ନ୍ୟୁୟର୍କ - ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ଇରାନ ପକ୍ଷରୁ ରକେଟ ଆକ୍ରମଣ କରାଯାଇଛି । ଆମେରିକାର ଆକ୍ରମଣରେ ଇରାନ୍ର ସନ୍ୟ ମୁଖ୍ୟ କମାଣ୍ଡର ଜେନେରାଲ କାସିମ ସୁଲେମାନୀଙ୍କର ମୃତ୍ୟୁ ପରେ ଇରାନ୍ ଭୟଙ୍କର ଆକ୍ରମଣ କରିବ ବୋଲି ସୂଚନା ଦେଇଛି । ଇରାନରେ ଥିବା ଆମେରାକିର ବିଭିନ୍ନ ସୈନ୍ୟ ଶିବିର ଉପରେ ଇରାନ୍ ପକ୍ଷରୁ ରକେଟ୍ ମାଡ କରାଯାଇଛି । ବାଗଦାଦସ୍ଥିତ ଆମେରିକା ଦୂତାବାସ ମଧ୍ୟରେ ଇରାନ୍ର ରକେଟ୍ ବିସ୍ପୋରଣ ହୋଇଛି ।
ଏହା ପରେ ଏବେ ଚିନ୍ତାରେ ଆମେରିକା । ଇରାନ୍କୁ ଏହି ଆକ୍ରମଣ ପାଇଁ କଡାଜବାବ ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଆମେରିକା ବିକାଶ କରିଥିବା ନୂଆ ଅସ୍ତ୍ରଶସ୍ତ୍ର ଏବେ ଅପେକ୍ଷା କରି ରହିଛି । ଇରାନ୍ର ୫୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବେ ଆମେରିକାର କ୍ଷେପଣାସ୍ତ୍ର ଟାର୍ଗେଟରେ ରହିଛି । ଏଥିପାଇଁ ଇରାନ୍କୁ ପ୍ରସ୍ତୁତ ରହିବା ପାଇଁ ଟ୍ରମ୍ପ ଚେତାବନୀ ଦେଇଛନ୍ତି ।
ଆମେରିକା ସୈନ୍ୟ ଉପକରଣ ପାଇଁ ୨ ଟ୍ରିଲିୟନ ଟଙ୍କା ଖର୍ଚ୍ଚ କରିଛି । ଆଧୁନିକ ଅସ୍ତ୍ର ଶସ୍ତ୍ରରେ ଆମେରିକା ସବୁଠାରୁ ଭଲ ସବୁଠାରୁ ବଡ । ଇରାନ୍ ଯଦି ଆମେରିକା ଉପରେ ଆକ୍ରମଣ ପାଇଁ ଚେଷ୍ଟା କରେ ତେବେ ଇରାନ୍ ତାହାର ଫଳ ଭୋଗିବ ବୋଲି ଆମେରିକା କହିଛି । ଇରାନ୍ ପୁଣି ଆକ୍ରମଣ କଲେ ତାଙ୍କୁ ଏମିତି ଜବାବ ଦିଆଯିବ ସେମାନେ ଆଗରୁ କେବେ ଏହାକୁ ଅନୁଭବ କରି ନଥିବେ ।
ଆମେରିକାର ସୈନ୍ୟ ଶିବିର ଓ ଦୂତାବାସ ଉପରେ କରାଯାଇଥିବା ଆକ୍ରମଣ ପାଇଁ ଇରାନ୍ ନିଜକୁ ଦାୟୀ କରି ନାହିଁ । ମାତ୍ର ଇରାନ୍ର ସମର୍ଥନରେ ଏହି ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି ।