ଇରାନ୍‌କୁ ଆମେରିକା ଦେଲା ଚେତାବନୀ

Published By : Prameya-News7 Bureau | January 13, 2020 IST

ତେହେରାନ୍‌ ୧୩।୦୧ - ଇରାନ୍‌ର ସେନା ଜେନେରାଲ୍‌ କାସିମ୍‌ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି । ଇରାକ୍‌ରେ ଥିବା ଆମେରିକାର ସୈନ୍ୟ ଆଡ୍ଡା ଉପରେ ଇରାନ୍‌ ପକ୍ଷରୁ ବାରମ୍ବାର କ୍ଷେପଣାସ୍ତ୍ର ମାଡ କରାଯାଉଛି । ଇରାନ୍‌ର କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ୧୭୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଇରାନ୍‌ରେ ପ୍ରଦର୍ଶନ କରାଯାଉଛି। ହଜାର ହଜାର ଛାତ୍ରଛାତ୍ରୀ ବି ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନେ ଇରାନ୍‌ର ଶାସନ ମୁଖ୍ୟ ଖେମେନ୍ନେଇଙ୍କର ଇସ୍ତଫା ଦାବି କରିଛନ୍ତି ।

{"id":210586,"width":575,"height":322,"sizeSlug":"large"}

ପ୍ରଦର୍ଶନକାରୀଙ୍କ ଉପରେ ସରକାରଙ୍କ ସମର୍ଥକ ଗୁଳି ମାଡ କରିଛନ୍ତି। ଏହାର ଭିଡିଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଇରାନ୍‌ ଏହି ପ୍ରଦର୍ଶନକାରୀମାନଙ୍କୁ ସାମୁହିକ ହତ୍ୟା ନକରୁ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।

ଟ୍ରମ୍ପ ଏ ବିଷୟରେ ଏକ ଟ୍ୱିଟ କରିଛନ୍ତି । ଇରାନ୍‌ ପରମାଣୁ ଅସ୍ତ୍ର ହାସିଲ କରିବାକୁ କରୁଥିବା ଚେଷ୍ଟାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।

{"id":210441,"sizeSlug":"large"}

ରବିବାରରେ ଇରାନ୍‌ ପୁଣିଥରେ ବାଗଦାଦରେ ଥିବା ଆମେରିକାର ବାୟୁସେନା ଶିବିର ଉପରେ ରକେଟ୍‌ ଆକ୍ରମଣ କରିଥିଲା । ଏଥିରେ ଇରାକ୍‌ ବାୟୁସେନାର ୨ ଅଧିକାରୀଙ୍କ ସହ ୨ ଜଣ ସୈନ୍ୟ ଆହତ ହୋଇଛନ୍ତି ।

{"id":210400,"sizeSlug":"large"}

ଏହା ପୂର୍ବରୁ ହୋଇଥିବା ଆକ୍ରମଣରେ ଇରାନ୍‌ ୮୦ ଜଣ ଆମେରିକା ସୈନ୍ୟଙ୍କର ମୃତ୍ୟୁ ହୋଇଥିବା କଥା ଦାବି କରିଛି । ମାତ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.