍ରୀଷ୍ଟିଆନ ଥିଲେ । ସେ ତାଙ୍କ ପରିବାରର ଅତି ନିକଟତର ଥିଲେ । ସେ ସାଲସା ନୃତ୍ୟ ଏବଂ ସ୍କାଇଂକୁ ଭଲ ପାଉଥିଲେ । ସେ ସପ୍ତାହରେ ଥରେ ବୃଦ୍ଧାଶ୍ରମରେ କାମ କରିବାକୁ ଯାଉଥିଲେ ।

   Related Posts