ଟିକଟକ୍ ରେ ସମସ୍ତଙ୍କୁ ବୋକା ବନାଉଛନ୍ତି ଏହି ଆମେରିକୀୟ ଟିନେଜର, ତଥାପି ଭାଇରାଲ ହେଉଛି ଭିଡିଓ

Published By : Prameya-News7 Bureau | November 28, 2019 IST

ଜନୈକା ଆମେରିକୀୟ ଟିନେଜରଙ୍କ ଭିଡିଓ ଏବେ ଟିକ୍ ଟକ୍ ରେ ଭାଇରାଲ ହେବାରେ ଲାଗିଛି। ନାବାଳିକା ଭିଡିଓରେ ସମସ୍ତଙ୍କୁ ବୋକା ବନାଉଥିଲେ ବି ଭିଡିଓକୁ କିନ୍ତୁ ସମସ୍ତେ ଖୁବ୍ ପସନ୍ଦ କରୁଛନ୍ତି। ଏଣୁ ଦେଖୁ ଦେଖୁ ଭିଡିଓ ସେୟାର କରୁଥିବା ବେଳେ ଏବେ ରେକର୍ଡ ସଂଖ୍ୟକ ଭ୍ୟୁଜ୍ ବି ମିଳିବାରେ ଲାଗିଲାଣି। 

wp:html /wp:html

ଟିନେଜର ଟିକଟକରେ ଏକ ମେକଅପ୍ ଟ୍ୟୁଟୋରିଆଲର ଭିଡିଓ ପୋଷ୍ଟ କରିଛନ୍ତି । ହେଲେ ଅଚାନକ ପ୍ରସଙ୍ଗ ବଦଳାଇ ଚୀନ ସିନଜିଆଙ୍ଗ ପ୍ରାନ୍ତରେ ମୁସଲମାନଙ୍କ ସହ ହେଉଥିବା ଅତ୍ୟାଚରର ପ୍ରସଙ୍ଗ ରଖୁଛନ୍ତି। ଭଡିଓ ଭାଇରାଲ ହେବା ପରେ ଟିକଟକ୍ ଏହାକୁ ହଟାଇଦେଇଥିଲେ। ତେବେ ପରେ ଏଥିଲାଗି କ୍ଷମାଯାଚନା କରିଥିବା ଜଣାପଡିଛି।

wp:html /wp:html

ଭିଡିଓ ପୋଷ୍ଟ କରିଥିବା ଝିଅଟିର ନାମ ଫିରୋଜା ଅଜିଜ୍ ଓ ସେ ପୋଷ୍ଟ କରିଥିବା ଭିଡିଓରେ ଲକ୍ଷଲକ୍ଷ ଭ୍ୟୁଜ୍ ଆସିସାରିଲାଣି। ଝିଅଟି ପ୍ରଥମେ ଆଇଲେସ୍ କର୍ଲ କରିବାର ଉପାୟ ସମ୍ପର୍କରେ କଥା ହେଉଛି ତେବେ ଅଚାନକ ପ୍ରସଙ୍ଗ ବଦଳାଇ ଚୀନର ଉଇଗୁର ମୁସଲମାନଙ୍କ ପ୍ରସଙ୍ଗ ଉଠାଉଛି। ଲୋକଙ୍କୁ ଆଇଲେସ୍ କର୍ଲରକୁ ଧରି ନିଜ ଫୋନରେ ପ୍ରଥମେ ସର୍ଚ୍ଚ କରନ୍ତୁ ଓ ଚୀନରେ ଏବେ କ’ଣ ହେଉଛି ଜାଣନ୍ତୁ ବୋଲି କହୁଛି।

wp:html /wp:html

ନିରିହ ମୁସଲମାନମାନଙ୍କୁ ବିନାକାରଣରେ ଡିଟେନସନ ସେଣ୍ଟରମାନଙ୍କରେ ଅଟକ ରଖାଯାଉଥିବା ନେଇ ଫିରୋଜା ଚୀନ ବିରୋଧରେ ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ ଏବେ ଦେଶରେ ମୁସଲମାନମାନଙ୍କୁ ଅପହରଣ କରି ସେମାନଙ୍କ ପରିବାର ଠାରୁ ପୃଥକ କରାଯାଉଥିବା ଓ ମୁସଲମାନ ମହିଳାଙ୍କ ପ୍ରତି ଦୁଷ୍କର୍ମ କରି ହତ୍ୟା କରାଯାଉଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏହା ଛଡା ଜୋରଜବରଦସ୍ତ ଘୁଷୁରୀମାଂସ ଭକ୍ଷଣ ଓ ମଦ୍ୟପାନ ଆଦି ଦ୍ୱାରା ମୁସଲମାନମାନଙ୍କ ଧର୍ମନଷ୍ଟ କରାଯାଉଥିବାର ଅଭିଯୋଗ କରିଛନ୍ତି।

{"id":191095,"width":576,"height":383,"sizeSlug":"large"}

ତେବେ ତାଙ୍କ ଭିଡିଓ ଯେପରି ପ୍ରତିବନ୍ଧିତ ନ ହୁଏ ସେଥିଲାଗି ସେ ବ୍ୟୁଟି ମେକଅପ ଟ୍ୟୁଟୋରିଆଲ ବାହାନାରେ ଭିଡିଓ ଫୋଷ୍ଟ କରିଥିବା ଜଣାଇଛନ୍ତି। କେବଳ ଏତିକି ନୁହେଁ ଉଇଗୁର ମୁସଲମାନଙ୍କୁ କିପରି ସହାୟତା କରହେବ ସେ ନେଇ ମଧ୍ୟ ଫିରୋଜା ତାଙ୍କ ଭିଡିଓରେ ଉପାୟ ବତାଇଛନ୍ତି। ଫିରୋଜା କହିଛନ୍ତି ଯେ ଆମର ବୟସ ୧୮ କି ନୁହେଁ, ଆମର ଭୋଟ ଦେବାର ଅଧିକାର ଅଛି କି ନା ତା ବଡ କଥା ନୁହେଁ ଆମର ଶ୍ୱର ବହୁତ କିଛି କରିପାରିବ। ଆମେ ଅନ୍ତତଃ ଅନ୍ୟାୟ ବିରୋଧରେ ଆମର ଶ୍ୱର ଉତ୍ତୋଳନ କରିପାରିବା ବୋଲି ଫିରୋଜ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.