Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଟ୍ରମ୍ପ ପ୍ରଶାସନର ନିର୍ଦେଶ- ଅନଲାଇନ୍ କ୍ଲାସ୍ କରୁଥିବା ବିଦେଶୀ ଶିକ୍ଷାର୍ଥୀଙ୍କୁ ଛାଡିବାକୁ ହେବ ଆମେରିକା, ଚିନ୍ତାରେ ୨ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ

7/07/2020 at 3:26 PM

ୱାସିଂଟନ ୦୭/୦୭ : ଟ୍ରମ୍ପ ପ୍ରଶାସନ ଆମେରିକାରେ ରାଉଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି | ଯେଉଁସବୁ ସ୍କୁଲ ଓ କଲେଜରେ ଅନଲାଇନ କ୍ଲାସ ହେଉଛି ସେହି ବିଦେଶୀ ଛାତ୍ରଙ୍କୁ ଆମେରିକା ଛାଡିବାକୁ ହେବ ଏବଂ ଅନ୍ୟ ସ୍ଥାନକୁ ଯିବାକୁ ପଡିବ ବୋଲି ଟ୍ରମ୍ପ ପ୍ରଶାସନ କହିଛି | ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ପ୍ରଭାବ ପାଖାପାଖି ୧୦ ଲକ୍ଷ ବିଦେଶୀ ଛାତ୍ରଙ୍କ ଉପରେ ପଡିବ | ଏମାନଙ୍କ ମଧ୍ୟରୁ ୨ ଲକ୍ଷରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି |

ଆମେରିକା ଆବ୍ରଜନ ଏବଂ ସୀମା ଶୁଳ୍କ ପ୍ରବର୍ତ୍ତନ ଦ୍ୱାରା ଜାରି କରାଯାଇଥିବା ଏହି ଗାଇଡଲାଇନ ୟୁନିଭର୍ସିଟି ଭିତରେ ପରିସର ଖୋଲିବା ନେଇ ଅତିରିକ୍ତ ଚାପ ପକାଇଛି | ଆମେରିକାରେ ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ କରୋନା ସଂକ୍ରମଣ ମାମଲା ଅଧିକ ସାମ୍ନାକୁ ଆସିଥିବା ସମୟରେ ଏହିଭଳି ଗାଇଡଲାଇନ ଜାରି କରାଯାଇଛି | ନୂଆ ଗାଇଡଲାଇନ ସମ୍ପର୍କରେ କଲେଜକୁ ମଧ୍ୟ ସୂଚନା ଦିଆଯାଇଛି | ହାବାର୍ଡ ୟୁନିଭର୍ସିଟି ସମେତ ଅନେକ ଶିକ୍ଷଣିକ ସଂସ୍ଥା ଅନଲାଇନ କ୍ଲାସ ଆୟୋଜନ କରିବାକୁ ଘୋଷଣା କରିଛି |

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସ୍କୁଲ ଓ କଲେଜଗୁଡିକୁ ଶୀଘ୍ର ପରିସର ମଧ୍ୟରେ କ୍ଲାସ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି | ଏହାର ତୁରନ୍ତ ପରେ ନୂଆ ଗାଇଡଲାଇନ ଜାରି କରାଯାଇଥିଲା | ଟ୍ରମ୍ପ ଟ୍ୱିଟରରେ କହିଥିଲେ ଯେ ଶରତ ଋତୁରେ ସ୍କୁଲ କଲେଜ ଖୋଜିଯିବା ଉଚିତ | ଡେମୋକ୍ରାଟିକ୍ ପାର୍ଟି ସ୍ୱାସ୍ଥ୍ୟ କାରଣରୁ ନୁହେଁ ବରଂ ରାଜନୈତିକ କାରଣରୁ ସ୍କୁଲ ବନ୍ଦ ରଖିବାକୁ ଚାହୁଁଚି ବୋଲି ସେ ଆରୋପ ଲଗାଇଥିଲେ | ନଭେମ୍ବର ମାସରେ ସଂକ୍ରମଣରୁ ଆଶ୍ବସ୍ତି ମିଳିବ ସେମାନେ ଭାବୁଛନ୍ତି ଏବଂ ଭୁଲ ଲୋକଙ୍କୁ ସବୁ ବୁଝାପଡ଼େ ବୋଲି ଟ୍ରମ୍ପ କହିଥିଲେ |

ନିୟମ ଅନୁଯାୟୀ, ବିଦେଶୀ ଛାତ୍ରଛାତ୍ରୀଙ୍କୁ କିଛି କ୍ଲାସ ପରିସରରେ କରିବାକୁ ହେବ | ସେହି ସ୍କୁଲ କିମ୍ବା ପାଠ୍ୟକ୍ରମ ପାଇଁ ନୂଆ ଭିସା ଜାରି କରାଯିବ ନାହିଁ ଯେଉଁଠାରେ ସବୁ ଅନଲାଇନ କ୍ଲାସ ହେଉଛି | ଯେଉଁ କଲେଜ ଉଭୟ ପରିସର ଏବଂ ଅନଲାଇନରେ କ୍ଲାସ ଆୟୋଜନ କରୁଛି  ସେଠାରେ ବିଦେଶୀ ଛାତ୍ରଙ୍କୁ ଅନଲାଇନ କ୍ଲାସ ନେବାକୁ ଦିଆଯିବ ନାହିଁ | ଏହି ନିଷ୍ପତ୍ତି ପରେ କରୋନା ଭାଇରସ କାରଣରୁ ଆମେରିକାରେ ଫସି ରହିଥିବା ବିଦେଶୀ ଛାତ୍ରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି |

   Related Posts