Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କାସୀମ ସୁଲେମାନୀ ହତ୍ୟା ପ୍ରସଙ୍ଗ: ଜେନେରାଲ ବାଜୱାଙ୍କ ସହ କଥା ହେଲା ଆମେରିକା, ଇମ୍ରାନଙ୍କୁ ନେଇ ପ୍ରଶ୍ନ ଉଠାଇଲେ ଦେଶବାସୀ

4/01/2020 at 7:28 PM

ଇସ୍ଲାମାବାଦ ୪।୧:  ଇରାନ  କ୍ୱାଦ୍‌ସ୍‌ ଫୋର୍ସ  ମୁଖ୍ୟ ଜେନେରାଲ କାସୀମ ସୁଲମାନୀଙ୍କ ମୃତ୍ୟୁ ପରେ ଆମେରିକା ଏବେ ପାକିସ୍ତାନ ସମେତ ବିଭିନ୍ନ ଦେଶଙ୍କ ସହ କଥାବାର୍ତ୍ତା କରି ନିଜର ସ୍ଥିତି ସ୍ପଷ୍ଟ କରୁଛି। ଏହି କ୍ରମରେ ଆମେରିକା ବିଦେଶ ସଚିବ ମାଇକ୍ ପମ୍ପିୟୋ ପାକ୍ ସେନାମୁଖ୍ୟ ଜେନେରାଲ କମର ବାଜୱାଙ୍କ ସହ ଟେଲିଫୋନରେ କଥା ହେବା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶର ଗଣତାନ୍ତ୍ରିକ ରାଷ୍ଟ୍ର ମୁଖ୍ୟ ଭାବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଥିବା ବେଳେ ବାଜୱାଙ୍କ ସହ କାହିଁକି କଥା ହେଲେ ପମ୍ପିୟୋ ତାହା ଏବେ ପାଲଟିଛି ଚର୍ଚ୍ଚାର ପ୍ରସଙ୍ଗ।

ପମ୍ପିୟୋ ଏବଂ ବାଜୱାଙ୍କ ଆଲୋଚନାର ଟ୍ୱିଟ୍‌ କୁ ନେଇ ଲୋକେ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ଘଟଣାରେ ଆମେରିକା ଆଫଗାନ ରାଷ୍ଟ୍ରପତି, ଜର୍ମାନ ବିଦେଶମନ୍ତ୍ରୀ ଓ ଫ୍ରାନ୍ସ ବିଦେଶମନ୍ତ୍ରୀ ଆଦିଙ୍କ ସହ ଆଲୋଚନା କରିଥିବା ବେଳେ ପାକିସ୍ତାନ ରାଷ୍ଟ୍ରପତି ଅଥବା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିପାରିଥାନ୍ତା। ହେଲେ ତାହା ନ କରି ଜେନେରାଲ ବାଜୱାଙ୍କ ସହ ଆଲୋଚନା କରିବା ପାକିସ୍ତାନର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି।

ଇରାନ କ୍ୟୁଏଫ ମୁଖ୍ୟ ଜେନେରାଲ କାସୀମଙ୍କୁ ଆମେରିକା ଡ୍ରୋନ ଆକ୍ରମଣରେ ହତ୍ୟା କରିବା ସମଗ୍ର ମଧ୍ୟପ୍ରାଚ୍ୟରେ ଏବେ ଅସ୍ଥିରତାର କାରଣ ହେବାକୁ ଯାଉଛି। ଏଥିରେ ଇରାନର ଗତିବିଧି ଏବେ ଏଭଳି ପରିସ୍ଥିତିକୁ ଉସକାଇବାରେ ଲାଗିଥିବା ବେଳେ ଆମେରିକା ନିଜର ସ୍ୱାର୍ଥ ଓ ନାଗରିକଙ୍କ ସୁରକ୍ଷା ଲାଗି ସଂକଳ୍ପ କେତେ ତ୍ୟାଗ କରିବ ନାହିଁ ବୋଲି ପମ୍ପିୟୋ ସିଧାସିଧା କହିଛନ୍ତି। ତେବେ ଆମେରିକା ଓ ପାକ୍ ସମ୍ପର୍କରେ ଦେଶର ନିର୍ବାଚିତ ସରକାର ସମ୍ପୂର୍ଣ୍ଣ ବାଦ ଦେଇଛି। ଏଣୁ ପାକିସ୍ତାନର ଶାସନ ମୁଖ୍ୟଙ୍କୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।  

   Related Posts